୧୦ ମିନିଟରେ ଓଟସରୁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା
ଓଟସ୍ ବଲ୍ ବା ଓଟସ୍ ଲଡୁ ହେଉଛି ଏକ ସୁସ୍ୱାଦୁ ନୋ-ବେକ୍ ସ୍ନାକ୍ସ ବା ମିଠା ଯାହାକୁ ଆପଣ ଯେ କୌଣସି ସମୟରେ ମଧ୍ୟରେ ପ୍ରସ୍ତୁତ କରିପାରିବେ ।

Oatmeal Sweets: ଓଟସ୍ ବଲ୍ ବା ଓଟସ୍ ଲଡୁ ହେଉଛି ଏକ ସୁସ୍ୱାଦୁ ନୋ-ବେକ୍ ସ୍ନାକ୍ସ ବା ମିଠା ଯାହାକୁ ଆପଣ ଯେ କୌଣସି ସମୟରେ ମଧ୍ୟରେ ପ୍ରସ୍ତୁତ କରିପାରିବେ । ଯଦି ସଂଧ୍ୟାରେ ଆପଣ କିଛି ହେଲଦି ଏବଂ ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଚାହୁଁଛନ୍ତି ତେବେ ଏହି ରେସିପି ନିଶ୍ଚୟ ଟ୍ରାଏ କରନ୍ତୁ । ଓଟସ୍ ବଲ୍ ରେସିପି ଯାହା ଅତି ସହଜରେ କମ୍ ସାମଗ୍ରୀରେ ପ୍ରସ୍ତୁତ କରିପାରିବେ ।
ଏକ ପାତ୍ରରେ ଗ୍ରାଇଣ୍ତ ହୋଇଥିବା ଓଟସ୍, ପିନଟ୍ ବଟର, ମହୁ, ତେବେ ଆପଣ ଚାହିଁଲେ ମହୁ ସ୍ଥାନରେ ଚିନି ମଧ୍ୟ ବ୍ୟବହାର କରିପାରିବେ । ଚକୋଲେଟ୍ ଚିପ୍ସ ଏବଂ ଭାନିଲା ଏସେନସକୁ ଭଲରେ ମିଶାଇ ନିଅନ୍ତୁ । ଏହି ପେଷ୍ଟକୁ ଏବେ ଛୋଟ ଛୋଟ ଗୋଳା କରିନିଅନ୍ତୁ ଏକ ପ୍ଲେଟରେ ରଖି ଏହାକୁ ୩୦ ମିନଟ୍ ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଯାହା ଦ୍ୱାରା ଏହା ଟାଣ ହୋଇଯିବ । ଅତି ସହଜରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଓଟସ୍ ବଲ୍ ବା ଓଟସ୍ ଲଡୁ ।












Click it and Unblock the Notifications