ବିନା ଡାଏଟିଂରେ କମିବ ଓଜନ, ଖାଲି କରିଦିଅନ୍ତୁ ଏତିକି କାମ

ଓଜନ ବଢିଗଲେ ଚିନ୍ତାରେ ପଡିଯାଏ ବ୍ୟକ୍ତି । ଆଉ ଆରମ୍ଭ କରେ ଡାଏଟିଂ । ଡାଏଟ୍ ଚାଟ୍‌ ପରିବର୍ତ୍ତନରୁ ନେଇ ମର୍ଣ୍ଣିଂ ୱାକ୍ ଓ ଏକ୍ସରସାଇଜ ଭଳି କେତେ କ'ଣ କରିବାକୁ ପଡେ । ହେଲେ ଏସବୁ ବ୍ୟତୀତ ବି କିଛି ଉପାୟ ଅଛି ଯାହାଦ୍ୱାରା ଆପଣ ସହଜରେ ଓଜନ କମାଇପାରିବେ । ଜଳଖିଆରେ ଆପଣ ଯଦି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କରନ୍ତି ତାହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ରେଜଲ୍ଟ ମିଳିବ । ଏହି ଜଳଖିଆ ଯେତିକି ପୃଷ୍ଟିକର ସେତିକି ସ୍ୱାଦିଷ୍ଟ । ଏହାକୁ ଖାଇଲେ ଓଜନ କମିବ ସତ, କିନ୍ତୁ ଶରୀରର ଶକ୍ତି ବୃଦ୍ଧି ହେବ ।

dieting

ସକାଳୁ ଜଳଖିଆରେ ଅଣ୍ଡା, ଗ୍ରୀକ୍‌ ୟୋଗର୍ଟ କିମ୍ବା ପନିର ଭଳି ଖାଦ୍ୟ ଗ୍ରହଣ କଲେ ଏହା ବହୁ ସମୟ ପର୍ଯ୍ୟନ୍ତ ଶରୀରକୁ ଶକ୍ତି ଯୋଗାଏ । ଯାହାଦ୍ୱାରା ଥକ୍କାପଣ ଅନୁଭୂତ ହୁଏ ନାହିଁ । ସେହିପରି ଫାଇବରରେ ଭରପୂର ଖାଦ୍ୟ ଯେପିରିକି ଓଟ୍ସ, ତାଜା ଫଳ ଆଦି ଖାଇବା ଦ୍ୱାରା ମଧ୍ୟ ବହୁ ସମୟ ଧରି ଭୋକ ହୁଏ ନାହିଁ । କାରଣ ପେଟ ଭରପୂର ରହେ ।

ବ୍ରେକ୍‌ଫାଷ୍ଟରେ ବାଦାମ, ଲହୁଣୀ, ଆଦି ସାମିଲ କରିବା ଦ୍ୱାରା ଏଥିରୁ କ୍ୟାଲୋରୀ ମିଳିଥାଏ । ଏସବୁ ଖାଦ୍ୟ ବହୁ ସମୟ ଧରି ଶରୀରକୁ ଶକ୍ତି ଯୋଗାଇବା ସହ ଫ୍ୟାଟ୍‌ ବର୍ଣ୍ଣ୍‌ କରିବାରେ ସହାୟକ ହୁଏ । ଫଳରେ ଓଜନ ହ୍ରାସ ପାଏ । ତେବେ ଡାଏଟିସିଆନଙ୍କ କହିବା କଥା, ଓଜନ କମାଇବା ପାଇଁ କମ୍ ଖାଇବା ଜରୁରୀ ନୁହେଁ, ବରଂ ହେଲ୍‌ଦି ଖାଦ୍ୟ ଖାଇବା ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+