Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଅଁଳାର ଜୁସ୍ ର ଫାଇଦା, ଜାଣିଗଲେ ସବୁଦିନ ପିଇବେ !

ଅଁଳା ଏକ ଏମିତି ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ । ଅଁଳାରେ କ୍ଯାଲସିୟମ୍, ଭିଟାମିନ୍ ସି, ଆଇରନ୍, ଫସଫରସ୍, କ୍ଯାରୋଟିନ୍ ଏବଂ ଭିଟାମିନ୍ ବି କମ୍ପପ୍ଳେକ୍ସ ଭରପୂର ମାତ୍ରାରେ ରହିଥିବା ହେତୁ ଏହାକୁ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଁଳାକୁ ଖାଇବାର ଫାଇଦା ସମ୍ପର୍କରେ ଆପଣ ସମସ୍ତେ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଅଁଳା ଜୁସ୍ ସମ୍ପର୍କରେ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ।

କେମିତି ପ୍ରସ୍ତୁତ କରିବେ ଅଁଳା ଜୁସ୍ : ଅଁଳାକୁ କାଟିଦେଇ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହାପରେ ଏହି ଶୁଖିବା ଅଁଳାକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ପ୍ରତିଦିନ ଏହି ଗୁଣ୍ଡକୁ ପାଣିରେ ମିଶାଇକି ପିଅନ୍ତୁ ।

amla juice

ଅଁଳାର ଲାଭଦାୟକ ଗୁଣ : ଭିଟାମିନ୍, ମିନେରାଲ୍ ଏବଂ ଡାଏଟ୍ରୀ ଫାଇବରରେ ଭରପୂର ୧୦୦ଗ୍ରାମ ଅଁଳାରେ ମାତ୍ର ୬୦ କ୍ଯାଲୋରି ରହିଥାଏ । ଏଥିରେ ଥିବା ଆଣ୍ଟି ଭାଇରାଲ ଗୁଣ ଶରୀରର ଇମ୍ଯୁନ୍ ସିଷ୍ଟମକୁ ମଜବୁତ୍ କରିଥାଏ । ଅାମିନୋ ଏସିଡ୍ ରେ ଭରପୂର ଅଁଳା ମେଟାବୋଲିଜିମ୍ କୁ ଠିକ୍ ଭାବେ ରଖିବାରେ ସାହାର୍ଯ୍ଯ କରିଥାଏ । ଏହା ସହିତ ୱେଟ୍ କଣ୍ଟ୍ରୋଲ୍ କରିବାରେ ବେଶ୍ ଲାଭଦାୟକ ହୋଇଥାଏ ।

ଅଁଳାରେ ଥିବା କ୍ରୋମିୟମ୍ ଶରୀରର ବ୍ଳଡ୍ ସୁଗାରକୁ କମ୍ କରିବା ସହିତ ଡାଇବେଟିସ୍ କୁ ମଧ୍ଯ କଣ୍ଟ୍ରୋଲ୍ କରିଥାଏ । କନଷ୍ଟିପେସନ୍ ଥିବା ରୋଗୀଙ୍କ ପାଇଁ ଏହା ରାମବାଣ ପରି କାମ କରିଥାଏ । ଫାଇବରରେ ଭରପୂର ଅଁଳା ଶରୀରର ସମସ୍ତ ଟକସିନ୍ ଦୂର କରିଥାଏ । ଏହାବ୍ଯତିତ ଅଁଳାରେ ଭରପୂର ଥିବା ଆଣ୍ଟି ଏଜିଙ୍ଗ୍ ଗୁଣ ତ୍ବଚାରୁ କାଠ ବ୍ରଣକୁ ହଟାଇଥାଏ । ଏହାସହିତ ତ୍ବଚାର ଚମକକୁ ସ୍ଥାୟି ରଖିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+