Makar Sankranti; ଜାଣନ୍ତୁ କଣ ରହିଛି ପୂଜାବିଧି, କାହିଁକି ହୁଏ ମକର ଚାଉଳ ଭୋଗ ?
ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ସବମୁଖର ହୋଇ ଉଠିଛି ଦିଲ୍ଲୀରୁ ପଲ୍ଲୀ । ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ପାଳନ କରିଥାନ୍ତି ଦେଶବାସୀ । ପର୍ବ ଗୋଟିଏ କିନ୍ତୁ ବିଭିନ୍ନ ରାଜ୍ୟରେ ନାମ ଅନେକ ।
ଦକ୍ଷିଣ ଭାରତର ସବୁଠାରୁ ବଡ ପର୍ବ ହେଉଛି ପୋଙ୍ଗଲ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ 4 ଦିନ ଧିର ପାଳନ କରିଥାନ୍ତି । ଓଡ଼ିଶାରେ ମଧ୍ୟ ଆଜିର ଦିନରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯାହାକୁ ମକର ଚାଉଳ କୁହାଯାଏ ।

କାହିଁକି ହୁଏ ମକର ଚାଉଳ ଭୋଗ ?
ଓଡିଶାରେ ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଇଥାଏ । ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।
ଗୁଡି ଉଡାଇବା ପର୍ବ:
ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପର୍ବ ରହିଛି । ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଛୋଟ ଠାରୁ ବଡ ସମସ୍ତେ ଆକାଶରେ ଗୁଡି ଉଡାଇଥାନ୍ତି । ଏହି ଦିନକୁ ଶୁଭ ବୋଲି ବିବେଚନା କରାଯାଏ । ଗୁଡି ଉଡାଇବା ପର୍ବ ପ୍ରଭୁ ରାମଙ୍କ ସହ ଜଡିତ ବୋଲି କୁହାଯାଏ ।
ମକର ସଂକ୍ରାନ୍ତିର ଇତିହାସ:
ଓଡିଆ ପ୍ରବାଦ ଅନୁଯାୟୀ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୁଏ ବୋଲି କୁହାଯାଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ଅଧିକ ପ୍ରଖର ହୋଇଥାଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications