ଛୋଟ ପିଲାଙ୍କୁ ମୋବାଇଲ ଦେଉଥିଲେ ସାବଧାନ: ଏହି ରୋଗର ହୋଇପାରନ୍ତି ଶିକାର
ମୋବାଇଲ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି | ପରିସ୍ଥିତି ଏମିତି ହୋଇଛି ଯେ ୬ ମାସର ଛୋଟ ପିଲାକୁ ବି ବାପା ମାଆ ମାନେ ମୋବାଇଲ ଦେଖିବାକୁ ଦେଉଛନ୍ତି । ମୋବାଇଲ୍ ଯାହା ଏକଦା ସାହାଯ୍ୟକାରୀ ଥିଲା , ବର୍ତ୍ତମାନ ଧୀରେ ଧୀରେ ସାଂଘାତିକ ହୋଇଯାଉଛି |
ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ମୋବାଇଲ୍ ଦିଅନ୍ତି କିନ୍ତୁ ସେମାନେ ଏହା ବୁଝନ୍ତି ନାହିଁ ଯେ , ମୋବାଇଲ୍ ସେମାନଙ୍କ ପିଲାମାନଙ୍କୁ ମାନସିକ ବିକୃତ କରାଉଛି | ୨ ବର୍ଷରୁ କମ୍ ବୟସର ପିଲା ମାନଙ୍କଠାରେ ଭର୍ଚୁଆଲ୍ ଅଟିଜିମ୍ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
ସୋସିଆଲ ମି ଡିଆରେ ଜଣେ ଡାକ୍ତର କହିଛନ୍ତି ; ଆଜିକାଲି ଅଭିଭାବକମାନେ ନିଜ ପିଲାମାନଙ୍କୁ ମୋବାଇଲ୍ ଦେଉଛନ୍ତି । କିନ୍ତୁ ମୋବାଇଲ୍ ଯୋଗୁଁ ପିଲାମାନଙ୍କ ଠାରେ ଅଜବ ପରିବର୍ତ୍ତନ ଘଟୁଛି । ଯଦି ଆପଣଙ୍କର ପିଲା ୨ ବର୍ଷ ବୟସ ପରେ ମଧ୍ୟ ସଠିକ୍ ଭାବରେ କହିବାରେ ସକ୍ଷମ ନୁହଁନ୍ତି, ଅନେକ ସମୟରେ ବିରକ୍ତ ହେଉଛି, ପରିବାର ସଦସ୍ୟଙ୍କୁ ମଧ୍ୟ ଚିହ୍ନି ପାରୁନି, ସମାନ କାମକୁ ବାରମ୍ବାର ପୁନରାବୃତ୍ତି କରୁଛି , ତେବେ ଆପଣ ମାନେ ସତର୍କ ହୋଇଯାଆନ୍ତୁ । କାରଣ ଆପଣଙ୍କ ପିଲା ଭର୍ଚୁଆଲ୍ ଅଟିଜିମ ରୋଗର ଶିକାର ହେବାକୁ ଯାଉଛନ୍ତି | ଏହି ରୋଗ ଏତେ ସାଂଘାତିକ ଯେ , ଏହା ଆପଣଙ୍କ ପିଲାଙ୍କୁ ମାନସିକ ସ୍ତରରେ ମଧ୍ୟ ଅକ୍ଷମ କରିପାରେ |













Click it and Unblock the Notifications