୬ ଘଣ୍ଟାରୁ କମ୍‌ ନିଦ୍ରା: ଶରୀର ଉପରେ କ’ଣ ପଡ଼େ ପ୍ରଭାବ? ଜାଣନ୍ତୁ ସମାଧାନ

ଆଜିକାଲିର ଦ୍ରୁତ ଜୀବନଶୈଳୀରେ ଅନେକ ଲୋକ ୫ରୁ ୬ ଘଣ୍ଟା ନିଦରେ କାମ ଚଳାଇ ନେଉଛନ୍ତି। ତେବେ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଲଗାତାର ୬ ଘଣ୍ଟାରୁ କମ୍ ଶୋଇବା ଦ୍ୱାରା ଏହାର ପ୍ରଭାବ କେବଳ ଥକ୍କାପଣ ମଧ୍ୟରେ ସୀମିତ ନ ରହି ମସ୍ତିଷ୍କ, ହୃଦୟ, ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ସମେତ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ବିଗାଡି ଦିଏ। ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦୈନିକ ଅତି କମରେ ୭ ଘଣ୍ଟା ନିଦ ନେବା ଜରୁରୀ।

କମ୍ ନିଦ ହେତୁ ଭୋକ ଏବଂ ମେଟାବୋଲିଜିମ୍ ନିୟନ୍ତ୍ରଣ କରୁଥିବା ହରମୋନ୍ ପ୍ରଭାବିତ ହୁଏ। ୫-୬ ଘଣ୍ଟା ଶୋଉଥିବା ଲୋକଙ୍କ କ୍ଷେତ୍ରରେ ପ୍ରି-ଡାଇବେଟିସ୍ କିମ୍ବା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଦୁଇଗୁଣ ବଢ଼ିଯାଏ। ଏହା ସହିତ ଭୋକ ବଢାଉଥିବା ହରମୋନ୍ ('ଘ୍ରେଲିନ୍') ବଢ଼ିଯାଏ ଓ ପେଟ ଭରିଥିବାର ସଙ୍କେତ ଦେଉଥିବା ହରମୋନ୍ ('ଲେପ୍ଟିନ୍') କମିଯାଏ। ଫଳରେ ଖାଇବା ଇଚ୍ଛା ବଢ଼େ ଏବଂ ଶୀଘ୍ର ମୋଟାପା ଦେଖାଦିଏ।

Less than 6 hours of sleep

ନିଦ୍ରାର ଅଭାବରେ ମସ୍ତିଷ୍କରେ ବିଷାକ୍ତ ପଦାର୍ଥ (Toxins) ଜମା ହେବାକୁ ଲାଗେ। ସ୍ମରଣ ଶକ୍ତି, ଧ୍ୟାନ ଏବଂ ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହୁଏ। ଏହା ଚିଡ଼ିଚିଡ଼ାପଣ, ଚିନ୍ତା ଏବଂ ଡିପ୍ରେସନ୍ ଭଳି ଲକ୍ଷଣ ସୃଷ୍ଟି କରେ ଏବଂ ଦୀର୍ଘକାଳୀନ ଭାବରେ 'ଡିମେନ୍ସିଆ' (Dementia) ରୋଗର ବିପଦ ବଢ଼ାଇଥାଏ।

୬ ଘଣ୍ଟାରୁ କମ୍ ନିଦ ଶରୀରର ଶହ ଶହ ଜିନ୍‌କୁ ପ୍ରଭାବିତ କରେ, ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ସହ ଜଡ଼ିତ ଜିନ୍‌କୁ। ଏହାର ପରିଣାମ ସ୍ୱରୂପ, ଶରୀର ଦୁର୍ବଳ ହୁଏ, ସଂକ୍ରମଣ (Infection) ଶୀଘ୍ର ହୁଏ ଏବଂ ଆରୋଗ୍ୟ ଧୀର ହୋଇଯାଏ। ଏହା 'ଟିସୁ ରିପେୟାର' ଏବଂ ଶରୀରର ବିକାଶ ହରମୋନ୍ ଉପରେ ମଧ୍ୟ ପ୍ରଭାବ ପକାଏ।

ଅନେକ ଗବେଷଣା ଅନୁଯାୟୀ, ଦୈନିକ ୫ ଘଣ୍ଟା କିମ୍ବା ତା'ଠାରୁ କମ୍ ଶୋଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅକାଳ ମୃତ୍ୟୁର ଆଶଙ୍କା ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ।

ଉପାୟ
ନିଦ୍ରା ଶରୀରର ମୌଳିକ ଆବଶ୍ୟକତା। ଏହାକୁ ଅଣଦେଖା କରିବା ପରିବର୍ତ୍ତେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରନ୍ତୁ:

ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ଉଠିବା ଅଭ୍ୟାସ କରନ୍ତୁ।

ଶୋଇବା ପୂର୍ବରୁ ମୋବାଇଲ୍, ଲାପଟପ୍ କିମ୍ବା ତୀବ୍ର ଆଲୋକରୁ ଦୂରେଇ ରୁହନ୍ତୁ।

ଶୋଇବା ଘରକୁ ଥଣ୍ଡା ଏବଂ ଅନ୍ଧକାରମୟ ରଖନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+