ମହାଶିବରାତ୍ରୀ 2023: ଶିବରାତ୍ରୀରେ କାହିଁକି ଶିବଙ୍କୁ ଅର୍ପଣ କରାଯାଏ ବେଲପତ୍ର

ଶିବଙ୍କର ଅତି ପ୍ରିୟ ଅଟେ ବେଲପତ୍ର । ମାନ୍ୟତା ରହିଛି ଯେ, ବିନା ବେଲପତ୍ରରେ ଶିବଙ୍କ ଉପାସନା ଅସଂପୂର୍ଣ୍ଣ । ଶିବଲିଙ୍ଗରେ ବେଲପତ୍ର ଚଢାଇବା ଦ୍ୱାରା ବା ଅର୍ପଣ କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ଆଶା ବା ଇଛାକୃତ ଫଳ ମିଳିଥାଏ ।

maha shivratri
maha shivratri 2023: ଭକ୍ତ ମାନେ ବର୍ଷସାରା ଜାଗର ବା ଶିବରାତ୍ରୀର ଅପେକ୍ଷା କରିଥାନ୍ତି । ପୂରା ଦେଶରେ ବେଶ୍ ଧୂମଧାମରେ ଶିବଙ୍କ ଆରାଧାନ କରାଯାଇଥାଏ । ମହାଶିବରାତ୍ରୀ ଫାଲଗୁନ୍ ମାସର କୃଷ୍ଣ ପକ୍ଷ ତତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହି ପବିତ୍ର ଦିନରେ ଭକ୍ତ ମାନେ ଉପବାସ ରହି ମହାଦେବଙ୍କ ଆରାଧନା କରିଥାନ୍ତି । ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦର ଫୁଲ, କେତକୀ ଫୁଲ,ମହୁ ଏବଂ କ୍ଷୀର ଚଢାଇ ପୂଜାର୍ଚ୍ଚନା କରାଯାଇଥାଏ ।

ଶିବଲିଙ୍ଗରେ ଅର୍ପଣ କରନ୍ତୁ ବେଲପତ୍ର
ଶିବଙ୍କର ଅତି ପ୍ରିୟ ଅଟେ ବେଲପତ୍ର । ମାନ୍ୟତା ରହିଛି ଯେ, ବିନା ବେଲପତ୍ରରେ ଶିବଙ୍କ ଉପାସନା ଅସଂପୂର୍ଣ୍ଣ । ଶିବଲିଙ୍ଗରେ ବେଲପତ୍ର ଚଢାଇବା ଦ୍ୱାରା ବା ଅର୍ପଣ କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ଆଶା ବା ଇଛାକୃତ ଫଳ ମିଳିଥାଏ ।

ଶିବ ପୁରାଣ ଅନୁସାରେ ଶିବଙ୍କୁ ପାଇବା ପାଇଁ ମା' ପାର୍ବତୀ କଠିନ ତପସ୍ୟା କରିଥିଲେ । ଅନେକ ଉପବାସ ମଧ୍ୟ ରଖିଥିଲେ । ଥରେ ଭଗବାନ ଶିବ ବେଲ ଗଛ ତଳେ ତପସ୍ୟା କରୁଥିଲେ । ମା' ପାର୍ବତୀ ତାଙ୍କୁ ପୂଜା କରିବା ପାଇଁ ପହଁଚିଥିଲେ ହେଲେ ସେ ନିଜ ସାଥିରେ ପୂଜା ସାମଗ୍ରୀ ନେବା ଭୁଲି ଯାଇଥିଲେ । ଯାହା ପରେ ତାଙ୍କ ନଜର ତଳେ ପଡିଥିବା ବେଲ ପତ୍ର ଉପରେ ପଡିଥିଲା । ମା'ବେଲ ପତ୍ର ଗୋଟାଇବା ଆରମ୍ଭ କରିଥିଲେ ଏବଂ ତାକୁ ହିଁ ଭୋଳାନାଥଙ୍କୁ ଅର୍ପଣ କରିଥିଲେ। ଯାହା ପରେ ଭଗବାନ ଶିବ ମା'ଙ୍କ ପୂଜାରେ ସନ୍ତୁଷ୍ଚ ହୋଇଥିଲେ ଏବଂ ସେହି ଦିନଠାରୁ ଭୋଳାନାଥଙ୍କୁ ବେଲ ପତ୍ର ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଏ ଏବଂ କୁହାଯାଏ ବେଲ ପତ୍ର ବିନା ଶିବଙ୍କ ପୂଜା ଅଧୁରା ।

ଦାମ୍ପତ୍ୟ ଜୀବନ ସୁଖଦ ରହିଥାଏ

ମାନ୍ୟତା ରହିଛି ଯେଉଁ ମାନେ ମହାଶିବରାତ୍ରୀ ଦିନ ମହାଦେବଙ୍କୁ ବେଲ ପତ୍ର ଅର୍ପଣ କରିଥାନ୍ତି । ସେମାନଙ୍କର ଦୁଃଖ, କଷ୍ଟ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

.ଯେଉଁ ସ୍ୱାମୀ-ସ୍ତ୍ରୀ ଏକାଠି ମହାଶିବରାତ୍ରୀ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି, ସେମାନଙ୍କ
ଦାମ୍ପତ୍ୟ ଜୀବନ ସୁଖଦ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+