ସଫଳ କାହାଣୀ: ମିଶନ ଶକ୍ତି ଗୃହ ଏବେ ମହିଳା ଉଦ୍ୟୋଗୀଙ୍କ କର୍ମସ୍ଥଳୀ
ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହଗୁଡିକରେ ରହିଥିବା ଭିତ୍ତିଭୂମି ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆର୍ଥିକ ଆତ୍ମ ନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇପାରିଛି। ସଭା ସମିତି ଏବଂ ପ୍ରଶିକ୍ଷଣ ପାଇଁ ବ୍ୟବହାର ହେଉଥିବା ମିଶନ ଶକ୍ତି ଗୃହକୁ ସଦସ୍ୟାମାନେ ଏବେ ଉତ୍ପାଦନ କେନ୍ଦ୍ର ଭାବରେ ମଧ୍ୟ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାର ଓଡିଶାର ସହରାଞ୍ଚଳର ପ୍ରତି ୱାର୍ଡ ଏବଂ ପ୍ରତି ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଏହିସବୁ ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଇଛି। ଏଯାବତ୍ ନିର୍ମାଣ ହୋଇଥିବା ପ୍ରାୟ ୧୦୦୦ ଗୋଟି ମିଶନ ଶକ୍ତି ଗୃହ ଏସ୍ଏଚ୍ଜିମାନଙ୍କ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଛି।
ମିଶନ ଶକ୍ତି ଗୃହର ସଫଳ କାହାଣୀ:
ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କେନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି । ସାରା ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକରେ ମିଶନ ଶକ୍ତି ଗୃହଗୁଡ଼ିକ ଏବେ ପାଲଟିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଏସ୍ଏଚଜି ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଆଦିର କେନ୍ଦ୍ରସ୍ଥଳୀ ।

ଏସ୍ଏଚଜି ସଦସ୍ୟାମାନେ ଏବେ ଏହି ଗୃହକୁ ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କିତ ସଭାସମିତି ଓ ମାନସମନ୍ଥନ ପାଇଁ ଆସୁଛନ୍ତି । ତା'ସହିତ ଏହି ଭିତ୍ତିଭୂମିକୁ ମଧ୍ୟ ସେମାନେ ଏକ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ସିଲେଇ ଆଦିରେ ଅଭିଜ୍ଞତା ଥିବା ଏସ୍ଏଚ୍ଜି ସଦସ୍ୟାମାନେ ଏହି ଗୃହଗୁଡ଼ିକୁ ମାସ୍କ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରିବା ସହ ମାସ୍କ ପ୍ରସ୍ତୁତି କରି ଲୋକମାନଙ୍କୁ ଯୋଗାଇ ଦେଇଥିଲେ । "ସ୍ଥାନୀୟ ବ୍ୟବସାୟୀମାନେ ବିଭିନ୍ନ ଉତ୍ପାଦ ସଂପର୍କରେ ଏଠାକୁ ଆସି ପଚାରି ବୁଝିଥା'ନ୍ତି । ସେମାନଙ୍କ ଆବଶ୍ୟକତା ଅନୁସାରେ ଆମେ ନିର୍ଦ୍ଧିଷ୍ଟ ଏସ୍ଏଚ୍ଜି ଉତ୍ପାଦକ ଗୋଷ୍ଠୀ ସହ ଯୋଗାଯୋଗ କରି ବ୍ୟବସାୟ ସଂପର୍କିତ ଆବଶ୍ୟକତାକୁ ସହଜରେ ସଂପାଦିତ କରାଇ ଦେଇଥାଉ । ଏବେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏହି ଗୃହଗୁଡ଼ିକ ପାଲଟିଛି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟା''; ଏ କଥା କୁହନ୍ତି କଟକ ଜିଲ୍ଲା ନିଆଳି ଗ୍ରାମ ପଞ୍ଚାୟତର ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌଦାମିନୀ ମଲ୍ଲିକା ଗୋଟିଏ ବର୍ଷତଳେ ନିର୍ମାଣ ହୋଇଥିବା ନିଆଳି ଗ୍ରାମପଞ୍ଚାୟତର ଏହି ଗୃହର ପରିଚାଳନା ଦାୟିତ୍ୱ ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ରାଜ୍ୟ ସରକାର ରାଜ୍ୟର ସହରାଞ୍ଚଳର ପ୍ରତି ଓ୍ୱାର୍ଡରେ ଏବଂ ପ୍ରତି ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତିା ଏସ୍ଏଚ୍ଜିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ।

୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି
ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି। ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ଓ୍ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ/ଓ୍ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛିା ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍ଏଚ୍ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛିା ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍ଏଚ୍ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବୋ ଏ ଯାବତ୍ ନିର୍ମାଣ ହୋଇସାରିଥିବା ପାଖାପାଖି ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍ଏଚ୍ଜିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସାମାଜିକ ଓ ଆଥିର୍କ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ର ଝରଣୀ ଗ୍ରାମ ପଞ୍ଚାୟତରେ "ଅଗ୍ରଗତି ଏସ୍ଏଚଜି' ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ "ପ୍ରଗତି ଏସ୍ଏଚ୍ଜି'କୁ ହସ୍ତାନ୍ତର କରାଯାଇଛି । ଏସ୍ଏଚଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍ଏଚ୍ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତିା ଏତଦ୍ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍ଲାଇନ୍ ପଂଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛିା ପଞ୍ଚାୟତସ୍ତରରେ ଏସ୍ଏଚ୍ଜିମାନଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍ଏଚଜି ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିପାରିଛି।
ଯଥାର୍ଥରେ ଓମ୍ ମହାଲକ୍ଷ୍ମୀ ଏସ୍ଏଚଜି ସଦସ୍ୟା କୁନିଲତା ସାମଲ କୁହନ୍ତି, "ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁା ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପା ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ।"












Click it and Unblock the Notifications