ଓଲିଉଡ ପୋଲ୍ ଖୋଲିଲେ ମନୋଜ ମିଶ୍ର, ଶୁଣିଲେ ଆମୀର ଖାନ
ଗୋଆରେ ଆୟୋଜିତ IFFI 2025ରେ ଆମୀର ଖାନଙ୍କ ସହ ଫିଲ୍ମ ଓ ଇଣ୍ଡଷ୍ଟ୍ରିକୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ଓଲିଉଡ ଅଭିନେତା ମନୋଜ ମିଶ୍ର ସାମିଲ ହୋଇଥିଲେ । ଏହି ସମୟରେ ଅଭିନେତା ଆମୀର ଖାନଙ୍କ ସହ ଓଡ଼ିଆ ଫିଲ୍ମ ଓ ଓଲିଉଡ ଇଣ୍ଡଷ୍ଟ୍ରିର ଦୟନୀୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି । କିପରି ଆଞ୍ଚଳିକ ଫିଲ୍ମ ବାହାରେ ଚାଲିବ ଓ ହଲ୍ ମିଳିବ ସେନେଇ କରିଥିଲେ ଚର୍ଚ୍ଚା କରିଥିଲେ । ଏଥିସହ ମନୋଜ ଆମୀରଙ୍କୁ ମିଶି ଏହା ଉପରେ କଥା ହେବାକୁ କହିଥିଲେ । ଯାହାକୁ ନେଇ ଆମୀର ଖାନ ମଧ୍ୟ ଭେଟିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯାହାର ଭିଡଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନୋଜ ।

ଓଲିଉଡ ପୋଲ୍ ଖୋଲିଲେ ମନୋଜ
ଭିଡିଓରେ ଆମୀର ଖାନଙ୍କ ଆଲୋଚନା ସମୟରେ ମନୋଜ ମିଶ୍ର କହିଛନ୍ତି, ''ମୁଁ ଓଡ଼ିଶାର । ମୁଁ ଆପଣଙ୍କ ପେପର ଭିୟୁରୁ ଅନୁପ୍ରାଣିତ ହୋଇ ଏକ ଫିଲ୍ମ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ଦେଖାଉଛି । ଯାହାକୁ ପ୍ରାୟ 50 ହଜାର ଲୋକ ଦେଖିସାରିଲେଣି । ଏହା ପଛର କାରଣ ହେଉଛି ଓଡ଼ିଶାରେ ଅନେକ ଟେକ୍ନିସିଆନ, ଅଭିଜ୍ଞ ଅଭିନେତା ଓ ନିର୍ଦ୍ଦେଶକ ରହିଛନ୍ତି । ଏଠାରେ ଆପଣ ଏକ କଥା କହିଥିଲେ କି ଓସ୍କାର ପାଇଁ ଆପଣ ଆଗ୍ରହୀ କାରଣ ହିନ୍ଦୁସ୍ତାନ ପାଇଁ ଏକ ମାର୍କେଟ ଖୋଲିଯିବ । ଏହିପରି ଆମେ ମଧ୍ୟ ଓଡ଼ିଶାବାସୀ ଚାହୁଁଛୁ କି ଆମ ଫିଲ୍ମ ବି ଦେଶ ବାହାରେ ଲୋକ ଦେଖନ୍ତୁ । ହେଲେ ସେହି ବିଶ୍ୱାସ ନାହିଁ ଓଡ଼ିଶା ଉପରେ । ''
