ଶୀତ ଋତୁ ଏପରି ନିଅନ୍ତୁ ତ୍ୱଚାର ଯତ୍ନ, ଜାଣନ୍ତୁ ସହଜ ଟିପ୍ସ

ଭୁବନେଶ୍ୱର: ଶୀତ ଦିନ ତ୍ୱଚାର ମଧ୍ୟ ଠିକ୍ ଭାବେ ଯତ୍ନ ନେବା ନିହାତି ଜରୁରୀ। ଏହି ସମୟରେ ତ୍ୱଚା ଶୁଷ୍କ ହୋଇଯାଏ। ଫଳରେ ଏହାର ଚମକ କମି ଯାଇଥାଏ। ଏହି ଋତୁରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ପାଇଁ ଆପଣାନ୍ତୁ କିଛି ଟିପ୍ସ। ଏହାଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ିବ।

ଘର ତିଆରି ନଡିଆ ତେଲକୁ ଆପଣ ଲୋଶନ ଭଳି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇବା ପରେ ଶରୀରରେ ନଡିଆ ତେଲ ମାଲିସ କରନ୍ତୁ । ଏହାପରେ ଅଳ୍ପ ପାଣିରେ ଶରୀରକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ସନ ବର୍ଣ୍ଣରୁ ତ୍ବଚାକୁ ରକ୍ଷା କରେ ।

winter skin care

ନଡିଆ ତେଲରେ ଲେମ୍ବୁ ରସ ମିଶାଇ ମଧ୍ୟ ଲଗାଇବା ଦ୍ବାରା ତ୍ବଚାରୁ କଳା ଦାଗ ଦୂର ହୋଇଥାଏ । ଏହି ମିଶ୍ରଣକୁ ପ୍ରତିଦିନ ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ । କିଛି ଦିନ ପରେ ଏହାର ଫଳ ଆପେ ଜାଣି ପାରିବେ ।

ନଡିଆ ତେଲକୁ ଆପଣ କେବଳ ଶୀତ ଦିନ ନୁହେଁ ବରଂ ଅନ୍ୟ ଦିନ ମାନଙ୍କରେ ମେକଅପ ରିମୋଭର ଭାବେ ବ୍ୟବହାର କରିପାରିବେ। ଏପରିବ କରିବା ଦ୍ବାରା ଆପଣଙ୍କ ତ୍ବଚା ସଫ୍ଟ ରହିଥାଏ । ଏହା ତ୍ବଚାରେ ମଶ୍ଚରାଇଜର ଭାବେ କାମ କରେ, କୌଣସି କ୍ଷତି ହୋଇ ନଥାଏ ।

ଶୀତ ଦିନରେ ତ୍ବଚାକୁ କୋମଳ ରଖିବାରେ ସାହାଯ୍ୟ କରେ ମହୁ । ଖାସକରି ଶୁଷ୍କ ତ୍ବଚାକୁ ଚମକାଇବାରେ ସାହାଯ୍ୟ କରେ ଏହି ଘରୋଇ ଉତ୍ପାଦ । ପ୍ରତିଦିନ ତ୍ବଚାରେ ମହୁ ଲଗାଇବା ଦ୍ବାରା ତ୍ବଚା ଚମକି ଥାଏ । ଶୋଇବା ପୂର୍ବରୁ କିଛି ସମୟ ମହୁ ଲଗାଇ , କିଛି ସମୟ ପରେ ଧୋଇବା ପରେ ସଫା କପଡାରେ ମୁହଁ ପୋଛି ଶୁଅନ୍ତୁ । ମହୁ ଲଗାଇବା ଦ୍ବାରା ଶୀଘ୍ର ବୁଢାପା ଆସିନଥାଏ । ଆପଣଙ୍କ ତ୍ବଚାର ଚମକ ବଜାୟ ରୁହେ।

ଶୀତ ଦିନ ସମସ୍ତେ ଖରାରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସନ୍‌ ସ୍କ୍ରିନ୍‌ ଲୋସନ୍ ଲଗାଇବା ଭୁଲନ୍ତୁ ନାହିଁ । ଏହା ୟୁବିଏ ଓ ୟୁବିବି ଠାରୁ ତ୍ୱଚାକୁ ରକ୍ଷା କରି ପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+