For Quick Alerts
Turn On Notification  
For Daily Alerts
Oneindia App Download

କେଶ ସମସ୍ୟା ଦୂର କରିବ ନିମ୍ବ ପତ୍ର

କେଶ ସମସ୍ୟାର ସରଳ ସମାଧାନ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ ହୋଇଥାଏ । ବିଭିନ୍ନ ଉପାୟରେ ନିମ୍ବ ପତ୍ରକୁ ବ୍ୟବହାର କରିବା ଦ୍ବାରା, ଏହା କେଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ନିମ୍ବ ପତ୍ର କିପରି ଏହି ସମସ୍ୟା ଦୂର କରିବାରେ ସହାୟକ ହେବ ।

|

ପୁରୁଷ ହୁଅନ୍ତୁ ବା ମହିଳା,ଆଜିକାଲି ସମସ୍ତଙ୍କ କ୍ଷେତ୍ରରେ କେଶ ଜନିତ ସମସ୍ୟା ଦେଖାଦେଉଛି। ଯୁବପିଢୀଙ୍କର ସବୁଠୁ ବଡ ଚିନ୍ତା କେଶ ଝଡିବା, ରୂପି ହେବା ଇତ୍ୟାଦି । ତେବେ ଅତି କମ ସମୟରେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବା ପାଇଁ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ କେମିକାଲ ଯୁକ୍ତ ପ୍ରଡକ୍ଟ ସମସ୍ତଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇନଥାଏ । ଏଥିପାଇଁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରହି , ସବୁବେଳେ ଘରୋଇ ଉପାୟରେ ଆପଣାଇବା ଆବଶ୍ୟକ । ତେବେ କେଶ ସମସ୍ୟାର ସରଳ ସମାଧାନ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ ହୋଇଥାଏ । ବିଭିନ୍ନ ଉପାୟରେ ନିମ୍ବ ପତ୍ରକୁ ବ୍ୟବହାର କରିବା ଦ୍ବାରା, ଏହା କେଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ନିମ୍ବ ପତ୍ର କିପରି ଏହି ସମସ୍ୟା ଦୂର କରିବାରେ ସହାୟକ ହେବ ।

neem

- ପ୍ରଥମେ ନିମ୍ବ ପତ୍ରକୁ ଧୋଇ ତାର ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ସେଥିରେ ମହୁ ମିଶାଇ ଗୋଳାଇବେ । ଏହାକୁ କେଶର ମୂଳରେ ଲଗାଇବା ପରେ ୧୦ରୁ ୧୫ ମିନିଟ ଯାଏ ରଖି କେଶକୁ ଧୋଇବେ । ଏପରି କିଛି ଥର କରିବା ଦ୍ବାରା କେଶରୁ ରୂପି କମ ହେବା ସହ କେଶ ସୁସ୍ଥ ରହିଥାଏ ।

-ନିମ୍ବ ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶରେ ଲଗାଇ ୨୫ ମିନିଟ ପରେ ଧୋଇବେ । ଏପରି କରିବା ଦ୍ବାରା, କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସିଥାଏ ।

-ପାଣିରେ ନିମ୍ବ ପତ୍ରକୁ ପକାଇ ସିଝାଇବେ । ଏହା ଭଲଭାବେ ସିଝିଯିବା ପରେ ସେହି ପାଣିକୁ ଛାଣି, ଥଣ୍ଡା ହେବା ପରେ ସେହି ପାଣିରେ କେଶ ଧୋଇବେ । ଏହା କେଶ ପାଇଁ ବହୁତ୍ ଉପକାରୀ ।

-ନଡିଆ ତେଲରେ ନିମ୍ବ ପତ୍ର ପକାଇ ଫୁଟାଇବେ । ଏହା ଫୁଟିବା ପରେ ଅଳ୍ପ ଉଷୁମ ଥିବା ସମୟରେ କେଶ ଏବଂ କେଶ ମୂଳରେ ଲଗାଇ ମସାଜ କରିବେ । ଏହା ମୁଣ୍ଡ କୁଣ୍ଡାଇ ହେବା, କେଶ ଝଡିବା ସହିତ ଆହୁରି ଅନେକ କେଶ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Neem leaves are very beneficial for simple solving hair problems. By using neem leaves in various ways, it helps in reducing hair problems. Let's find out how neem leaves will help in eliminating this problem.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X