ସେ ଆହୁରି କହିଛନ୍ତି, ''ଯଦି ମୁଁ ଫିଲ୍ମ ଦେଖାଉଛି ଯେଉଁଠି ପଙ୍ଖା ନାହିଁ, AC ନାହିଁ । ଦୁଇ ଘଣ୍ଟା ଝାଳରେ ଫିଲ୍ମ ଦେଖୁଛନ୍ତି ଲୋକେ । ଏହାର ଅର୍ଥ ଲୋକେ ଫିଲ୍ମକୁ ପସନ୍ଦ କରୁଛନ୍ତି । ସିଙ୍ଗଲ ସ୍କ୍ରିନ ନାହିଁ ଯାହାକୁ ନେଇ ବୋଧେ ଆପଣ ପେପର ଭିୟୁ କଥା କହିଛନ୍ତି । ସିଙ୍ଗଲ ଥିଏଟରର ଅସୁବିଧା ରହିଛି । ସିନେମା ଗୋଟେ କ୍ରିଏଟିଭ । ଯାହାକୁ ବନାଇବାକୁ ଟଙ୍କା ଲାଗେ ଏବଂ ଏହା ଏକ ବ୍ୟବସାୟ ମଧ୍ୟ । 5 ଲକ୍ଷରେ ବି ଯଦି ଫିଲ୍ମ/ବ୍ୟବସାୟ ତିଆରି ହୁଏ ତେବେ ସାଡେ 5 ଳକ୍ଷ ତ ଦରକାର । ଏହା କେଉଁଠୁ ଆସିବ ଆମ ଭଳି ଫିଲ୍ମ ନିର୍ମାତାଙ୍କ ପାଖକୁ । ଆମ ଭଳି ନିର୍ମାତାଙ୍କୁ ଯଦି ଆପଣ ସାହାଯ୍ୟ ଦେବେ ତେବେ ଏହି ଫିଲ୍ମ କେବଳ ଯେ ହିନ୍ଦୁସ୍ତାନର ଫିଲ୍ମ ଫେଷ୍ଟିଭାଲରେ ଯାଇ ରହିଯିବ ବରଂ ସେ ବି ଭଲ ବ୍ୟବସାୟ କରିବ ।''
ମନୋଜ ଆହୁରି ମଧ୍ୟ କହିଛନ୍ତି ଯେ, ହାଇ ବଜେଟ ଫିଲ୍ମ ରିଲିଜ ହେଲେ ଆଞ୍ଚଳିକ ଫିଲ୍ମ ସ୍କ୍ରିନରୁ ହଟାଇ ଦିଆଯାଏ । ଏନେଇ ଆମୀର ଖାନ କହିଛନ୍ତି, ''ହିନ୍ଦୁସ୍ତାନରେ ଅଧିକ ଅଧିକ ସିନେମାହଲ କରିବା ଦରକାର । ଦେଶରେ 9-10ହଜାର ସ୍କ୍ରିନ ରହିଥିବା ବେଳେ ଅନ୍ୟ ଦେଶରେ ଅଧିକ ସ୍କ୍ରିନ ରହିଛି । ଏନେଇ ଭାରତ ସରକାର ଦୃଷ୍ଟି ଦେବା ଦରକାର । ସବୁ ରାଜ୍ୟରେ ଥିଏଟର ଅଧିକ ହେଲେ ସିନେମାକୁ ଭଲ ବୁଷ୍ଟ ମିଳିବ ।''
ଶେଷରେ ମନୋଜ ଆମୀର ଖାନଙ୍କୁ ଅନୁରୋଧ କରି ମିଶିବାକୁ କହିଛନ୍ତି । ମନୋଜ କହିଛନ୍ତି, ମୁଁ ସାରା ଓଡ଼ିଶାବାସୀଙ୍କ ପାଇଁ ଆପଣଙ୍କ ସହ 5 ମିନଟ ଆଲୋଚମନା କରିବାକୁ ଚାହୁଁଛି । ଏନେଇ ଆମୀର ମଧ୍ୟ ଶୋ' ସରିବା ପରେ ମିଶିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।
ଏହି ଆଲୋଚନାର ଭିଡିଓ ମନୋଜ ମିଶ୍ର ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ''ଓଡ଼ିଶାରେ ଫିଲ୍ମ ତ ତିଆରି ହେବ କିନ୍ତୁ ବାହାରେ ବିକ୍ରି କେମିତି ହେବ ହଲ୍ କେମିତି ମିଳିବ, ସେ ବିଷୟରେ ଆମୀର ଖାନଙ୍କ ସହ ଗୋଆର International film festivalରେ ମୁଁ ଚର୍ଚ୍ଚା କରିଥିଲି । ବହୁତ୍ ଜଲଦି ତାଙ୍କ ସହ ମୋର ଦେଖାହେବି । ମୁଁ ଆମ ଓଡ଼ିଶାରେ ତିଆରି ସିନେମା ବିଷୟରେ ଭଲଭାବେ କଥା ହେବି ।''
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications