LIC Bima Sakhi Yojana: ଘରେ ବସି ମାସକୁ ୭ ହଜାର ପାଇବେ ମହିଳା !
କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି । ଏହି କ୍ରମରେ ମହିଳା ସଶକ୍ତିକରଣ ପାଇଁ ଏକ ନୂତନ ଯୋଜନା ଆଣିବାକୁ ଯାଉଛନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହରିୟାଣା ଗସ୍ତ ସମୟରେ LIC 'ବୀମା ସଖି ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଆର୍ଥିକ ସ୍ତରରେ ସୁଦୃଢ କରିବା ପାଇଁ ସରକାରଙ୍କ ଉଦ୍ୟମ ରହିଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ 'ବୀମା ସଖି ଯୋଜନା' ଭାରତୀୟ ଜୀବନ ବୀମା ନିଗମ (LIC) ର ଏକ ପଦକ୍ଷେପ । ଏହି ଯୋଜନା ପାନିପଥରେ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ବଡ ଯୋଜନା ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରଖାଯାଇଛି ବୀମା ସଖି ଯୋଜନା । ଯାହାକି LIC ଦ୍ବାରା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ।
ବୀମା ସାଖୀ ଯୋଜନା ମାଧ୍ୟମରେ ୧୮ରୁ ୭୦ ବର୍ଷ ବୟସର ମହିଳା ଲାଭ ଉଠାଇ ପାରିବେ । ୧୦ମ ପାସ୍ କରିଥିବା ମହିଳାଙ୍କୁ ଏଥିରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଟ୍ରେନିଂର ବ୍ୟବସ୍ଥା ମଧ୍ୟ କରାଯାଉଛି ।

LIC ବୀମା ସଖି ଯୋଜନାରେ ୩ ବର୍ଷ ପାଇଁ ସ୍ବତନ୍ତ୍ର ତାଲିମ ଏବଂ ଷ୍ଟାଇପେଣ୍ଡ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନୁଯାୟୀ ମହିଳାମାନଙ୍କୁ ଆର୍ଥିକ ସାକ୍ଷରତା ଏବଂ ବୀମା ସଚେତନତା ପାଇଁ ପ୍ରଥମ ୩ ବର୍ଷ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବ ଏବଂ ଷ୍ଟାଇପେଣ୍ଡ ମଧ୍ୟ ଦିଆଯିବ।
ତାଲିମ ପରେ ମହିଳାମାନେ LIC ଏଜେଣ୍ଟ ଭାବରେ କାର୍ଯ୍ୟ କରିପାରିବେ ଏବଂ ସ୍ନାତକ ବୀମା ସଖି ମଧ୍ୟ LIC ରେ ଡେଭଲପମେଣ୍ଟ ଅଫିସର୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ମୋଦି ବୀମା ସଖିଙ୍କୁ ନିଯୁକ୍ତି ପ୍ରମାଣପତ୍ର ମଧ୍ୟ ବଣ୍ଟନ କରିବେ ।












Click it and Unblock the Notifications