ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ କେତେ ଥାଏ ଖାଇବା ଆବଶ୍ୟକ , ଆଜି ହିଁ ଜାଣନ୍ତୁ ସଠିକ୍ ନିୟମ

ଆମ ଦେଶରେ ପ୍ରାୟ ସମସ୍ତ ଘରେ ଖାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ଏକ ସାଧାରଣ ଭାରତୀୟ ପରିବାରରେ ଦିନକୁ ଦୁଇରୁ ତିନିଥର ଭାତ ଓ ରୁଟି ଖାଆନ୍ତି। ଚା' ଏବଂ ଜଳଖିଆ କେତେ ଥର ଖାଉ, ତାହାର କୌଣସି ହିସାବ ନଥାଏ। ହେଲେ ଦିନକୁ ଏତେ ଥର ଖାଇବା ଶରୀର ପାଇଁ କେତେ ଠିକ୍, ତାହା ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି?

eat

ଭାରତୀୟ ଖାଦ୍ୟଶୈଳୀରେ ନଥିଲା ଜଳଖିଆ
ଭାରତରେ ଅଧିକାଂଶ ଲୋକ ଦିନକୁ ତିନିଥର ଖାଆନ୍ତି। ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ବ୍ୟତୀତ ଦିନକୁ ଥରୁଟିଏ ଜଳଖିଆ ନିଶ୍ଚୟ କରନ୍ତି। ହେଲେ ଆପଣ ଜାଣନ୍ତି କି? ଜଳଖିଆ ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପୂର୍ବରୁ ନଥିଲା। ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତରେ ଲୋକେ ସକାଳ ଜଳଖିଆ ଖାଉନଥିଲେ। ଭୋଜନ କେବଳ ମଧ୍ୟାହ୍ନରେ ହେଉଥିଲା ଏବଂ ତା' ପରେ ସିଧା ସଳଖ ରାତ୍ରୀ ଭୋଜନ କରାଯାଉଥିଲା। ଯାହା ମଧ୍ୟାହ୍ନ ଭୋଜନ ଅପେକ୍ଷା ଯଥେଷ୍ଟ ହାଲୁକା ଥିଲା।

ନେକ୍ସଟଜି ଆପେକ୍ସ ପ୍ରାଇଭେଟ ଲିମିଟେଡ୍ (NextG Apex India Pvt Ltd)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଅମରନାଥ ହଲମ୍ବର 'ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ'କୁ କହିଛନ୍ତି ଯେ, ସେତେବେଳେ ଯେହେତୁ ଭାରତୀୟ ଜନସଂଖ୍ୟାରେ ଅଧିକାଂଶ କୃଷକ ଏବଂ ସଂଗ୍ରହକାରୀ ଥିଲେ, ତେଣୁ ଏହି ଖାଦ୍ୟ ପଦ୍ଧତି ତାଙ୍କ ପାଇଁ ସର୍ବୋତ୍ତମ ଥିଲା। ଯେତେବେଳେ ଅଧିକାଂଶ ଭାରତୀୟ ବିଭିନ୍ନ ସ୍ଥାନରେ କରିବାକୁ ଲାଗିଲେ, ସେତେବେଳେ ଖାଇବା ଅଭ୍ୟାସ ବଦଳିଗଲା। ଯାହା ଏକଦା ଛୋଟ ଛୁଆ, ବୃଦ୍ଧ କିମ୍ବା ଅସ୍ୱାସ୍ଥ୍ୟକର ଲୋକଙ୍କ ପାଇଁ ଉପଯୁକ୍ତ ଥିଲା, ସେହି ଖାଦ୍ୟଶୈଳୀ ଅନେକ ଲୋକଙ୍କ ପାଇଁ ନିତିଦିନିଆ ହୋଇଗଲା। କାରଣ ସମସ୍ତେ ସକାଳ ଜଳଖିଆରୁ ଦିନ ଆରମ୍ଭ କରିବାକୁ ଲାଗିଲେ। ଊନବିଂଶ ଶତାବ୍ଦୀରେ ଭାରତକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଗମନ ସହିତ ଚା, କଫି ଏବଂ ଜଳଖିଆ ଜରୁରୀ ହୋଇଗଲା। ବିଶେଷକରି ଆଭିଜାତ୍ୟ ଶ୍ରେଣୀର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଗଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+