ଏହି ପ୍ରକାରର ତ୍ୱଚା ପାଇଁ କ୍ଷତି କାରକ ଲେମ୍ବୁ
Skin Care: ଅନେକ ଲୋକ ତ୍ୱଚାରେ ଲେମ୍ବୁ ରସ ଲଗାଇବା ପାଇଁ ପରାମର୍ଶ ଦେଇଥାନ୍ତି ହେଲେ । ଅନେକ ଲୋକଙ୍କ ମୁହଁରେ ଲେମ୍ବୁ ରସ ଲଗାଇବା ଦ୍ୱାରା ଚର୍ମର ଅନେକ ପ୍ରକାରର କ୍ଷତି ହୋଇଥାଏ ।
ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା ତ୍ୱଚାର ଚର୍ମକୁ କ୍ଷତି ପହଞ୍ଚାଇଥାଏ । ଲେମ୍ବୁ ଲଗାଇବା ଦ୍ୱାରା ଚର୍ମରେ ଜଳାପୋଡ଼ା ହୋଇଥାଏ, କୁଣ୍ତାଇ ହୋଇଥାଏ ଏପରିକି ଲାଲ ରଙ୍ଗର ଦାଗ ମଧ୍ୟ ପଡିଯାଇଥାଏ । ଯଦି ଆପଣଙ୍କ ସ୍କିନ୍ ସେନସେଟିଭ୍ ତେବେ ଲେମ୍ବୁ ଲଗାନ୍ତୁ ନାହିଁ ।

କିଛି ଲୋକଙ୍କୁ ଲେମ୍ବୁ ପ୍ରତି ଆଲର୍ଜି ଥାଏ ଯାହା ଫୋଟକା, ଫୁଲା, ଜଳାପୋଡ଼ା ଏବଂ କୁଣ୍ଡାଇ ମଧ୍ୟ ହୋଇଥାଏ ।
ଲେମ୍ବୁରେ ଏସିଡ୍ ଥାଏ ଏହା ଚର୍ମକୁ ଶୁଷ୍କ ଏବଂ କ୍ଷତ ପହଞ୍ଚାଇଥାଏ ।
ଯଦି ଆପଣ ଲେମ୍ବୁ ଲଗାଇବା ପରେ ସୂର୍ଯ୍ୟ କିରଣରେ ବାହାରକୁ ଯାଆନ୍ତି, ତେବେ ଏହା ସନବର୍ଣ୍ଣ ଏବଂ ତ୍ୱଚାରେ ଦାଗ ସୃଷ୍ଟି କରିପାରେ। ଲେମ୍ବୁ ରସ ଲଗାଇବା ଖରାକୁ ଗଲେ ସୂର୍ଯ୍ୟର ୟୁଭି କିରଣ ଚର୍ମକୁ କ୍ଷତି ପହଞ୍ଚାଇପାରେ।
କେବେବି ସିଧାସଳଖ ତ୍ୱଚାରେ ଲେମ୍ବୁ ବ୍ୟବହାର କରନ୍ତୁ ନାହିଁ । ଖରାରେ ବାହାରକୁ ଯିବା ପୂର୍ବରୁ ଲେମ୍ବୁ ଆଦୌ ଲଗାନ୍ତୁ ନାହିଁ।












Click it and Unblock the Notifications