ହୋଲିରେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ଖାସ୍ ଟିପ୍ସ

ରଙ୍ଗରେ ଥିବା ରାସାୟନିକ ପଦାର୍ଥ କେବଳ ଚର୍ମ ପାଇଁ କ୍ଷତିକାରକ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ତେବେ ହୋଲି ପୂର୍ବରୁ ଏପରି ଭାବେ ନିଜ ତ୍ୱଚାର ଯତ୍ନ ନିଅନ୍ତୁ ।

Holi_skin care

ଭୁବନେଶ୍ୱର: ଆମେ ସମସ୍ତେ ହୋଲିରେ ରଙ୍ଗ ସହିତ ଖେଳିବାକୁ ପସନ୍ଦ କରୁ, କିନ୍ତୁ କିଛି ଲୋକ ବିଶେଷ କରି ଝିଅ ମାନେ ନିଜ ସ୍କିନ୍ ବା ତ୍ୱଚାକୁ ନେଇ ଚିନ୍ତାରେ ରହିଥାନ୍ତି । କାରଣ ହୋଲିରେ ନାନ ପ୍ରକାରରର ରଙ୍ଗ ଲଗାଇ ପରସ୍ପରକୁ ହୋଲିର ଶୁଭକାମନା ଜଣାଯାଏ । ହେଲେ ହୋଲି ସମୟରେ ଚର୍ମରେ ରଙ୍ଗର ପ୍ରୟୋଗ ହେତୁ ଅନେକ ଥର ଆଲର୍ଜି ଏବଂ ଲାଲ ରଙ୍ଗ ଆସିଥାଏ । ରଙ୍ଗରେ ଥିବା ରାସାୟନିକ ପଦାର୍ଥ କେବଳ ଚର୍ମ ପାଇଁ କ୍ଷତିକାରକ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ତେବେ ହୋଲି ପୂର୍ବରୁ ଏପରି ଭାବେ ନିଜ ତ୍ୱଚାର ଯତ୍ନ ନିଅନ୍ତୁ ।

ହୋଲିରେ କିପରି ନେବେ ତ୍ୱଚାର ଯତ୍ନ

  • ହୋଲିର ପୂର୍ବ ରାତିରେ ନିଜ ତ୍ୱଚା ଏବଂ ଦେହରେ ଭଲ କରି ତେଲ୍ ମାଲିସ୍ କରନ୍ତୁ । ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ । ସେହିପରି ହୋଲି ଖେଳିବା ପୂର୍ବରୁ ମଧ୍ୟ ଶରୀରରେ ତେଲ କିମ୍ବା ମଶ୍ଚରାଇଜର ବ୍ୟବହାର କରନ୍ତୁ ଯାହା ଚର୍ମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିବ ।
  • ସନସ୍କ୍ରିନ୍ ବ୍ୟବହାର କରନ୍ତୁ । ନିଜ ମୁହଁ ଏବଂ ଆଖି ପ୍ରତି ଧ୍ୟାନ ଦିଅନ୍ତୁ ।
  • ହୋଲି ଖେଳିବା ସମୟରେ ନଖର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହାଲୁକା ନେଲପଲିସ୍ ଲଗାନ୍ତୁ ଯାହା ଆପଣଙ୍କ ନଖକୁ କେମିକାଲ ପାଣି ବା ରଙ୍ଗରୁ ରକ୍ଷା କରିଥାଏ ।
  • ଏହା ବ୍ୟତୀତ ହୋଲି ଦିନ ସମ୍ପୂର୍ଣ୍ଣ ଶରୀର ଢାଙ୍କିବା ପରି ପୋଷାକ ପିନ୍ଧନ୍ତୁ । ହୋଲି ଖେଳିବା ପାଇଁ କେବଳ ଓରଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ ।
  • ରଙ୍ଗ ଖେଳିବା ପୂର୍ବରୁ ମୁଣ୍ତକୁ ଘୋଡାଇ ରଖନ୍ତୁ । ନିଜ କେଶକୁ ଯଥା ସମ୍ଭବ ରଙ୍ଗରୁ ