Get Updates
Get notified of breaking news, exclusive insights, and must-see stories!

କେଶ ସମସ୍ୟା ଦୂର କରିବ ନିମ୍ବ ପତ୍ର

କେଶ ସମସ୍ୟାର ସରଳ ସମାଧାନ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ ହୋଇଥାଏ । ବିଭିନ୍ନ ଉପାୟରେ ନିମ୍ବ ପତ୍ରକୁ ବ୍ୟବହାର କରିବା ଦ୍ବାରା, ଏହା କେଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ନିମ୍ବ ପତ୍ର କିପରି ଏହି ସମସ୍ୟା ଦୂର କରିବାରେ ସହାୟକ ହେବ ।

ପୁରୁଷ ହୁଅନ୍ତୁ ବା ମହିଳା,ଆଜିକାଲି ସମସ୍ତଙ୍କ କ୍ଷେତ୍ରରେ କେଶ ଜନିତ ସମସ୍ୟା ଦେଖାଦେଉଛି। ଯୁବପିଢୀଙ୍କର ସବୁଠୁ ବଡ ଚିନ୍ତା କେଶ ଝଡିବା, ରୂପି ହେବା ଇତ୍ୟାଦି । ତେବେ ଅତି କମ ସମୟରେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବା ପାଇଁ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ କେମିକାଲ ଯୁକ୍ତ ପ୍ରଡକ୍ଟ ସମସ୍ତଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇନଥାଏ । ଏଥିପାଇଁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରହି , ସବୁବେଳେ ଘରୋଇ ଉପାୟରେ ଆପଣାଇବା ଆବଶ୍ୟକ । ତେବେ କେଶ ସମସ୍ୟାର ସରଳ ସମାଧାନ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ ହୋଇଥାଏ । ବିଭିନ୍ନ ଉପାୟରେ ନିମ୍ବ ପତ୍ରକୁ ବ୍ୟବହାର କରିବା ଦ୍ବାରା, ଏହା କେଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ନିମ୍ବ ପତ୍ର କିପରି ଏହି ସମସ୍ୟା ଦୂର କରିବାରେ ସହାୟକ ହେବ ।

neem

- ପ୍ରଥମେ ନିମ୍ବ ପତ୍ରକୁ ଧୋଇ ତାର ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ସେଥିରେ ମହୁ ମିଶାଇ ଗୋଳାଇବେ । ଏହାକୁ କେଶର ମୂଳରେ ଲଗାଇବା ପରେ ୧୦ରୁ ୧୫ ମିନିଟ ଯାଏ ରଖି କେଶକୁ ଧୋଇବେ । ଏପରି କିଛି ଥର କରିବା ଦ୍ବାରା କେଶରୁ ରୂପି କମ ହେବା ସହ କେଶ ସୁସ୍ଥ ରହିଥାଏ ।

-ନିମ୍ବ ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶରେ ଲଗାଇ ୨୫ ମିନିଟ ପରେ ଧୋଇବେ । ଏପରି କରିବା ଦ୍ବାରା, କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସିଥାଏ ।

-ପାଣିରେ ନିମ୍ବ ପତ୍ରକୁ ପକାଇ ସିଝାଇବେ । ଏହା ଭଲଭାବେ ସିଝିଯିବା ପରେ ସେହି ପାଣିକୁ ଛାଣି, ଥଣ୍ଡା ହେବା ପରେ ସେହି ପାଣିରେ କେଶ ଧୋଇବେ । ଏହା କେଶ ପାଇଁ ବହୁତ୍ ଉପକାରୀ ।

-ନଡିଆ ତେଲରେ ନିମ୍ବ ପତ୍ର ପକାଇ ଫୁଟାଇବେ । ଏହା ଫୁଟିବା ପରେ ଅଳ୍ପ ଉଷୁମ ଥିବା ସମୟରେ କେଶ ଏବଂ କେଶ ମୂଳରେ ଲଗାଇ ମସାଜ କରିବେ । ଏହା ମୁଣ୍ଡ କୁଣ୍ଡାଇ ହେବା, କେଶ ଝଡିବା ସହିତ ଆହୁରି ଅନେକ କେଶ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+