ଭାତ-ରୁଟି ଖାଇବାର ସଠିକ୍ ସମୟ କ'ଣ ଜାଣନ୍ତୁ ? ନହେଲେ ଭୋଗିବେ ଭୟଙ୍କର....
ଭାତ ଏବଂ ରୁଟି ବିନା ଆମ ଭାରତୀୟଙ୍କ ଖାଦ୍ୟ ଅସମ୍ପୂର୍ଣ୍ଣ। ମଧ୍ୟାହ୍ନ ଭୋଜନ ହେଉ କିମ୍ବା ରାତ୍ରିଭୋଜନ, ଆପଣ ପ୍ରତ୍ୟେକ ଘରେ ଭାତ କିମ୍ବା ରୁଟି ଖାଉଥିବା ଲୋକଙ୍କୁ ଦେଖିବେ। କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଏହି ଭାତ-ରୁଟି ଖାଇବାର ଏକ ସଠିକ୍ ସମୟ ଅଛି। ବର୍ତ୍ତମାନର ଆମ ମାନଙ୍କର ଜୀବନଶୈଳୀ ଏତେ ଖରାପ ହେଲାଣି ଯେ, ଶରୀରରେ ରୋଗ ବଢ଼ି ଚାଲିଛି । ଏହାର କାରଣ ହେଉଛି ଆମର ଅନିୟମିତତା ଏବଂ ଖରାପ ଖାଦ୍ୟ ଅଭ୍ୟାସ । ଆସନ୍ତୁ ଜାଣିବା କେଉଁ ସମୟରେ ରୁଟି ଏବଂ ଭାତ ଖାଇବା ଉଚିତ୍ ନୁହେଁ ?

ଲୋକମାନେ ଡିନର ସମୟରେ ବା ରାତି ଖାଇବାକୁ ନେଇ ଅଧିକ ସତର୍କ ରହିବା ଉଚିତ । ରାତ୍ରୀଭୋଜନ ପରେ ଲୋକମାନେ ପ୍ରାୟତଃ ଶୋଇପଡ଼ନ୍ତି । ହେଲେ ଏହି ସମୟରେ ଶରୀର ସେହି ଖାଦ୍ୟକୁ ହଜମ କରିପାରେ ନାହିଁ । କାରଣ ଶରୀର ପ୍ରତ୍ୟେକ ଅଙ୍ଗ ସେତେବେଳେ ବିଶ୍ରାମ ନେଇଥାଏ । ତେଣୁ ଏହା ଶରୀରକୁ ଅନେକ ପ୍ରଭାବିତ କରେ। ରାତ୍ରୀଭୋଜନରେ ଅତ୍ୟଧିକ ରୁଟି-ଭାତ ଖାଇବା ଦ୍ୱାରା ମେଦବହୁଳତା ବଢ଼ିବାର ସମ୍ଭାବନା ରହିଛି ।
ଏହି ଦୁଇ ପ୍ରକାର ଖାଦ୍ୟ ଉଚ୍ଚ କ୍ୟାଲୋରୀରେ ଭରପୂର । ଯାହା ଶରୀରରେ ଚର୍ବିର ପରିମାଣ ବଢ଼ାଇବାରେ ଅଧିକ ମାତ୍ରାରେ ଦାୟୀ ହୋଇଥାଏ । ଏମିତିକି ଆପଣ ମେଦବହୁଳତାର ଶିକାର ବି ହୋଇପାରନ୍ତି । ରାତ୍ରୀଭୋଜନରେ ରୁଟି ଏବଂ ଭାତ ଖାଇବା ଦ୍ୱାରା ଶରୀରରେ ଶର୍କରା ମଧ୍ୟ ବୃଦ୍ଧି ପାଏ। କାରଣ ଶରୀର ଏହି ଦୁଇଟି ଶସ୍ୟରେ ଥିବା କ୍ୟାଲୋରିକୁ ଭାଙ୍ଗି ଶର୍କରାରେ ପରିଣତ କରେ, ଯାହା ମଧୁମେହ ସୃଷ୍ଟି କରିପାରେ ।
ରାତିରେ ରୁଟି ଏବଂ ଭାତ ଖାଇବା ଦ୍ୱାରା ଶରୀର ନିରନ୍ତର ସେମାନଙ୍କୁ ହଜମ କରିବାରେ ନିୟୋଜିତ ରହିଥାଏ ଏବଂ ମସ୍ତିଷ୍କ ମଧ୍ୟ ଏହି କାର୍ଯ୍ୟରେ ସାମିଲ ରହିଥାଏ। ଏହି କାରଣରୁ, ମସ୍ତିଷ୍କ ସାରା ରାତି ଜାଗ୍ରତ ରହିଥାଏ, ଯାହା ଫଳରେ ଶରୀରକୁ ପୁରା ନିଦ ହୁଏ ନାହିଁ।
ଯଦି ଆପଣ ଆପଣଙ୍କ ଖାଦ୍ୟରେ ଭାତ ଖାଇବାକୁ ଚାହାଁନ୍ତି, ତେବେ ସବୁଠାରୁ ଭଲ ସମୟ ହେଉଛି ମଧ୍ୟାହ୍ନ । ଏହି ସମୟରେ ଭାତ ଖାଇବା ଦ୍ୱାରା ଶକ୍ତି ମିଳିଥାଏ। ରୁଟି ଏବଂ ଭାତ ଉଭୟ କାର୍ବୋହାଇଡ୍ରେଟର ଭଲ ଉତ୍ସ, ଯାହା ଶରୀରକୁ ତୁରନ୍ତ ଏବଂ ନିରନ୍ତର ଶକ୍ତି ପ୍ରଦାନ କରେ। ଏହି ଦୁଇଟି ଖାଦ୍ୟ ସନ୍ଧ୍ୟାରେ କିମ୍ବା ରାତିରେ ଖାଇବା ଦ୍ଵାରା ଏହା ଠିକ୍ ଭାବରେ ହଜମ ହୋଇପାରେ ନାହିଁ ଯାହା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଯଦି ରାତିରେ ରୁଟି ଖାଉଛନ୍ତି ତେବେ ୭ଟା ପୂର୍ବରୁ ଖାଆନ୍ତୁ । ଖାଦ୍ୟ ଖାଇବା ପରେ କିଛି ଶାରୀରିକ ପରିଶ୍ରମ କରନ୍ତୁ ଯାହା ଫଳରେ ଖାଦ୍ୟ ହଜମ ହୋଇଯିବ । ରାତି ଖାଇବାରେ ଆପଣ ଫଳ, ଦଲୀଆ, ଓଟ୍ସ୍ ପରି କିଛି ହାଲୁକା ଖାଦ୍ୟ ଖାଇପାରିବେ ଯାହା ଦ୍ଵାରା ଶରୀର ସୁସ୍ଥ ରହିବ ।












Click it and Unblock the Notifications