ଜାଣନ୍ତୁ କାହିଁକି ଡେଣା ଥାଇ ବି ଉଡିପାରନ୍ତି ନାହିଁ ଏହି ପକ୍ଷୀ?

ପକ୍ଷୀ କହିଲେ ଉଡିପାରୁଥିବା ପ୍ରାଣୀଙ୍କୁ ବୁଝାଏ । ସେମାନଙ୍କ ଡେଣା ବା ପକ୍ଷ ଥାଏ । ଏହି ଡେଣା ସାହାଯ୍ୟରେ ସେମାନେ ଉଡି ପାରନ୍ତି । ତେବେ ଏପରି କେତେକ ଜାତିର ପକ୍ଷୀ ଅଛନ୍ତି, ଯେଉଁମାନଙ୍କର ଡେଣା ଥାଇ ବି ଉଡିପାରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଯେ ସେମାନଙ୍କ ଶରୀର ତୁଳନାରେ ଡେଣା ଛୋଟ । ଡେଣାଗୁଡିକ ମଧ୍ ଶକ୍ତିଶାଳୀ ନୁହେଁ ।

ଫଳରେ ସେମାନେ ଉଡିପାରନ୍ତି ନାହିଁ । ଏ ପ୍ରକାର ପକ୍ଷୀମାନଙ୍କ ମଧ୍ୟରେ ଓଟ ପକ୍ଷୀ (ଅଷ୍ଟ୍ରିଚ୍), ଏମ୍, କାସୋଓ୍ବାରି, ରିଆ, କିୱି, ପେଙ୍ଗୁଇନ୍, କାକାପୋ, ତାକାହେ, ୱେକା, ପ୍ରଭୃତି ରହିଛନ୍ତି । ଓଟପକ୍ଷୀ ଆଫ୍ରିକା ଓ ଆରବର କେତେକ ଅଞ୍ଚଳରେ ବାସ କରୁଥିବା ବେଳେ ଅଷ୍ଟ୍ରେଲିଆ ହେଉଛି ଏମ୍ବୁର ବାସସ୍ଥଳୀ। ଅଷ୍ଟ୍ରେଲିଆ ଓ ନ୍ୟୁଗିନିରେ କାସୋୱାରୀ ଦେଖା ଯାଆନ୍ତି।

Ostriches

ଦକ୍ଷିଣ ଆମେରିକାରେ ରିଆ ବାସ କରୁଥିବା ବେଳେ କାକାପୋ, ତାକାହେ, ୱେକାର ବାସସ୍ଥାନ ହେଉଛି ନ୍ୟୁଜିଲାଣ୍ଡ। ମେରୁ ଅଞ୍ଚଳରେ ପେଙ୍ଗୁଇନ୍‌ମାନେ ବାସ କରନ୍ତି । ଅବଶ୍ୟ ଏବେ ଭାରତ ଓ ଅନ୍ୟ କେତେକ ଦେଶରେ ଓଟପକ୍ଷୀ, ଏମୁ ଭଳି କେତେକ ନିର୍ଦ୍ଦିଷ୍ଟ ପକ୍ଷୀଙ୍କ ଚାଷ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+