ଏହି ସମସ୍ତ ପରିବାରରେ ଭରପୁର ଥାଏ ଭିଟାମିନ୍ ସି': ଖାଦ୍ୟରେ କରନ୍ତୁ ସାମିଲ, ମିଳିବ ସୁନ୍ଦର ତ୍ୱଚା

Vitamin C: ମହିଳା ହୁଅନ୍ତୁ କିମ୍ବା ପୁରୁଷ ଆଜିକା ତାରିଖରେ ସମସ୍ତେ ନିଜ ସ୍କିନ୍ କେୟାରକୁ ବେଶ୍ ସତର୍କ ହୋଇପଡିଛନ୍ତି । ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍ ସହ ଘରୋଇ ଉପଚାର ମଧ୍ୟ ଅନେକ ଲୋକ ଆପଣାଉଛନ୍ତି । ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୁନ୍ଦର ତ୍ୱଚା ପାଇଁ କ୍ରିମ୍ ବ୍ୟବହାର କରିବାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ ଏବଂ ଜୀବନଶୈଳୀ ।

ଚମକଦାର ତ୍ୱଚା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟରେ ସାମିଲ କରିବା ଉଚିତ ଯାହା ତ୍ୱଚାକୁ ସୁନ୍ଦର, ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ । ଉଜ୍ଜ୍ୱଳ ତ୍ୱଚା ପାଇଁ ଭିଟାମିନ୍ ସି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ସ୍କିନକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ ସି ଆଣ୍ଟିଏଜିଂ ପରି କାମ କରିଥାଏ ।

vitamin C

ଭିଟାମିନ୍ ସି'ରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ରହିଛି । ଯାହା ତ୍ୱଚାକୁ ସୁସ୍ଥ ରଖିଥାଏ । ଏହା ଚର୍ମକୁ ସୁନ୍ଦର କରିବା ସହ ଦାଗ ସମସ୍ୟା ମଧ୍ୟ ଦୂର କରିଥାଏ । ଭିଟାମିନ୍ ସି କୋଲାଜେନ୍ ଉତ୍ପାଦନରେ ସାହାଯ୍ୟ କରେ, ଯାହା ଚର୍ମର ଚମକ ଏବଂ ସ୍ଥିରତା । ପ୍ରତିଦିନ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ ।

ଭିଟାମିନ୍ ସି ତ୍ୱଚାର ଚମକ ବୃଦ୍ଧି କରେ ଏବଂ ଅନେକ ସମସ୍ୟାରୁ ମୁକ୍ତି ଦିଏ। ତେଣୁ, ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ।
ଭିଟାମିନ୍ ସି ହାଇପରପିଗ୍ମେଣ୍ଟେସନ୍ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ତ୍ୱଚାରୁ କଳା ଦାଗ ଦୂର କରିବାରେ ସାହାଯ୍ୟ କରେ ।

ଭିଟାମିନ୍ ସି'ର ଉତ୍ସ

କମଳା

ଲେମ୍ବୁ

ପିଜୁଳି

ଅଙ୍ଗୁର

କିୱି

ଷ୍ଟ୍ରବେରି

ବ୍ଲୁବେରୀ

ଅମୃତଭଣ୍ତା

ସପୁରୀ

ଭିଟାମିନ୍ ସି ଯୁକ୍ତ ପନିପରିବା

ଟମାଟୋ

ପାଳଙ୍ଗ ଶାଗ

ବ୍ରୋକୋଲି

ଗାଜର

କ୍ୟାପସିକମ୍

ବନ୍ଧାକୋବି

ଫୁଲକୋବି

ମଟର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+