ଦୂର କରିବାକୁ ଚାହୁଁଛନ୍ତି କି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା; ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି। ଆଜି ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର କହିବୁ, ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ।

ଥଣ୍ଡା ପାଣି; ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ ସେକିଲା ଭଳି କରନ୍ତୁ। ଏହା କଲେ କେବଳ ବିନ୍ଧା କମିବ ନାହିଁ ଦରଜ ଥିଲେ ମଧ୍ୟ ଏହା ତାକୁ ଦୂର କରିବ। ଥଣ୍ଡା ପାଣି ପଟି ବଦଳରେ ଆପଣ ବରଫ ମଧ୍ୟ ବ୍ୟବହାର କରିପାରିବେ। ଏକ କପଡ଼ାରେ ବରଫକୁ ବାନ୍ଧି ବିନ୍ଧୁଥିବା ଗଣ୍ଠି ବା ଅଣ୍ଟାରେ ରଖନ୍ତୁ। ଏହା ଆପଣଙ୍କୁ ଆରାମ ଦେବ ନିଶ୍ଚୟ।

Knee Pain

ଆପଲ୍‌ ସାଇଡର୍‌ ଭିନେଗାର ; ଆପଣ ଏହି ଆପଲ୍‌ ସାଇଡର୍‌ ଭିନେଗାରକୁ ନେଇ ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟାରୁ ଆରାମ ପାଇ ପାରିବେ। ଆପଣ ପ୍ରତିଦିନ ଏହାକୁ ଏକ କପ୍‌ ପାଣିରେ ମିଶାଇ ପିଇ ପାରିବେ। ଏହାକୁ ଅନ୍ୟ ଏକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ। ଆପଣ ଆପଲ୍‌ ସାଇଡର୍‌ ଭିନେଗାର ନେଇ ନଡ଼ିଆ ତେଲରେ ମିଶାଇ ବିନ୍ଧୁଥିବା ଜାଗାରେ ମାଲିସ୍‌ କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଆରାମ ଦେବ।

ଅଦା; ଅଣ୍ଟା ପିଠି ବିନ୍ଧିବା ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭ ଦେଇଥାଏ। ଅଦାରେ ଏକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହା ଦରଜ ବା ବିନ୍ଧା ହେଉଥିଲେ ଶୀଘ୍ର ମୁକ୍ତି ଦିଏ।

ଏଥିପାଇଁ ଆପଣ ଏକ ଚାମଚ ଅଦା ରସ ସହ ମହୁ ମିଶାଇ ପିଅନ୍ତୁ। ଏହା ସହ ଆପଣ ଅଦା ତେଲ ମଧ୍ୟ ଅଣ୍ଟାରେ ମାଲିସ୍‌ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+