ଅଧିକ କିସମିସ ଖାଉଛନ୍ତି କି ? ତା' ହେଲେ ସାବଧାନ ! ପଡିପାରେ ମହଙ୍ଗା

ଅଧିକ ମାତ୍ରରେ କିସମିସ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ

କିସମିସ୍‌ ଏକ ପ୍ରକାର ଡ୍ରାଇ ଫ୍ରୁଟ୍‌, ଯାହା ଅଙ୍ଗୁରକୁ ଶୁଖାଇ ପ୍ରସ୍ତୁତ କରାଯାଇଥାଏ । ଏହା ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ । ନିୟମିତ କିସମିସ୍‌ ଖାଇଲେ ଶରୀରକୁ ଅନେକ ଉପକାରୀ ତତ୍ତ୍ୱ ମିଳିଥାଏ । ଏଥିରେ ଆଇରନ, ପୋଟାସିୟମ, ଭିଟାମିନ-ବି, କ୍ୟାଲସିୟମ, ମ୍ୟାଗନେସିୟମ, ଫାଇବର ଆଦି ଉପାଦାନ ମିଳିଥାଏ । ଶରୀର ଗରମ ରହୁଥିବାରୁ ଏହାକୁ ଅଧିକାଂଶ ଲୋକ ଶୀତ ଋତୁରେ ଖାଇଥାନ୍ତି । ଏନିମିଆ ବା ରକ୍ତହୀନତାରୁ ହିଁ କିସମିସ୍‌ ରକ୍ଷା କରିଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ମଜବୁତ ହେବା ସହ ହାଡ ଶକ୍ତ ହୋଇଥାଏ । ସ୍ୱାଦିଷ୍ଟ ହୋଇଥିବାରୁ ପିଲାମାନେ ବି ଏହାକୁ ଖୁବ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରରେ କିସମିସ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

- ଯେଉଁମାନଙ୍କର ଆଲର୍ଜି ଥାଏ ସେମାନେ ବି କିସମିସ ଖାଇବା ଉଚିତ ନୁହେଁ । ନଚେତ କୁଣ୍ଡାଇହେବା ପରି ସମସ୍ୟା ଉପୁଜିଥାଏ । ଯଦି ବି ଖାଇବେ କିନ୍ତୁ ପରିମାଣ କମ ରଖିବା ଉଚିତ ।

କିସମିସ

- ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭୁଲରେ ବି କିସମିସ୍‌ ଖାଇବା ଉଚିତ ନୁହେଁ । ଏହାକୁ ଖାଇଲେ ଓଜନ ବୃଦ୍ଧି ହୋଇଥାଏ ।

- ଅଧିକ କିସମିସ ଖାଇଲେ ବାନ୍ତି ସମେତ ଡ଼ାଇରେରିଆ ସମସ୍ୟା ଉପୁଜେ । ଯଦି ଆପଣଙ୍କ ପାଚନ ତନ୍ତ୍ରରେ କୌଣସି ଅସୁବିଧା ଥାଏ ବା ପାଚନ ତନ୍ତ୍ର ଦୁର୍ବଳ ଥାଏ ତେବେ କିସମିସ୍‌ ଠାରୁ ଦୁରେଇ ରୁହନ୍ତୁ ।

- ହୃଦରୋଗୀମାନେ ବି କିସମିସ୍‌ ଠାରୁ ଦୁରେଇ ରହିବା ଉଚିତ । କାରଣ ଏଥିରେ ଅଧିକ ଟ୍ରାଇଗ୍ଲିସରାଇଡିଶ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+