Get Updates
Get notified of breaking news, exclusive insights, and must-see stories!

LifeStyle News: ସକାଳେ ଶୀଘ୍ର ଉଠିବା ଦ୍ଵାରା ମିଳିଥାଏ ଏହି ସବୁ ଲାଭ ?

ସକାଳେ ଶୀଘ୍ର ଉଠିବା ଦ୍ଵାରା ଅନେକ ଫାଇଦା ହୋଇଥାଏ । ଆମ ସମସ୍ତଙ୍କୁ ସକାଳେ ଶୀଘ୍ର ଉଠିବାର ଫାଇଦା ଜାଣିବା ଆବଶ୍ୟକ। ସକାଳେ ଖୁବ୍ ଶୀଘ୍ର ଉଠିବା ଦ୍ଵାରା ଆମେ ସବୁ କାର୍ଯ୍ୟ ଆରାମରେ ସମ୍ପନ୍ନ କରି ପାରୁ । ଏହାସହିତ ପର୍ଯ୍ୟାପ୍ତ ସମୟ ବ୍ୟାୟାମ ପାଇଁ ମଧ୍ୟ ମିଳି ଯାଇଥାଏ। ପ୍ରତ୍ୟେକଦିନ ସ୍ନେ ସକାଳୁ ଉଠି ଆମେ ବ୍ୟାୟାମ, ଯୋଗ ଆଦି କରି ପାରିବା। ଏହାଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ଏହାଛଡା ବ୍ୟସ୍ତ ନହୋଇ ଆମେ ଅଫିସ ଯିବା ପାଇଁ ପ୍ରସ୍ତୁତି କରି ପାରୁ।ଆସନ୍ତୁ ଜାଣିବା କି ସକାଳୁ ଖୁବ୍ ଶୀଘ୍ର ଉଠିବା ଦ୍ଵାରା କଣ କଣ ଫାଇଦା ମିଳିଥାଏ।

ସାରା ଦିନର ଯୋଜନା -
ସକାଳର ସମୟ ଦିନର ସବୁଠାରୁ ଉତ୍ତମ ସମୟ ଅଟେ। ଯେତେବେଳେ ଆପଣ ନିଜକୁ ତାଜା ବା ଉର୍ଜାବାନ ଅନୁଭବ କରନ୍ତି, ସେତେବେଳେ ଆପଣଙ୍କୁ ଯେତିକି ସମୟ ପ୍ରାପ୍ତ ହୋଇଥାଏ, ସେଥିରେ ଆପଣ ନିଜର କାର୍ଯ୍ୟ ଆରାମରେ କରନ୍ତି। ସକାଳର ସମୟରେ ଆପଣ ବିଚଳିତ ନହୋଇ ସବୁ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ କରି ପାରନ୍ତି। ଆପଣ ସେହି ଦିନ ପାଇଁ ଅନେକ ଯୋଜନା ସଠିକ୍ ଢଙ୍ଗରେ କରି ପାରିବେ। ସକାଳ ସମୟରେ ଆପଣ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ।

benefits of waking up early in the morning

ଜଳଖିଆ ବନ୍ଦ କରନ୍ତୁ ନାହିଁ -
ସକାଳୁ ଖୁବ୍ ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କୁ ଉତ୍ତମ ଓ ସ୍ୱାସ୍ଥ୍ୟକର ଜଳଖିଆ ପ୍ରସ୍ତୁତ କରିବା ପାଇଁ ସମୟ ମିଳି ଯାଇଥାଏ। ଶୀଘ୍ର ଉଠୁଥିବା ବ୍ୟକ୍ତିଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ କି ଆପଣଙ୍କ ପରିବାରକୁ ସୁବିଧାରେ ସ୍ୱାସ୍ଥ୍ୟକର ଜଳଖିଆ ପ୍ରସ୍ତୁତ କରି ପାରିବେ। ଜଳଖିଆ ଏକ ମହତ୍ୱପୂର୍ଣ୍ଣ ଭୋଜନ ଅଟେ, ଯାହା ଆପଣଙ୍କ ଦିନର ଆରମ୍ଭ କରିବା ଦ୍ୱାରା ଆପଣଙ୍କୁ ଉର୍ଜାବାନ କରିଥାଏ।

ଚିନ୍ତାମୁକ୍ତ -
ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କୁ ନିଜ ଦିନର ଯୋଜନା ପ୍ରସ୍ତୁତ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରାପ୍ତ ହେବ। ପୂର୍ବରୁ ଯୋଜନା ପ୍ରସ୍ତୁତ ହେବାଦ୍ବାରା ଆପଣଙ୍କୁ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ହୋଇ ନଥାଏ।ଏହାଛଡା ଯେତେବେଳେ ଆପଣ ଶୀଘ୍ର ଉଠି ଥାଆନ୍ତି। ଆପଣଙ୍କ ପାଖରେ ସେତିକି ସମୟ ରହିଥାଏ, ଯେତିକି ସମୟରେ ଆପଣ ନିଜ ସମୟ ଉପଯୋଗ ନିଜକୁ ଚିନ୍ତାରୁ ମୁକ୍ତି ପାଇଁ କରି ପାରିବେ। ଏହାଦ୍ବାରା ଆପଣ ଶାନ୍ତ ମନରେ କୌଣସି କାର୍ଯ୍ୟ ଆରମ୍ଭ କରି ପାରିବେ।

ଉତ୍ତମ ନିଦ -
ଶୀଘ୍ର ଉଠୁଥିବା ବ୍ୟକ୍ତି ଶୀଘ୍ର ଶୋଇ ଯାଇଥାନ୍ତି। ଏଥିପାଇଁ ଆପଣ ରାତିରେ ଶୀଘ୍ର ଶୋଇ ଯାଇଥାନ୍ତି। ଶୀଘ୍ର ଉଠିବାର ଅଭ୍ୟାସ ଦ୍ଵାରା ଆପଣଙ୍କୁ ଉତ୍ତମ ନିଦ ଆସିଥାଏ , ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

ସକାରାତ୍ମକତାର ସଞ୍ଚାର -
ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କ ମଧ୍ୟରେ ସକାରାତ୍ମକ ସଞ୍ଚାର ହୋଇଥାଏ। ଏକ ବର୍ଣ୍ଣନରେ କୁହାଯାଇଛି କି ଯେଉଁ ଲୋକେ ସକାଳେ ଶୀଘ୍ର ଉଠି ଥାଆନ୍ତି, ସେମାନେ କେବଳ କିଛି ସମୟ ପାଇଁ ନୁହେଁ ଜୀବନସାରା ଖୁସିରେ ରହିଥାନ୍ତି।

ସକାଳୁ ଉଠି ବ୍ୟାୟାମ କରିବା ସବୁଠାରୁ ଉତ୍ତମ ମାନା ଯାଇଛି। ଡେରିରେ ଉଠିଲେ କାମ ତ ଡେରିରେ ହିଁ ହୋଇଥାଏ । ଏହାସହିତ ବ୍ୟାୟାମ ପାଇଁ ସମୟ ମିଳି ପାରେ ନାହିଁ। ଏଭଳି ଭାବରେ ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିବା ଦ୍ଵାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ। କହିବାକୁ ଗଲେ ସକାଳୁ ଶୀଘ୍ର ଉଠିବା ଉତ୍ତମ ମାନା ଯାଇଛି। ଏଥିପାଇଁ ଆପଣମାନେ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରି ନିଅନ୍ତୁ, ଯାହାଦ୍ଵାରା ଉତ୍ତମ ଜୀବନ ଅତିବାହିତ କରି ପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+