ଏପରି ଲୋକଙ୍କ ଉପରେ ଧନ ବର୍ଷା କରନ୍ତି ମା' ଲକ୍ଷ୍ମୀ

How to impress Maa Lakshmi: ଧନ ଏବଂ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀ । ମାତା ଲକ୍ଷ୍ମୀଙ୍କ କୃପାରେ ଜୀବନରେ ଧନ ଏବଂ ସମୃଦ୍ଧିର ଅଭାବ ରୁହେ ନାହିଁ । ଶୁକ୍ରବାର ଦିନ ମା'ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଧନର ଅଭାବ ରୁହେ ନାହିଁ । ମାତା ଲକ୍ଷ୍ମୀ ସର୍ବଦା କିଛି ଲୋକଙ୍କ ଉପରେ ଦୟା ଭାବ ରଖିଥାନ୍ତି । ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ଉପରେ ମା'ସର୍ବଦା ଦୟଭାବ ରଖିଥାନ୍ତି । କିଛି ଲୋକଙ୍କର ସ୍ୱାଭବରେ ମା'ସନ୍ତୁଷ୍ଟ ରହିଥାନ୍ତି । ଏପରି ଲୋକଙ୍କ ପାଖରେ କେବେ ବି ଧନର ଅଭାବ ରହି ନଥାଏ ।

ମାନ୍ୟତା ଅଛି ଯେଉଁମାନେ ଶୁକ୍ରବାର ଦିନ ବ୍ରତ ବା ଉପବାସ କରନ୍ତି ମା'ଲକ୍ଷ୍ମୀ ତାଙ୍କ ଉପରେ ଧନର ବର୍ଷା କରନ୍ତି । ତାଙ୍କ ସହ ସର୍ବଦା ମା'ଙ୍କ ଆର୍ଶିବାଦ ରହିଥାଏ । ସେହିପରି ଯେଉଁମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ଏବଂ ସ୍ନାନ କରନ୍ତି ଏବଂ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତି, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ସେମାନଙ୍କ ଉପରେ ରହିଥାଏ ।

Maa Lakshmi

ମା' ଲକ୍ଷ୍ମୀ ଏକ ପରିଷ୍କାର ଏବଂ ସୁନ୍ଦର ଘରକୁ ପସନ୍ଦ କରନ୍ତି । ଯେଉଁମାନେ ନିଜ ଘରକୁ ଭଲ ଭାବରେ ସଫା କରନ୍ତି ଏବଂ ଘରର ପରିବେଶକୁ ଶୁଦ୍ଧ ରଖନ୍ତି, ମା' ଲକ୍ଷ୍ମୀ ସବୁବେଳେ ତାଙ୍କ ଘରେ ବାସ କରନ୍ତି । ମା' ଲକ୍ଷ୍ମୀ ସକରାତ୍ମକତା ଏବଂ ସୁଖର ଦେବୀ । ଜୀବନରେ ସକାରାତ୍ମକ ଦୃଷ୍ଟିକୋଣ ରଖିଲେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ । ଯେଉଁମାନେ ଦାନ କରନ୍ତି ସେମାନଙ୍କ ଉପରେ ସର୍ବଦା ମା'ଲକ୍ଷ୍ମୀଙ୍କର ଆର୍ଶିବାଦ ରହିଥାଏ । ଯେଉଁମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ଦାନ କରନ୍ତି, ସେମାନେ ଦେବୀ ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ କରନ୍ତି ।

ସଚ୍ଚୋଟ ଏବଂ ମନ ସ୍ୱଚ୍ଛ ଥିବା ଲୋକଙ୍କୁ ପସନ୍ଦ କରନ୍ତି । ଯେଉଁମାନେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି କିମ୍ବା ଭୁଲ ଢଙ୍ଗରେ ଟଙ୍କା ଆୟ କରନ୍ତି ମା'ଲକ୍ଷ୍ମୀ ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ଶୁକ୍ରବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିବା ଲୋକମାନଙ୍କୁ ମାତା ଲକ୍ଷ୍ମୀ କେବେ ବି ହତାଦର କରନ୍ତି ନାହିଁ । ମା'ସର୍ବଦା ସେମାନଙ୍କ ଉପରେ ଧନର ବର୍ଷା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+