ଏଥର ହାତୀ ବାହନରେ ଆସୁଛନ୍ତି ମା', ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ

ଏଥର ହାତୀ ବାହନରେ ଆସୁଛନ୍ତି ମା', ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ

ଭୁବନେଶ୍ୱର: ମା'ଙ୍କ ଆଗମନ, ସୁସମ୍ବାଦ ନେଇ ଆସିଛି କାଶତଣ୍ତୀ । ଚଳଚଞ୍ଚଳ ହୋଇପଡିଛି ଧରାପୃଷ୍ଠ । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦା ତିଥିରୁ ନବରାତ୍ର ଆରମ୍ଭ ହୋଇଥାଏ । ନବରାତ୍ରରେ ଧରାପୃଷ୍ଟରେ ମା' ୯ଟି ସ୍ୱରୂପରେ ପୂଜା ପାଆନ୍ତି । ଏହି ଦିନଗୁଡିକରେ ମା ଦୁର୍ଗାଙ୍କୁ ରୀତିନୀତି ଅନୁସାରେ ପୂଜା କରାଯାଏ । ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବା ପାଇଁ ଯାଉଛି । ଏଥର ମା'ଦୁର୍ଗା ହାତୀ ଉପରେ ବସି ଆସୁଛନ୍ତି । ଯାହା ସୁଖ, ସମୃଦ୍ଧି ଓ ବର୍ଷାର ପ୍ରତୀକ ।

ODISHA DURGAPUJA

ବିଶ୍ୱାସ ରହିଛି ଯେ ହାତୀ ଉପରେ ବସି ଦେବୀଙ୍କ ଆଗମନକୁ ଶୁଭ ବିବେଚନା କରାଯାଏ । ଯଦି ନବରାତ୍ରର ଆରମ୍ଭ ସୋମବାର, ରବିବାର, ବୁଧବାର କିମ୍ବା ଶୁକ୍ରବାରରୁ ହୋଇଥାଏ ତେବେ ମା' ହାତୀ ବାହନରେ ଆସିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହାତୀ ଉପରେ ବସି ମା'ଦୁର୍ଗାଙ୍କ ଆଗମନ ଶୁଭ ବୋଲି ବିବେଚନା କରାଯାଏ । ମାନ୍ୟତା ରହିଛି ଯେ ସେ ଧରାପୃଷ୍ଠକୁ ନିଜ ସାଥିରେ ଧନ,ଧାନ୍ୟ ଖୁସି ଏବଂ ସମୃଦ୍ଧି ଆଣିଆସନ୍ତି । ଏଥି ସହିତ ଏହା ସଙ୍କେତ ଦେଉଛି ଯେ ଚଳିତ ବର୍ଷ ଅଧିକ ବର୍ଷା ହେବ, ଯେଉଁ କାରଣରୁ ଭଲ ଫସଲ ମଧ୍ୟ ଅମଳ ହେବ, ଚାରିଆଡେ ସବୁଜ ପରିବେଶ ରହିବ । ତେବେ ଡଙ୍ଗା, ହାତୀ ବାହନରେ ଯଦି ମା'ଙ୍କ ଆଗମନ ହୁଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ ।
Navaratri 2022

କେଉଁ ଦିନ ପୂଜା ପାଇବେ କେଉଁ ଦେବୀ
ନବରାତ୍ରୀରେ ମା' ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଏ । ଏଥର ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।
ପ୍ରଥମ ଦିନ ଅର୍ଥାତ୍ ୨୬ ସେପ୍ଟେମ୍ବରରେ ପୂଜା ପାଇବେ ମା' ଶୈଳପୁତ୍ରୀ
ଦ୍ୱିତୀୟ ଦିନ ୨୭ ସେପ୍ଟେମ୍ବରରେ ମା' ବ୍ରହ୍ମଚାରିଣୀଙ୍କୁ ପୂଜା କରାଯିବ
ତୃତୀୟ ଦିନରେ ୨୮ ସେପ୍ଟେମ୍ବରରେ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା
ଚତୁର୍ଥ ଦିନରେ ୨୯ ସେପ୍ଟେମ୍ବରରେ ପୂଜା ପାଇବେ ମା' କୁଷ୍ମାଣ୍ତ
ପଞ୍ଚମ ଦିନରେ ୩୦ ସେପ୍ଟେମ୍ବରରେ ମା' ସ୍କନ୍ଦମାତାଙ୍କର ପୂଜାଟ
ଷଷ୍ଠ ଦିନରେ ୧ ଅକ୍ଟୋବରରେ ମା' କାତ୍ୟାନୀଙ୍କ ପୂଜା
ସପ୍ତମ ଦିନରେ ୨ ଅକ୍ଟୋବରରେ ମା' କାଳରାତ୍ରୀଙ୍କ ପୂଜା
ଅଷ୍ଟମ ଦିନରେ ୩ ଅକ୍ଟୋବରରେ ପୂଜା ପାଇବେ ମା' ମହାଗୌରୀ
ନବମ ଦିନରେ ୪ ଅକ୍ଟୋବରରେ ମା' ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯିବ

ଶେଷରେ ଦଶହରା ବା ବିଜୟାଦଶମୀ ଦିନ ଅର୍ଥାତ୍ ୫ ଅକ୍ଟୋବରରେ ଦିନ ରାବଣ ବଦ୍ଧ । ତେବେ ଚଳିତ ବର୍ଷ ହାତୀ ଉପରେ ବସି ଦେବୀ ଧରାପୃଷ୍ଠକୁ ଆସିବେ ଓ ସେହିପରି ମା'ବୁଧବାର ଦିନ ବିଦାୟ ନେବେ ଯାହାର ଅର୍ଥ ହାତୀ ବାହନରେ ଧରାପୃଷ୍ଠ ଛାଡିବେ ମା' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+