ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିହାତି ପଛୁଆ ଚାଲନ୍ତୁ , ମିଳିବ ଏହି ସବୁ ଫାଇଦା

ଫିଟନେସ୍ ରଖିବା ପାଇଁ ଆଜିକାଲି ପ୍ରାୟ ସମସ୍ତେ କିଛି ନା କିଛି ଶାରୀରିକ ପରିଶ୍ରମ କରୁଛନ୍ତି । ହେଲେ ଫିଟ୍ ରହିବା ପାଇଁ ପ୍ରତିଦିନ ସମାନ ରୁଟିନ୍ ଅନୁସରଣ କରିବା ଦ୍ୱାରା କିଛି ସମୟ ପରେ ଆପଣ ବିରକ୍ତି ଅନୁଭବ କରିପାରନ୍ତି । କିନ୍ତୁ ଏହାର ଏକ ସରଳ ସମାଧାନ ଅଛି, ଯାହା ଦ୍ୱାରା ଆପଣଙ୍କୁ ପ୍ରତିଦିନ ବ୍ୟାୟମ କରିବାକୁ ପଡିବ ନାହିଁ । ତାହା ହେଉଛି ପଛୁଆ ଚାଲିବା । ସପ୍ତାହରେ କିଛି ଥର ୧୦ରୁ ୨୦ ମିନିଟ୍ ପଛକୁ ଚାଲିବା ଚାଲିବା ଅବା ଜଗିଂ କରିବା ଭଳି ସୁକ୍ଷ୍ମ ବ୍ୟାୟାମ ଦ୍ୱାରା ଆପଣଙ୍କ ଶରୀର ସହ ମସ୍ତିଷ୍କ ମଧ୍ୟ ବିକାଶ ହୋଇଥାଏ । ସେଥିପାଇଁ ଡାକ୍ତର ପଛୁଆ ଚାଲିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି । ଆସନ୍ତୁ ଜାଣିବା ପଛୁଆ ଚାଲିବାରେ ଲାଭ କ'ଣ?

step back

ପଛକୁ କାହିଁକି ଚାଲିବେ ?
ଭୂପୃଷ୍ଠରେ ପଛକୁ ଚାଲିବା ବୋକା ଅବା ଅଦରକାରୀ ମନେହୁଏ
ଗଭୀର ଭାବେ ଦୃଷ୍ଟି ଦେଲେ ଏହାର ଉପକାରିତା ଜଣାପଡେ
ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ପ୍ରଦାନ କରିଥାଏ
ସରଳ ଉପାୟରେ ଆପଣ ଆପଣଙ୍କର ମାଂସପେଶୀ ଏବଂ ମନକୁ ଚ୍ୟାଲେଞ୍ଜ କରିଥାନ୍ତି
ମାଂସପେଶୀ ଏବଂ ମନକୁ ଭିନ୍ନ ଚିନ୍ତା ଏବଂ କାର୍ଯ୍ୟ କରିବାକୁ ବାଧ୍ୟ କରିଥାନ୍ତି
ଯାହା ଆପଣଙ୍କ ମନ ଏବଂ ଶରୀର ପାଇଁ ଅନେକ ଲାଭ ହୋଇଥାଏ

ମାନସିକ ଲାଭ:
ଶରୀରରେ ସଚେତନତା ବୃଦ୍ଧି ଭାବନା ଆସିଥାଏ
ଶରୀରରେ ସମନ୍ୱୟ ଏବଂ ଗତି ବୃଦ୍ଧି କରିଥାଏ
ବ୍ୟାୟମ କରିବା ବେଳେ ବିରକ୍ତିଭାବ ଦୂର କରିବାରେ ସହାୟକ ହୁଏ
ସାମଗ୍ରିକ ଭାବେ ମନୋବଳ ବୃଦ୍ଧି କରେ
ଶୋଇବା ଚକ୍ର ତଥା ଭଲ ନିଦ୍ରା ହେବାରେ ସହାଯ୍ୟ କରେ
କମଫର୍ଟ ଜୋନରୁ ବାହାରିବାକୁ ପ୍ରେରଣା ଦିଏ
ଅନୁମାନ ତଥା ଆକଳନ କରିବାରେ ସହାୟକ ହୁଏ
ଚିନ୍ତାଧାରା ଦକ୍ଷତା ଏବଂ ବୁଝିପାରିବା ଶକ୍ତି ତିକ୍ଷ୍ମ କରେ
ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ଇନ୍ଦ୍ରୀୟଗୁଡିକ ନିୟନ୍ତ୍ରଣରେ ରଖେ

ଶାରୀରିକ ଲାଭ :
କମ୍ ବ୍ୟବହୃତ ହେଉଥିବା ଗୋଡ ମାଂସପେଶୀରେ ଶକ୍ତି ବୃଦ୍ଧି କରେ
ଆଣ୍ଠ ଆଘାତରୁ ସୁସ୍ଥ ହେବାରେ ସାହାର୍ଯ୍ୟ କରେ
ଚାଲିବା କୌଶଳରେ ବିକାଶ ହୁଏ
ଶାରୀରିକ ସ୍ଥିରତା ରଖିବାରେ ସହାୟ ହୋଇଥାଏ
ଶରୀରକୁ ସନ୍ତୁଳିତ କ୍ୟାଲୋରୀ ପ୍ରଦାନ କରେ
ଏକ ସୁସ୍ଥ ଓଜନ ବଜାୟୀ ରଖିବାରେ ସହାଯ୍ୟ କରେ
ହାଡ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରେ
ଶରୀରରେ ଶକ୍ତି ସ୍ତର ବୃଦ୍ଧି ହୁଏ
ଶରୀରର ବିକାଶ ପାଇଁ ଆବଶ୍ୟକ ମେଟାବୋଲିଜିମ୍ ବୃଦ୍ଧି କରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+