ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ ଶୁଭଫଳ ମିଳିଥାଏ?

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବାକୁ ନେଇ ଦର୍ପଣର ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ...
*ଯେହେତୁ ଉତ୍ତର ଦିଗର ସ୍ବାମୀ ହେଲେ ଭଗବାନ କୁବେର ଏବଂ ପୂର୍ବ ଦିଗର ସ୍ବାମୀ ଭଗବାନ ସୂର୍ଯ୍ୟ। ତେଣୁ ଏହି ଦୁଇ ଦିଗରେ ଦର୍ପଣ ଲଗାଇବା ଶୁଭ ହୋଇଥାଏ।

mirror
*କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଦର୍ପଣ ଲଗାଇବା କିମ୍ବା ରଖିବା ଠିକ୍‌ ନୁହେଁ। କାରଣ ଦକ୍ଷିଣ ଦିଗର ସ୍ବାମୀ ହେଲେ ପ୍ରଭୂ ଯମରାଜ ଏବଂ ପଶ୍ଚିମ ଦିଗର ଦେବତା ହେଲେ ଶନିଦେବ। ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଯଦି ଏହି ଦୁଇ ଦିଗରେ ଦର୍ପଣ ଲଗାଯାଏ; ତା'ହେଲେ ଗୃହରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।

*ସେହିପରି ଦର୍ପଣକୁ ସର୍ବଦା ସଫାସୁତୁରା ରଖିବା ଦରକାର। ତା'ସହିତ ଧ୍ୟାନ ଦେବେ ଦର୍ପଣରେ ଯେମିତି କୌଣସି ବିପଦପୂର୍ଣ୍ଣ ବସ୍ତୁ ବା ଅଶୁଭ ବସ୍ତୁର ପ୍ରତିଫଳନ ହେଉ ନଥିବ। ଯେମିତିକି: ଛୁରୀ, କିଛି ବି ମାରାଣାସ୍ତ୍ର, ଗ୍ୟାସ, ଡସ୍‌ବିନ୍‌ର ଅଳିଆ ଆବର୍ଜନା, ଖରାପ ହୋଇଯାଇଥିବା କୌଣସି ବସ୍ତୁ ଇତ୍ୟାଦି। କାରଣ ଏହାଦ୍ୱାରା ଗୃହରେ ନକାରାତ୍ମକ ଊର୍ଜ୍ଜା ଉପତ୍ନ ହୋଇଥାଏ।

*ଅନ୍ୟପକ୍ଷେ ଦୁଇଟି ଦର୍ପଣକୁ କେବେ ବି ସାମ୍ମାସାମ୍ମି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ପରିବାରରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+