କେଶ ପାଇଁ ଉପକାରୀ ସୋରିଷ ତେଲ, ଏପରି ଭାବେ କରନ୍ତୁ ବ୍ୟବହାର
Mustard Oil Help In Hair Growth: Regular Massage Of Hair Using Mustard Oil Will Make Your Hair Soft,Healthy And Shiny .କେଶ ପାଇଁ ଉପକାରୀ ସୋରିଷ ତେଲ , ଏପରି ଭାବେ କରନ୍ତୁ ବ୍ୟବହାର
ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କ କ୍ଷେତ୍ରରେ ଦେଖିବା ପାଇଁ ଏହି ସମସ୍ୟା । ଯାହା ଆଜିକା ତାରିଖରେ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ପରିବେଶରେ ପରିବର୍ତ୍ତନ ଓ ଖାଦ୍ୟରେ ପ୍ରୋଟିନ୍ ଅଭାବରୁ କେଶ ସମସ୍ୟା ଲୋକଙ୍କୁ ଅଧିକ ହଇରାଣ କରୁଛି । ଏଥିପାଇଁ ଅନେକ୍ ଡାକ୍ତରଙ୍କ ପରାମର୍ଶ ନେବା ସହିତ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି । ହେଲେ ଆପଣ ଜାଣିଛନ୍ତି କେଶ ପାଇଁ ସୋରିଷ ତେଲ କେତେ ଲାଭ ଦାୟକ । ଏହା କେଶକୁ କେଶକୁ ମଜବୁତ୍ କରିବା ସହିତ କେଶରେ ଚମକ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ କେଶରେ କିପରି ବ୍ୟବହାର କରିବେ ସୋରିଷ ତେଲ ।

୧- ୧ ଚାମଚ ସୋରିଷ ତେଲରେ , ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜୋଜୋବା ତେଲ ମିଶାଇ ହାଲୁକା ଗରମ କରି ନିଅନ୍ତୁ । ତାପରେ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତି । ପ୍ରାୟ ୧ ଘଣ୍ଟା ରଖିବା ପରେ କେଶକୁ ଉଷୁମ ପାଣିରେ ଧୋଇ ସଫା କରିନିଅନ୍ତୁ ।
୨- ସୋରିଷ ତେଲ ଲଗାଇବା ଦ୍ବାରା କେଶର ସଠିକ୍ ପୁଷ୍ଟି ହୁଏ । ଏହା କେଶ ଝଡ଼ିବା ଏବଂ ପତଳା ହେବାର ସମସ୍ୟାକୁ ଦୂର କରିଥାଏ । ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଏହାକୁ ୫ ରୁ ୬ ମିନିଟ ଯାଏଁ ଫୁଟାଇ ନେବେ । ତେଲର ରଙ୍ଗ କଳା ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିଦିଅନ୍ତି । ତେଲ ଥଣ୍ଡା ହେବା ପରେ ଏହି ମିଶ୍ରଣ ତେଲକୁ ଆପଣ କେଶରେ ଲାଗାଇପାରିବେ ।

୩-ସୋରିଷ ତେଲରେ ଭିଟାମିନ୍ ଏ, ଡି, ଇ ଏବଂ କେ ରହିଥାଏ । ଏହା ବ୍ୟତୀତ ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ମିଳିଥାଏ । ଯାହା କେଶ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ସେହିପରି ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା କେଶ ମୋଟା ଏବଂ ସୁସ୍ଥ କରିଥାଏ ।
୪-ସେହିପରି କେଶର ବୃଦ୍ଧି ପାଇଁ ସୋରିଷ ତେଲ ମଧ୍ୟ ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍,ବିଟା-କାରୋଟିନ୍ ଏବଂ ସେଲେନିୟମ୍ ରହିଥାଏ ।













Click it and Unblock the Notifications