ଏହି ଉପାୟରେ ଶୁଷ୍କ ତ୍ୱଚାକୁ କରନ୍ତୁ ସୁନ୍ଦର ଓ କୋମଳ
ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥାଏ । ଯଦି ଶରୀର ହାଇଡ୍ରେଟ୍ ନରୁହେ, ତେବେ ଚର୍ମ ଖରାପ ହୋଇଯାଇଥାଏ । ଯେଉଁଥିପାଇଁ ରୁଖା ଓ ଶୁଖୁଲା ଚର୍ମରେ ଅନେକ ଯନ୍ତ୍ରଣା ଅନୁଭବ ହୋଇଥାଏ । କିନ୍ତୁ, ଅତ୍ୟଧିକ ଶୁଷ୍କ ଚର୍ମ ମଧ୍ୟ ସଂକ୍ରମଣ କରାଇଥାଏ । ଏହିପରି ପରିସ୍ଥିତିରେ ତୁରନ୍ତ ଚର୍ମ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ । ଚର୍ମର ଶୁଷ୍କତାକୁ ଦୂର କରିବା ପାଇଁ ସେହି ଜିନିଷ ଖାଆନ୍ତୁ, ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ । ତେବେ ଆସନ୍ତୁ ଜାଣିବା
ଡ୍ରାଏ ଫୁଟ୍ ତଥା ଶୁଖୁଲା ଫଳକୁ ରାତିସାରା ଭିଜାଇ ରଖନ୍ତୁ ଏବଂ ସକାଳେ ମୁଠାଏ ବାଦାମ ଖାଆନ୍ତୁ କିମ୍ବା ସାଲାଡରେ ମିଶାଇ ଖାନ୍ତୁ । ସେଗୁଡ଼ିକ ମଧ୍ୟରେ ଓମେଗା- ୩, ଓମେଗା- ୬, ଫେଟି ଏସିଡ୍, ଡାଏଟାରୀ ଫାଇବର ଓ ଅନେକ ଗୁରୁତ୍ୱପୂର୍ଣ ପୋଷକ ତତ୍ତ୍ୱରେ ଏଥିରେ ଭରପୂର ମାତ୍ର ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରରେ ଥିବା କୋଷଗୁଡ଼ିକର କଠିନତା ବଜାୟ ରଖେ । ଏହା ଦ୍ୱାରା କୋଷଗୁଡ଼ିକୁ ମଧ୍ୟ ହାଇଡ୍ରେଟ୍ କରେ । ଯେଉଁଥି ପାଇଁ ଚର୍ମ କୋମଳ ହୋଇଥାଏ ।
ଫ୍ଲେକସିଡ୍ ପାଉଡରକୁ ଜୁସ୍ କିମ୍ବା ସାଲାଡରେ ମିଶାଇ ପାରିବେ । ଏହା ସହ ୧ ଚାମଚ ଦହିରେ, ୧ ଚାମଚ ପ୍ଲେକସିଡ୍ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ସମଗ୍ର ଶରୀରରେ ଲଗାଇ ରଖନ୍ତୁ । ଏହା ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରିବ ।

କାକୁଡି ସୁସ୍ଥ ଚର୍ମ ପାଇଁ କାକୁଡିକୁ ସାଲାଡରେ ସାମିଲ କରନ୍ତୁ । ଏହାର ସାଣ୍ଡୱିଚ୍ ତିଆରି କରି ଖାଆନ୍ତୁ କିମ୍ବା ଆପଣ ଏହାକୁ ସ୍ନାକ୍ସ ଓ ସାଲାଡ ଭାବରେ ଖାଇପାରିବେ । କାରଣ କାକୁଡିରେ ପ୍ରଚୁର ଜଳର ମାତ୍ରା ରହିଥାଏ, ଯାହା ଚର୍ମର ଶୁଷ୍କତାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ । ସ୍ପିନର ରୁଖାପଣରୁ ବଞ୍ଚିବା ପାଇଁ ପ୍ରତିଦିନ ଅତି କମରେ ୪ରୁ ୫ଲିଟର ପାଣି ପିଇବା ଆବଶ୍ୟକ । ଏମିତିକା ଫଳ ଖାଆନ୍ତୁ ଯେଉଁଥରେ ସର୍ବାଧିକ ପରିମାଣର ଜଳ ଅଛି । ଫାଷ୍ଟଫୁଡ୍ ବଦଳରେ ଘରେ ତିଆରି ହୋଇଥୁବା ଖାଦ୍ୟ ଖାଆନ୍ତୁ ।












Click it and Unblock the Notifications