କେଶ ଝଡ଼ାକୁ ନେଇ ଚିନ୍ତିତ କି ??ତାହେଲେ ଲଗାନ୍ତୁ ....

ପ୍ରଦୂଷଶ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ କେଶରେ ଖରାପ ପ୍ରଭାବ ପକାଇଥାଏ । ଯଦି କେଶର ଚିକିତ୍ସା ନ କରନ୍ତି ତାହେଲେ ବହୁତ ସମସ୍ଯା ସ୍ରୁଷ୍ଟି ହୋଇପାରେ ଯଥା-କେଶ ଝଡିବା,ଡେନଡ୍ରଫ,ସୁଷ୍କ କେଶ ଆଦି । କିନ୍ତୁ ଏହାଠାରୁ ଦୁରେଇ ରହିବା ପାଇଁ ଜରୁରୀ ନୁହେଁ ଯେ ଆପଣ ଦାମୀ ପ୍ରଡକସନ ବ୍ଯବହାର କରନ୍ତୁ କିମ୍ବା ପାର୍ଲରରେ ପଇସା ଖର୍ଚ୍ଚ କରନ୍ତୁ । ରୋଷେଇରେ ବ୍ଯବହାର ହେଉଥିବା ମେଥିକୁ ଆପଣ କେଶ ସମ୍ଭଦ୍ଧୀୟ ସମସ୍ତ ସମସ୍ଯାକୁ ଦୂର କରିପାରିବେ ।

ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ,ନିକୋଟିନିକ ଏସିଡ ଏବଂ ଲେସିଥିନ ପ୍ରଚୁର ପରିମାଣରେ ମିଳିଥାଏ ।ଏହିସବୁ ତତ୍ତ୍ବ କେଶରେ ମଜଭୁତୀ ଏବଂ ଚମକ ବଢ଼ାଇବାରେ ସାହାଯ୍ଯ କରିଥାଏ । ଏହାର ବ୍ଯବହାର କରିବାକୁ ହେଲେ ପ୍ରଥମେ ଗରମ ପାଣିରେ ମେଥି ଦାନାକୁ ରାତିସାରା ଫୁଲିବା ପାଇଁ ଛାଡିଦେବେ । ପରେ କେଶର ସମସ୍ଯା ହିସାବରେ ଆପଣ ଏଥିରେ ବାକି ଜିନିଷ ମିଶାଇ ହେୟାର ମାଷ୍କ ତିଆରି କରିବେ ।

Methi Hair Packs To Stop Hair Fall

ଝଡୁଥିବା କେଶ ପାଇଁ ହେୟାର ମାସ୍କ

ଯଦି ଆପଣ କେଶ ଝଡିବା ବନ୍ଦ କରିବାକୁ ଚାହୁଁଛନ୍ତି ତାହେଲେ ରାତିସାରା ଭିଜେଇକରି ରଖିଥିବା ମେଥି ଦାନାକୁ ପେଶି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହାପରେ ଏଥିରେ ନଡିଆ ତେଲକୁ ମିଶାଇ କେଶର ମୂଳରେ ଲଗାନ୍ତୁ । ହେୟାର ମାଷ୍କକୁ ୩୦ ରୁ ୪୦ ମିନିଟ ପର୍ଯ୍ଯନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ସାମ୍ପୁରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଏହିଭଳି ଥରେ ବ୍ଯବହାର କଲାପରେ କେଶ ଉଠିବା ଆରମ୍ଭ ହୋଇଯିବ ।

ଡେନଡ୍ରଫ ପାଇଁ ହେୟାର ମାସ୍କ

ରାତିସାରା ଗରମ ପାଣିରେ ଭିଜା ହୋଇ ରଖାଯାଇଥିବା ମେଥି ଦାନାକୁ ଦହି ସହିତ ପେସି ଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ କେଶରେ ଲଗାଇ ଘଣ୍ଟାଏ ପରେ ଶାମ୍ପୁ ଲଗାଇ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ମାସ୍କକୁ ବ୍ଯବହାର କଲେ ଫରକ ଅଳ୍ପ ଦିନରେ ଜାଣିପାରିବେ ।

ପୁରୁଣା କେଶର ଚମକ ଆଣିବା ଏବଂ ସ୍କାଲ୍ପରେ ଶୁଷ୍କତା ଦୂର କରିବାକୁ ହେଲେ ରାତିସାରା ଭିଜାଇ ରଖିଥିବା ମେଥି ଦାନାକୁ ପେସି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଅଣ୍ଡାର ହଳଦିଆ ଅଂଶକୁ ମିଶାଇ କେଶରେ ଅଧଘଣ୍ଟା ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସାମ୍ପୁ ଲଗାଇ କେଶକୁ ଧୋଇ ଦିଅନ୍ତୁ । ମାସରେ ହାରାହାରି ଦୁଇଥର ଏପରି କରିବା ଦ୍ବାରା ଆପଣଙ୍କୁ ଫାଇଦା ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+