Mahashivratri 2025: ମହାଶିବରାତ୍ରି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ
Mahashivratri 2025: ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳିତ ହୁଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି ବର୍ଷ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଫେବୃଆରୀ ୨୬ ୧୧:୦୮ ରେ ଆରମ୍ଭ ହେବ। ଏହା ଫେବୃଆରୀ ୨୭ ତାରିଖ ୮:୫୪ ରେ ଶେଷ ହେବ। ଏପରି ପରିସ୍ଥିତିରେ ମହାଶିବରାତ୍ରି ୨୬ ଫେବୃଆରୀରେ ପାଳନ କରାଯିବ।

ଫେବୃଆରୀ ୨୬ ତାରିଖ ସକାଳ ୧୧.୦୮ରୁ ଆରମ୍ଭ ହୋଇ ଫେବୃଆରୀ ୨୭ ସକାଳ ୦୮.୫୪ରେ ଶେଷ ହେବ । ଫେବୃଆରୀ ୨୬ ତାରିଖରେ ଶିବରାତ୍ରୀ ପାଳନ କରାଯିବ । ଶିବରାତ୍ରୀ ନେଇ ସାରା ଦେଶରେ ଭକ୍ତଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଛି ଏବଂ ସମସ୍ତ ଶୈବପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିପରି ମହାଶିବରତ୍ରୀ ଦିନ କିଛି ଏପରି ଜିନିଷ ଅଛି ଯାହା ଘରକୁ ଆଣିବା ଦ୍ୱାରା ଘରେ ଶୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ମହାଶିବରାତ୍ରି ଦିନ ଘରକୁ ପୁରା ପରିବାର ଫଟୋ ଫ୍ରେମ କରି ଆଣି ଲଗେଇ ପାରିବେ ।ଏହା ଅତ୍ୟନ୍ତ ଶୁଭ ମନେ କରାଯାଏ । ସେହିପରି ଘରକୁ ପାରଦେଶ୍ୟ ଶିବ ଲିଙ୍ଗ ଆଣି ପାରିବେ ଏହା ପିତୃ ଦୋଷରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।
ସେହିପରି ଶିବରାତ୍ରୀ ଦିନ ଘରେ ଗଛ ଲଗାଇ ପାରିବେ । ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ରହିଥାଏ ।
ମହାଦେବଙ୍କ ପ୍ରିୟ ହେଉଛି ରୁଦ୍ରାକ୍ଷ । ଶିବରାତ୍ରୀ ଦିନ ଘରକୁ ରୁଦ୍ରାକ୍ଷ ଆଣିବା ଦ୍ୱାରା ଘର ଦୁଃଖ ଦୁର ହେବା ସହ ରୋଗରୁ ମୁକ୍ତି ମିଳିଥାଏ ।












Click it and Unblock the Notifications