ଜାଣନ୍ତୁ Cervical Cancerର କାରଣ ଏବଂ ଲକ୍ଷଣ
Cervical Cancer: ଅଭିନେତ୍ରୀ ପୁନମ ପାଣ୍ତେଙ୍କ Cervical କ୍ୟାନ୍ସରରେ ମୃତ୍ୟୁ ହୋଇଥିବା ମିଥ୍ୟା ଖବର ପ୍ରଚାର ହେବା ପରେ ଏବେ ଗୁଗଲରେ ଲଗାତାର ଏହି କ୍ୟାନ୍ସର ବିଷୟରେ ଜାଣିବା ପାଇଁ ଲୋକେ ସର୍ଚ୍ଚ କରୁଛନ୍ତି । ଏହାର କାରଣ ଲକ୍ଷଣ ଏବଂ ଏଥିରୁ କିପରି ସୁସ୍ଥ ହେବେ ସେନେଇ ମଧ୍ୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ Breast Cancer ପରେ Cervical Cancer ଅର୍ଥାତ୍ ଗର୍ଭାଶୟ କର୍କଟ ମହିଳାଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ରୋଗ ବୋଲି ବିବେଚନା କରାଯାଏ ।
ଆମ ଦେଶରେ ଅର୍ଥାତ୍ ଭାରତରେ Cervical Cancer ରେ ପ୍ରାୟ ୨୯ ପ୍ରତିଶତ ମହିଳା ଆକ୍ରାନ୍ତ ହୋଇଥାନ୍ତି । ମହିଳା ମାନେ ଏହି ରୋଗ ବିଷୟରେ ଖୁବ ବିଳମ୍ବରେ ଜାଣିବା ପାଇଁ ପାଇଥାନ୍ତି । Cervical Cancerର ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ମାନବ ପାପିଲୋମା ଜୀବାଣୁ ୧୬ରୁ ୧୮ଟି ଷ୍ଟ୍ରେନ୍ ଦାୟୀ ବୋଲି ବିବେଚନା କରାଯାଏ । HPV ଏକ ସାଧାରଣ ଯୌନ ସଂକ୍ରମଣ ରୋଗ । ଏହି ରୋଗ ମହିଳାଙ୍କୁ ପୁରୁଷଙ୍କଠାରୁ ସ୍ଥାନାନ୍ତରିତ ହୋଇଥାଏ । ଗର୍ଭାଶୟ କର୍କଟ ପାଇଁ ଟୀକାକରଣ ପାଇଁ ସର୍ବୋତ୍ତମ ବୟସ ହେଉଛି ୯ ରୁ ୧୪ ବର୍ଷ ।
Cervical Cancerର ଲକ୍ଷଣ
ପ୍ରାପମ୍ଭିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ହେଲେ ପରବର୍ତ୍ତୀ ସମୟରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ ।
1-ଯୋନୀରୁ ରକ୍ତସ୍ରାବ,ଋତୁସ୍ରାବ ପରେ ମଧ୍ୟ ରକ୍ତସ୍ରାବ ହେବା
2-ଗୁପ୍ତାଙ୍ଗରେ ଜଳୀୟ ଅଂଶ ରହିବା
3-ଯୌନ ସମ୍ପର୍କ ପରେ ରକ୍ତସ୍ରାବ ହେବା
4-ବାରମ୍ବାର ପରିସ୍ରା ସଂକ୍ରମଣ ହେବା
5.ପିଠିରେ ଯନ୍ତ୍ରଣା ହେବା
6-ଓଜନ ହ୍ରାସ ହେବା
7-ଯୋନୀରୁ ଦୁର୍ଗନ୍ଧ ପାଣି ବାହାରିବା
8-ଗୋଡ଼ ଫୁଲିବା
9-ହାଡରେ ଯନ୍ତ୍ରଣା ହେବା
10-ପେଲଭିକରେ ଯନ୍ତ୍ରଣା ହେବା

ନିରାପଦ ଯୌନ ସମ୍ପର୍କ ରଖିବା ଦ୍ୱାରା ଏହି ରୋଗକୁ ଏଡାଯାଇ ପାରବି ଏବଂ ନିୟମିତ ଭାବେ ସର୍ଭିକାଲ୍ ସ୍କ୍ରିନିଂ ମାଧ୍ୟମରେ ଶୀଘ୍ର ରୋଗ ଚିହ୍ନଟ ହୋଇଥାଏ । ତେବେ ଏହି କ୍ୟାନ୍ସରକୁ ଆପଣ ଟୀକାକରଣ ମାଧ୍ୟମରେ ପ୍ରତିହତ କରିପାରିବେ । ଭାରତରେ, ଗର୍ଭାଶୟ କର୍କଟ ଏବଂ ଅନ୍ୟାନ୍ୟ HPV ସହ ଜଡିତ କର୍କଟ ରୋଗର ପ୍ରତିରୋଧ ପାଇଁ 'ସର୍ଭାଭାକ୍' ହେଉଛି ପ୍ରଥମ ସ୍ୱଦେଶୀ HPV ଟିକା । ତେବେ 'ଦ ଲାନସେଟ୍ ଅଙ୍କୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ଟିକା ନେବାରେ କୌଣସି ଅସୁବିଧା ନାହିଁ ବା ଏହାକୁ ସୁରକ୍ଷିତ ବୋଲି କୁହାଯାଇ ପାରିବ । ଗର୍ଭାଶୟ କର୍କଟ ପାଇଁ ଟୀକାକରଣ ପାଇଁ ସର୍ବୋତ୍ତମ ବୟସ ହେଉଛି ୯ ରୁ ୧୪ ବର୍ଷ ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications