ମନସୁନ ଟିପ୍ସ: ପାର୍ଲର ନଯାଇ ଘରେ ଚମକାନ୍ତୁ ଚେହେରା

ବର୍ଷା ଓ ଆଦ୍ରର୍ତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏଥିପାଇଁ ସାଧାରଣତଃ ପ୍ରାୟ ମହିଳା ପାର୍ଲରକୁ ଯାଇଥାନ୍ତି । କିନ୍ତୁ ଘରେ ରହି ମଧ୍ୟ ଆପଣ ଆପଣଙ୍କ ଚେହେରାରେ ଆଣି ପାରିବେ ଚମକ ।

ବର୍ତ୍ତମାନ ଚାରିଆଡେ ବର୍ଷା । ଏହି ପାଗରେ ଆପଣ ଚେହେରାକୁ କିପରି ଅଧିକ ଆଟ୍ରାକ୍ଟିଭ କରି ପାରିବେ ସେ ନେଇ ଆପଣାନ୍ତୁ କିଛି ନୂତନ ଉପାୟ । ଆଉ ବଦଳାନ୍ତୁ ଆପଣଙ୍କ ଡାଏଟ ଚାର୍ଟ । ବର୍ଷା ଓ ଆଦ୍ରର୍ତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏଥିପାଇଁ ସାଧାରଣତଃ ପ୍ରାୟ ମହିଳା ପାର୍ଲରକୁ ଯାଇଥାନ୍ତି । କିନ୍ତୁ ଘରେ ରହି ମଧ୍ୟ ଆପଣ ଆପଣଙ୍କ ଚେହେରାରେ ଆଣି ପାରିବେ ଚମକ ।

skin care
ଭିଟାମିନ 'ସି' ଓ 'ଇ'ରେ ଭରପୁର ଚିନାବାଦାମ ଫେସପ୍ୟାକ୍‌ ମନସୁନରେ ଆପଣଙ୍କ ଚେହେରାରେ ଅଧିକ ଗ୍ଲୋ ଆଣିଦେବ । ଆସନ୍ତୁ ଜାଣିବା କିପରି ବନାଇବା ଏହି ପ୍ୟାକ।

ପ୍ରସ୍ତୁତି ପ୍ରଣାଳୀ :

ବାଦାମ ଓ କ୍ଷୀର
କ୍ଷୀର ସହିତ ଆପଣ ଚିନା ବାଦାମ ମିଶାଇ ବାଟି ଦିଅନ୍ତୁ । । ଏହି ପେଷ୍ଟରେ କ୍ଷୀର ଓ 3 ଚାମଚ ଗୋଲାପ ଜଳ ମିଶାଇ ତ୍ବଚାରେ ଲଗାନ୍ତୁ । 10 ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ । ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍‌ ।

ବାଦାମ ଓ କମଳା

ଭିଟାମିନ ସିରେ ଭରପୁର କମଳା ଓ ବାଦାମର ଫେସମାସ୍କ ଚେହେରାକୁ ନରମ ଓ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ । ଏହି ମାସ୍କ ପ୍ରସ୍ତୁତ ପାଇଁ 2ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି କରନ୍ତୁ । ଏବେ ସେଥିରେ 4 ଚାମଚ କ୍ଷୀର ମିଶାଇ ତ୍ବଚାରେ ଲଗାନ୍ତୁ । 20 ମିନିଟ ପରେ ଗରମ ପାଣିରେ ଧୋଇବା ପରେ ତ୍ବଚାରେ ଆସିଥାଏ ଚମକ।

ବାଦାମ ଓ କଦଳୀ

ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ 2ଟି କଦଳୀ ଚକଟି ନିଅନ୍ତୁ । ଏଥିରେ 2 ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । 15 ରୁ 20 ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ଏପରି ସପ୍ତାହକୁ ଦୁଇ ତିନି ଥର କରିବା ଦ୍ବାରା ଆପଣଙ୍କ ତ୍ବଚାରେ କୌଣସି ଦାଗ ଆସିବ ନାହିଁ । ଆପଣ ସବୁ ବେଳେ ଚମକିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+