ଚିନିଠୁ ମିଠା ; କିନ୍ତୁ ସୁଗାର୍ ଫ୍ରି ଫଳ! ଜାଣନ୍ତୁ ଏହି ଫଳ ବିଷୟରେ ଅଧିକ କିଛି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥୁବ; କିନ୍ତୁ ଏହା ସତ। ଚୀନ୍‌ରେ ଏଭଳି ଏକ ଫଳ ଉତ୍ପାଦନ କରାଯାଉଛି, ଯାହାର ରସ ଚିନିଠୁ ୩୦୦ ଗୁଣା ମିଠା ହେବା ସତ୍ତ୍ୱେ ବି ସୁଗାର୍ ଫ୍ରି । ଏହାକୁ ମଧୁମେହ ପୀଡ଼ିତ ମଧ୍ୟ ସହଜରେ ସେବନ କରିପାରିବେ । ଏହି ଫଳର ନାମ ରହିଛି ମଙ୍କ୍ ପ୍ରୁଟ୍ ବା ଲୋ ହାନ୍ ଗୁଓ । ଏହା ଦେଖୁବାକୁ ଛୋଟ ତରଭୁଜ ସଦୃଶ।

Monk Fruit

ଫଳକୁ ଚୀନ୍‌ର ବୌଦ୍ଧ ଭିକ୍ଷୁଙ୍କ ନାମରେ ରଖାଯାଇଛି ; ଯେଉଁମାନେ ପ୍ରଥମଥର ଫସଲ ଆରମ୍ଭ କରିଥିଲେ। ଏହା କେବଳ ଚୀନ୍‌ରେ ଉତ୍ପାଦନ ହେଉଥିବା ଏଠାକାର ମଧୁମେହ ରୋଗୀଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହାର ଲୋକପ୍ରିୟତା ଅନୁଧ୍ୟାନ କରି କିଛି ବର୍ଷ ତଳେ ଭାରତର ସିଏସ୍‌ଆଇଆର-ଆଇଏଚବିଟି ସଂସ୍ଥାନ ପାଲମ୍‌ପୁରରେ ଫସଲ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଫଳ ଭାରତୀୟ ବାଜରରେ ଉପଲବ୍ଧ ହୋଇନାହିଁ ।

ମଙ୍କ୍ ଫ୍ରୁଟ ରେ ଥିବା ମୋଗରୋସାଇଡ୍ ତତ୍ତ୍ୱ ଚିନିଠୁ ବି ଅଧୁକ ମିଠା ଉତ୍ପନ୍ନ କରିଥାଏ। ଏଥିରେ ଏମିନୋ ଏସିଡ୍‌, ଫସ୍‌ଫରସ୍‌, ଖଣିଜ ଏବଂ ଭିଟାମିନ୍ ଭରପୂର୍ ମାତ୍ରାରେ ଥିବାରୁ ମଧୁମେହ ବ୍ୟତୀତ ମେଦହ୍ରାସ, ରୋଗପ୍ରତିରୋଧ ରାଧକ କ୍ଷମତା ବୃଦ୍ଧି ଏବଂ ସଂକ୍ରମଣ ଦାଉରୁ ରକ୍ଷା ମିଳିଥାଏ। ଏହାଛଡ଼ା କ୍ୟାନସର୍ ଭଳି ରୋଗକୁ ମଧ୍ୟ ଏହା ଭଲ କରିବାରେ ସହାୟକ ହେଉଥିବା ଗବେଷଣାରୁ ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+