ଭୁଲରେ ବି ଏମିତି କେବେ ପିଅନ୍ତୁ ନାହିଁ କ୍ଷୀର ; ହୋଇପାରେ ଘାତକ

ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲ ରହିଛି, ଯାହା ଆମ ଶରୀର ପାଇଁ ଆବଶ୍ୟକ। ତେବେ ଆମେ ଏଗୁଡ଼ିକୁ କେମିତି ଖାଇବା କଥା, ତାହା ମଧ୍ୟ ଜାଣି ରଖିବା ଉଚିତ। କେତେକ ଲୋକ କହନ୍ତି ଯେ ସେମାନେ କଞ୍ଚା କ୍ଷୀର ପିଅନ୍ତି। ସେମାନେ ଯୁକ୍ତି କରନ୍ତି ଯେ କ୍ଷୀରକୁ କଞ୍ଚା ପିଇବା ଦ୍ୱାରା ସେଥିରେ ଥିବା ସମସ୍ତ ଭିଟାମିନ ଶରୀରକୁ ଯାଇଥାଏ। କ୍ଷୀରକୁ ଗରମ କରି ଦେଲେ ସେଥିରେ ଥିବା କିଛି ଭିଟାମିନ ନଷ୍ଟ ହୋଇଯାଏ। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଞ୍ଚା କ୍ଷିର ନପିଇବାକୁ ପରାମର୍ଶ ଦେଉଛନ୍ତି। କଞ୍ଚା କ୍ଷୀର ଶରୀର ପାଇଁ ହାନିକାରକ ହୋଇପାରେ ବୋଲି ସେମାନେ କହୁଛନ୍ତି।

drink milk

ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍‌ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ। ବରଂ ଏଥିରେ ଏମିତି କିଛି ଉପାଦାନ ଥାଏ, ଯେଉଁଗୁଡ଼ିକ ଶରୀର ପାଇଁ କ୍ଷତିକାରକ ହୋଇଥାଏ। କଞ୍ଚା କ୍ଷୀରରେ E.coli, Coliform bacteria, Salmonella, Listeria ଓ Staphylococcus ସମେତ ଆଉ କିଛି ବ୍ୟାକ୍ଟେରିଆ ଥାଆନ୍ତି, ଯେଉଁଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ତେଣୁ କ୍ଷୀରକୁ ସ୍ୱାସ୍ଥ୍ୟ ଉପଯୋଗୀ କରିବାକୁ ହେଲେ ସେଥିରେ ଥିବା ଏହିଭଳି ବ୍ୟାକ୍ଟେରିଆଗୁଡ଼ିକୁ ପ୍ରଥମେ ନଷ୍ଟ କରିବାକୁ ପଡ଼ିବ। ସେଥିପାଇଁ କ୍ଷୀରକୁ ପିଇବା ପୂର୍ବରୁ ଗରମ କରିବା ନିହାତି ଆବଶ୍ୟକ।

E.coli ବ୍ୟାକ୍ଟେରିଆ ୟୁରିନ ଇନଫେକ୍ସନ କରେ। ସେହିଭଳି Salmonella ଫୁଡ୍ ପଏଜନିଂ ଓ ଟାଇଫଏଡ୍ କରିଥାଏ। Listeria ଦ୍ୱାରା Listeriosis ଇନଫେକ୍ସନ ହୋଇଥାଏ, ଯାହାର ଲକ୍ଷଣଗୁଡ଼ିକ ମଧ୍ୟରେ ରହିଛି ଜ୍ୱର, ବାନ୍ତି, ଝାଡ଼ା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବ। ସେହିଭଳି Staphylococcus ଫୁଡ୍ ପଏଜନିଂ, ଝାଡ଼ାବାନ୍ତି ଓ ଗ୍ୟାସଟ୍ରାଇଟିସ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+