Get Updates
Get notified of breaking news, exclusive insights, and must-see stories!

କେଉଁ ବୟସରେ ହେବ ଆପଣଙ୍କ ବିବାହ ? କଣ କହୁଛି ଶାସ୍ତ୍ର ?

ବିବାହ ପବିତ୍ର ବନ୍ଧନ । ଅନେକ ସମୟରେ ଦେଖାଯାଏ କିଛି ଯୁବକ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ । ଆଉ କିଛି ଜଣଙ୍କ ବିବାହ ସ୍ଥିର ହେବା ପରେ ମଧ୍ୟ ଭାଙ୍ଗି ଯାଏ । ପରିବାରରେ ସଭିଏଁ ଚିନ୍ତିତ ରହିଥାନ୍ତି । ତେବେ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଆସେ କାହିଁକି ବିବାହରେ ବିଳମ୍ବରେ ହୁଏ ? ଜ୍ୟୋତିଷ ଶାସ୍ତ୍ରରେ ଏନେଇ କିଛି ସ୍ୱତନ୍ତ୍ର କାରଣ ବର୍ଣ୍ଣନା କରାଯାଇଛି ।

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ ?

ଜାତକରେ ସପ୍ତମ ଭାଗ ଜଣାଇଥାଏ କେଉଁ ବୟସରେ ହେବ ଆପଣଙ୍କ ବିବାହ ହେବ । ରାଶି ଅନୁସାରେ କାହାର ବିବାହ କେଉଁ ଦିଗରେ ହେବ । ଶୁକ୍ର, ବୁଧ, ଗୁରୁ ଓ ଚନ୍ଦ୍ରମା ଆଦି ଗ୍ରହଙ୍କ ମଧ୍ୟରୁ ଗୋଟିଏ ଗ୍ରହ ଜାତକରେ ସପ୍ତମ ଭାଗରେ ରହିଲେ ବିବାହରେ ଥିବା ବାଧା ଦୂର ହୋଇଯାଏ । ସେହିପରି ବିଳମ୍ବ ବିବାହ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ । ସେହିପରି ସପ୍ତମ ସ୍ଥାନରେ ରାହୁ, ମଙ୍ଗଳ, ଶନି, ସୂର୍ଯ୍ୟ ଆଦି ଗ୍ରହ ରହିଲେ ବିବାହ ବିଳମ୍ବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

lifestyle At what age will you get married

୨୦ ରୁ ୨୫ ବର୍ଷ ମଧ୍ୟରେ ବିବାହ
ବୁଧ ଗ୍ରହ ଶୀଘ୍ର ବିବାହ କରାଇଥାନ୍ତି । ଜାତକରେ ସପ୍ତମ ଭାଗରେ ବୁଧ ଗ୍ରହ ରହିଲେ ବିବାହ ଶୀଘ୍ର ହେବାର ଯୋଗ ଥାଏ । ବୁଧ ଗ୍ରହଙ୍କ ଉପରେ ଅନ୍ୟ କୌଣସି ଗ୍ରହଙ୍କ ପ୍ରଭାବ ନରହିଲେ ୨୦ ବର୍ଷ ବୟସରେ ବିବାହ ହୋଇଯାଏ । ସୂର୍ଯ୍ୟ ଗ୍ରହ ବୁଧ ଗ୍ରହଙ୍କ ଗୋଟିଏ ସ୍ଥାନ ଆଗରେ କିମ୍ବା ପଛରେ ରହିଲେ ୨୦ ବର୍ଷ ବୟସ ପରେ ବିବାହ ହୁଏ । ଅର୍ଥାତ୍‌ ୨୦ ରୁ ୨୫ ବର୍ଷ ବୟସରେ ବିବାହ ହୋଇଥାଏ ।

ପ୍ରଭାବ ରହିଲେ ୨୬ ବର୍ଷ ବୟସରେ ବିବାହର ଯୋଗ ଥାଏ । ଶନିଙ୍କ ପ୍ରଭାବ ମଙ୍ଗଳ ଉପରେ ରହିଲେ ବିବାହ ୩ ବର୍ଷ ବିଳମ୍ବ ହୁଏ । ରାହୁଙ୍କ ପ୍ରଭାବ ରହିଲେ ଅନେକ ବାଧା ପରେ ୨୭ ବର୍ଷ ବୟସରେ ବିବାହ ହୋଇଥାଏ ।

୨୮ ରୁ ୩୧

ମଙ୍ଗଳ, ରାହୁ, କେତୁ ଗ୍ରହଙ୍କ ମଧ୍ୟରୁ ଗୋଟିଏ ଗ୍ରହ ସପ୍ତମ ଭାଗରେ ରହିଲେ ବିବାହରେ ବିଳମ୍ବ ହୋଇଥାଏ । ମଙ୍ଗଳ ଜାତକରେ ସପ୍ତମ ସ୍ଥାନରେ ରହିଲେ ବିବାହ ୨୭ ବର୍ଷ ପୂର୍ବରୁ ହୋଇନଥାଏ । ରାହୁ ଗ୍ରହ ରହିଲେ ସହଜରେ ବିବାହ ହୋଇନଥାଏ । ବିବାହ ସ୍ଥିର ହୋଇ ମଧ୍ୟ ଭାଙ୍ଗିଯାଏ ।

କେତୁ ସପ୍ତମ ଭାଗରେ ରହିଲେ ଗୁପ୍ତ ଶତ୍ରୁଙ୍କ କାରଣରୁ ବିବାହ ଭାଙ୍ଗିଥାଏ

ଶନି ସପ୍ତମ ଭାଗରେ ରହିଲେ ଜୀବନସାଥୀ ବୁଦ୍ଧିମାନ୍‌ ଓ ବିଶ୍ୱାସରପାତ୍ର ହୋଇଥାନ୍ତି । ମାତ୍ର ସପ୍ତମ ଭାଗରେ ରହିଲେ ଅଧିକାଂଶ ସମୟରେ ୩୦ ବର୍ଷ ବୟସରେ କିମ୍ବା ୩୦ ବର୍ଷ ବୟସ ପରେ ବିବାହ ହୋଇଥାଏ।

୩୨ରୁ ୪୦
ମଙ୍ଗଳ, ଶନି-ରାହୁ, ମଙ୍ଗଳ-ରାହୁ କିମ୍ବା ଶନି-ସୂର୍ଯ୍ୟ, ସୂର୍ଯ୍ୟ-ମଙ୍ଗଳ, ସୂର୍ଯ୍ୟ-ରାହୁ ଏକାସହ ସପ୍ତମ କିମ୍ବା ୮ମ ଭାଗରେ ରହିଲେ ବିବାହରେ ଅଧିକ ବିଳମ୍ବ ହୋଇଥାଏ । ସେହିପରି ଗ୍ରହ ସମୟ ଅନୁସାରେ ଚଳନ କଲେ ବିବାହ ଶୀଘ୍ର ମଧ୍ୟ ହୋଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+