ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା: ଆଜି ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମହାସପ୍ତମୀ

ସରିଲା ବିଲ୍ବବରଣ, ଆଜି ମହାସପ୍ତମୀ । ନବରାତ୍ର ପୂଜା କ୍ରମରେ ଶକ୍ତିପୀଠ ମାନଙ୍କରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପରେ ଆଜି ହେଉଛି ମହାସପ୍ତମୀ । ରୀତିନୀତି ପୂଜାବିଧି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ମହାଅଷ୍ଟମୀରେ ମହାକାଳୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି । ସେଇଭଳି ମା ଗଡଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଧ୍ୟାତ୍ମିକ ଓ ଭକ୍ତି ମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଆଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି ।

Maha Ashtami

ସେହିପରି ମାଆ ତାରିଣୀଙ୍କ ପୀଠରେ ମହାସପ୍ତମୀ ପୂଜା । କେନ୍ଦୁଝର ଜିଲ୍ଲା ଆରାଧ୍ୟ ଦେବୀ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା । ଏଥିପାଇଁ ଉତ୍ସବ ମୁଖର ହୋଇପଡିଛି ତାରିଣୀ ପୀଠ । ଏହି ଅବସରରେ ଆଜି ଭୋରରୁ ମାଆଙ୍କ ମାର୍ଜଣା, ବଡ଼ସିଂଙ୍ଘାର ବେଶ,ମଙ୍ଗଳ ଆଳତୀ ଆଦି ଅନୁଷ୍ଠିତ ହେବା ଶହ ମାଙ୍କୁ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯିବା ପରେ ମାଆଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ବିଧି ଅନୁଯାୟୀ ମହାସପ୍ତମୀ ଠାରୁ ଦଶହରା ପର୍ଯ୍ୟନ୍ତ ମା ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଏହି ଅବସରରେ ମାଙ୍କ ପୀଠରେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+