ଜାଣନ୍ତୁ କାହିଁକି ହୁଏ ଶିବରାତ୍ରି: ବେଲପତ୍ର ଚଢାଇ କରନ୍ତୁ ପୂଜା
ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢାଇବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହୋଇଥାନ୍ତି । ଫାଲଗୁନ୍ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ମାସରେ ପଡେ ମହାଶିବରାତ୍ରୀ ।

Mahashivratri 2023: ସମୁଦ୍ର ମନ୍ଥନ ପରେ ହଳାହଳ ବିଷ ସମଗ୍ର ସୃଷ୍ଟିକୁ ନଷ୍ଟ କରିବାକୁ ବସିଥାଏ। ଦେବତାମାନେ ଚିନ୍ତିତ ହୋଇ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୁଅନ୍ତି। ନାରାୟଣ ନିଜର ଇଷ୍ଟ ସଦାଶିବ ଶଙ୍କରଙ୍କୁ ସ୍ମରଣ କରନ୍ତି । ସୃଷ୍ଟିକୁ ବିଷ ବଳୟରୁ ମୁକ୍ତ କରିବାକୁ ସଦାଶିବ ବିଷ ପାନ କରିବାକୁ ନିଷ୍ପତ୍ତି କରନ୍ତି।
ପ୍ରଭୁ ବିଷ ପାନ କରନ୍ତି କିନ୍ତୁ ବିଷକୁ ଗର୍ଭସ୍ଥ ନ କରି କଣ୍ଠରେ ଧାରଣ କାରନ୍ତି । ପ୍ରଭୁଙ୍କ ନୂଆ ନାମ ହୁଏ ନୀଳକଣ୍ଠ। କିନ୍ତୁ ବିଷ ଜ୍ୱାଳାରେ ପ୍ରଭୁ ଶଙ୍କର ମୂର୍ଛିତ ହୁଅନ୍ତି । ଦେବତାମାନେ ଦୁଃଖରେ ମ୍ରିୟମାଣ ହୋଇ ତମାମ ରାତି ଉଜାଗର ହୋଇ ପ୍ରଭୁଙ୍କୁ ସୁସ୍ଥ ଅବସ୍ଥାରେ ଦେଖିବାକୁ ଦୀପଜାଳି ପ୍ରତୀକ୍ଷା କରନ୍ତି। ଆରମ୍ଭ ହୁଏ, ଶିବରାତ୍ରି ପରମ୍ପରା ।
ବେଲପତ୍ର ଚଢାଇ କରନ୍ତୁ ପୂଜା
ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢାଇବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହୋଇଥାନ୍ତି । ଫାଲଗୁନ୍ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ମାସରେ ପଡେ ମହାଶିବରାତ୍ରୀ । ଶିବ ଭକ୍ତମାନେ ଏହି ଶିବରାତ୍ରୀକୁ ବର୍ଷସାରା ଅପେକ୍ଷା କରନ୍ତି । ଏହି ଦିନ ବହୁ ସଂଖ୍ୟକ ଲୋକ ଶିବଙ୍କ ଉପବାସ କରନ୍ତି ଏବଂ ପୂଜା କରନ୍ତି । ଭଗବାନ ଶିବ ଖୁବ୍ ଶୀଘ୍ର ତାଙ୍କ ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି । ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ପ୍ରକାରର ସାମଗ୍ରୀ ଅର୍ପଣ କରାଯାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ବେଲପତ୍ର । ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପାସନା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ବୋଲି ମାନ୍ୟତା ରହିଛି ।












Click it and Unblock the Notifications