ନିମରେ ସୌନ୍ଦର୍ଯ୍ୟ ଉପଚାର
କେଶ ପାଚିବା ହେଉ ଅବା ଚେହେରାରେ ବ୍ରଣ ଭଳି ଛୋଟ ଛୋଟ ସମସ୍ୟା ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ଏଥୁରୁ ମୁକ୍ତି ପାଇଁ ମହଙ୍ଗା ଉତ୍ପାଦର ବ୍ୟବହାର କରିଥାନ୍ତି। ତଥାପି କିଛି ଫାଇଦା ମିଳିନଥାଏ। ଏପରିସ୍ଥଳରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ନିମର ଉପଯୋଗ କରିପାରିବେ ।
କେଶ ବୃଦ୍ଧି ପାଇଁ: ନିମ ତେଲ ଖପୁରୀରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହ କେଶ ଘନ କରିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ଦୁଇ ମୁହାଁ କେଶକୁ ପୁନଶ୍ଚ ନୂଆ ରୂପ ଦେଇଥାଏ। କେଶ ମଜଭୁତ୍ କରିବା ସହ କଳା କରିଥାଏ। ସପ୍ତାହକୁ ଦୁଇ ଥର ଶୋଇବା ପୂର୍ବରୁ ନିମ ତେଲ ଲଗାଇ ମାଲିସ୍ କରନ୍ତୁ। ସକାଳୁ ଉଠି ଧୋଇଦିଅନ୍ତୁ । ଫରକ୍ ଆପଣାଛାଏଁ ଦେଖୁପାରିବେ । ଏଥିରେ ମହଜୁଦ୍ ଔଷଧୀୟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରୂପି ଏବଂ ଉକୁଣୀ ସମସ୍ୟା ଦୂର କରିଥାଏ।

କେଶ ପାଇଁ ଉପଯୋଗୀ: ନିମ ପତ୍ର ଚୋବାଇବା ଦ୍ବାରା କେଶକୁ ବିଶେଷ ଫାଇଦା ମିଳିଥାଏ। ଏଥିରେ ଥିବା ଆଣ୍ଟି ଫଙ୍ଗଲ୍ ଗୁଣ କେଶସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ନିମ ପତ୍ରକୁ ପାଣିରେ ଫୁଟାନ୍ତୁ। ଏହି ପାଣିକୁ କେଶ ଧୋଇବା ବେଳେ ବ୍ୟବହାର କରେ ଲାଭ ମିଳିଥାଏ ।
ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି: ଧୂଳି, ଖରା ଏବଂ ପ୍ରଦୂଷଣ ଯୋଗୁ ଅନେକ ସମୟରେ ତ୍ବଚାରେ ବ୍ରଣ ଉଠିଥାଏ। ନଚେତ୍ କୌଣସି ଆଘାତ ଯୋଗୁ ଚେହେରାରେ ଦାଗ ରହିଯାଏ। ଏଥିରୁ ରକ୍ଷା ପାଇବାକୁ ମହଙ୍ଗା କ୍ରିମ୍ ପରିବର୍ତ୍ତେ ନିମ ତେଲ ବେଶ୍ ଲାଭଦାୟକ । ପ୍ରତିଦିନ ଶୋଇବା ପୂର୍ବରୁ ଚେହେରାରେ ମାଲିସ୍ କରି ସକାଳୁ ଧୋଇବା ଦ୍ବାରା ତ୍ବଚା ଜନିତ ସମସ୍ୟା ଦୂର ହୋଇଥାଏ।












Click it and Unblock the Notifications