Get Updates
Get notified of breaking news, exclusive insights, and must-see stories!

ଏପ୍ରିଲ ମାସରେ କେଉଁ ଚାଷ କଲେ ପାଇପାରିବେ ଲାଭ ?

ଏପ୍ରିଲ ମାସରେ ଅନେକ ପନିପରିବା ଚାଷ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ବିଶେଷ ପନିପରିବା ଚାଷ ବିଷୟରେ କହିବାକୁ ଯାଉଛୁ, ଯାହା ଚାଷ କରି ଆପଣ ଏହି ଗ୍ରୀଷ୍ମ ଋତୁରେ ଅଧିକ ଲାଭ ପାଇପାରିବେ ।

ଏପ୍ରିଲ ମାସରେ ଅନେକ ପନିପରିବା ଚାଷ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ବିଶେଷ ପନିପରିବା ଚାଷ ବିଷୟରେ କହିବାକୁ ଯାଉଛୁ, ଯାହା ଚାଷ କରି ଆପଣ ଏହି ଗ୍ରୀଷ୍ମ ଋତୁରେ ଅଧିକ ଲାଭ ପାଇପାରିବେ ।

lifestyle

ଧନିଆ:

ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଧନିଆ ଚାଷ କରାଯାଇଥାଏ ।ଏହି ଋତୁରେ ମାର୍କେଟରେ ଧନିଆର ଚାହିଦା ବହୁତ ଅଧିକ ରହିଥାଏ , ଯେଉଁ କାରଣରୁ ଏହି ଋତୁରେ ଧନିଆ ଚାଷ କରିବା ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହୋଇଥାନ୍ତି । ଧନିଆ ଚାଷରେ, ଆପଣ ଏହାର ସବୁଜ ପତ୍ର ବିକ୍ରି କରିପାରିବେ ଏବଂ ଏହା ସହିତ, ଫଳ ଦେବା ପରେ ମଧ୍ୟ ଆପଣ ଭଲ ଦୁଇ ପଇସା ରୋଜଗାର କରିପାରିବେ।

ପାଳଙ୍ଗ ସାଗ:

ମାର୍ଚ୍ଚ ଏବଂ ଏପ୍ରିଲରେ ଉତ୍ତାପ ବୃଦ୍ଧି ହେତୁ ପାଳଙ୍ଗର ଚାହିଦା ତୁଳନାତ୍ମକ ଭାବେ ଅଧିକ ରହିଥାଏ । ଉପଯୁକ୍ତ ଜଳସେଚନ ବ୍ୟବସ୍ଥାର ଅଭାବ ହେତୁ ଅଧିକାଂଶ କୃଷକ ଏହାକୁ ଚାଷ କରିବାରେ ସକ୍ଷମ ହୋଇପାରନ୍ତି ନାହିଁ । ଯେଉଁମାନେ ଏହି ପାଳଙ୍ଗ ଚାଷ କରନ୍ତି ସେମାନେ ଅଧିକ ଲାଭ ପାଇବା ସହ ଭଲ ପଇସା ମଧ୍ୟ ରୋଜଗାର କରିଥାନ୍ତି ।

ବାଇଗଣ:

ବାହାଘର ଘରଠାରୁ ଆରମ୍ଭ କରି ବିଭିନ୍ନ ପୂଜା ପର୍ବ ଏପ୍ରିଲ ମାସରେ ପଡ଼ିଥାଏ । ତେଣୁ ଏହି ସମୟରେ ପନିପରିବାର ଚାହିଦା ଖୁବ୍ ଅଧିକ ରହିଥାଏ । ବିଶେଷ କରି ଭୋଜି ଭାତରେ ଲୋକେ ବାଇଗଣର ବ୍ୟବହାର ବହୁଳ ମାତ୍ରାରେ କରୁଥିବା ଦେଖିବାକୁ ମିଳିଥାଏ । ଏହି ସମୟରେ ବାଇଗଣର ଚାହିଦା ଖୁବ୍ ଅଧିକ ରହିଥାଏ ।ତେଣୁ, ଯଦି ଆପଣ ମାର୍ଚ୍ଚ-ଏପ୍ରିଲରେ ବାଇଗଣ ଚାଷ କରନ୍ତି, ତେବେ ଆପଣ ବହୁତ ଭଲ ରୋଜଗାର କରିପାରିବେ ।

ବନ୍ଧାକୋବି:

ଗ୍ରୀଷ୍ମ, ତୁରେ, ଅଧିକାଂଶ ଲୋକ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି ।ଏପରି ପରିସ୍ଥିତିରେ କୋବିରୁ ଭଲ ଆୟ ହୋଇପାରିବ । କାରଣ ବନ୍ଧାକୋବି ହେଉଚି ଏକ ଅଫ୍-ସିଜିନ୍ ପରିବା ଏବଂ ଖରା ଦିନେ ଏହାର ଦାମ୍ ଅନ୍ୟ ଦିନମାନଙ୍କ ଅପେକ୍ଷା ଟିକେ ଅଧିକ ରହିଥିବା ଦେଖିବାକୁ ମିଳିଥାଏ ।ତେଣୁ ଯଦି ଆପଣ ଏପ୍ରିଲ ମାସରେ ଏହି ଚାଷ କରୁଛନ୍ତି ତେବେ ଆପଣଙ୍କୁ ଆଶାନୁରୂପକ ଲାଭ ମିଳିପାରିବ ।

ଫୁଲକୋବି:

ଫୁଲକୋବି ଏକ ଏମିତି ପରିବା ଯାହାକି ସବୁ ଋତୁରେ ରୋପଣ କରାଯାଇପାରେ, କିନ୍ତୁ ଏପ୍ରିଲରେ ଏହାର ଚାଷ ଅଧିକ ଲାଭ ପ୍ରଦାନ କରିଥାଏ । ଗ୍ରୀଷ୍ମ ଋତୁରେ ଏହାର ଅମଳ ବହୁତ କମ୍, ଯେଉଁ କାରଣରୁ ଏହାର ମୂଲ୍ୟ ବି ଏହି ସମୟରେ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ ମାର୍ଚ୍ଚ-ଏପ୍ରିଲ ମାସରେ ଫୁଲକୋବି ଚାଷ କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହୋଇପାରେ ।

କଖାରୁ:

କଖାରୁ ଜୁଲାଇ-ଅଗଷ୍ଟରେ ବହୁ ପରିମାଣରେ ଚାଷ କରାଯାଏ, କିନ୍ତୁ କଖାରୁ ଆପଣଙ୍କୁ ଗ୍ରୀଷ୍ମ ଋତୁରେ ଭଲ ଆୟ ଦେଇପାରେ ।କାରଣ ଗ୍ରୀଷ୍ମ ଋତୁରେ କଖାରୁର ଅମଳ ମଧ୍ୟ ବହୁତ କମ୍ ଥାଏ, ତେଣୁ ଏହାର ମୂଲ୍ୟ ଅଧିକ ।ଏହା ସହିତ, ଏହା ଲଗାଇବା ପାଇଁ ଅଧିକ ଜମିର ମଧ୍ୟ ଆବଶ୍ୟକ ହୋଇନଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+