ଅଧିକ ଆଚାର ଖାଉଥିବା ଲୋକେ ସାବଧାନ! ଜୀବନ ପ୍ରତି ଆସିପାରେ ବଡ ବିପଦ

ଆଚାରକୁ ସ୍ନାକ୍ସ,ମଧ୍ୟାହ୍ନ ଭୋଜନ,ଏବଂ ରାତ୍ରୀ ଭୋଜନରେ ଖିଆଯାଇଥାଏ । ଆଚାର ଏ ଭଳି ଏକ ଖାଦ୍ୟ ଯାହା ସବୁ ଖାଦ୍ୟର ସ୍ବାଦକୁ ଦ୍ହିଗୁଣିତ କରିଥାଏ । କିନ୍ତୁ ଅନେକ ଲୋକେ ଏହାକୁ ଏତେ ପରିମାଣରେ ଖାଇବା ଆରମ୍ଭ କରିଥାଆନ୍ତି ଯେପରି କି ଆଚାର ହିଁ ସବୁ କିଛି, କିନ୍ତୁ ସବୁଜ ପନିପରିବା ତା ଆଗରେ କିଛି ନୁହେଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଅଧିକ ଆଚାର ଖାଉଥିବା ବ୍ୟକ୍ତି ମାନେ ସାବଧାନ ହୋଇଯାଆନ୍ତୁ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ହାନିକାରକ ।

ଗ୍ୟାଷ୍ଟ୍ରିକ କର୍କଟ ରୋଗ ଆଶଙ୍କା

ବିଭିନ୍ନ ଅଧ୍ୟୟନ ଅନୁଯାୟୀ ଯେଉଁମାନେ ଅଧିକ ଆଚାର ଖାଉଛନ୍ତି ତାଙ୍କୁ ଗ୍ୟାଷ୍ଟ୍ରିକ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ । କାରଣ ଆଚାରରେ ଅଧିକ ଲୁଣର ମାତ୍ରା ରହିଥାଏ ଯାହା ରକ୍ତଚାପ ରୋଗୀଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ଅଟେ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି କୁହାଯାଇଛି । କଣ ଆପଣ ଜାଣନ୍ତି କି ଆପଣ ବଜାରରୁ ଯେଉଁ ଆଚାର କିଣୁଛନ୍ତି ସେହି ଆଚାରରେ ଅଧିକ କୃତ୍ରିମ ରସାୟନ ପ୍ରୟୋଗ କରାଯାଇଥାଏ ଯାହା ଫଳରେ ଆଚାର ଖରାପ ନ ହୋଇ ଅଧିକ ଦିନ ରହିଥାଏ । ଏହା ସହ ସେହି ଆଚାରରେ ଅଧିକ ଆଷ୍ଟାମାଇପ୍ରିଡ୍ ରହିଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଆପଣଙ୍କୁ କହି ରଖୁଛୁ କି ଆଷ୍ଟାମାଇପ୍ରିଡ୍ ଏକ କାର୍ବନ ପ୍ରୟୋଗ ଅଟେ ଯାହା ଆପଣଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ସୀମିତ ପରିମାଣରେ ଆଚାର ଖାଇବା ଉଚିତ୍ ।

pickles

କୋଲେଷ୍ଚ୍ରଲର ଆଶଙ୍କାକୁ ବୃଦ୍ଧି କରିଥାଏ

ସୀମିତ ପରିମାଣରେ ଘର ତିଆରି ଆଚାର ଖାଇବାକୁ ଚେଷ୍ଟା କରନ୍ତୁ କାରଣ ବଜାରରେ ମିଳୁଥିବା ଆଚାର ଗୁଡିକ ତିଆରି ପ୍ରଣାଳୀ ଭିନ୍ନ ଅଟେ । ବଜାରରେ ମିଳୁଥିବା ଆଚାରକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ଅଧିକ ତେଲ,ମସଲା ବ୍ୟବହାର କରାଯାଇଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । ଆଚାରରେ ତେଲର ମାତ୍ରା ଅଧିକ ହେବା ଏବଂ ସେଥିରେ ବ୍ୟବହାର କରାଯାଉଥିବା ମସଲା କାରଣରୁ କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ବୃଦ୍ଧି ହୋଇଥାଏ । ସେଥିପାଇଁ ଆଚାର ଖାଇବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇ କମ୍ ପରିମାଣର ଆଚାର ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+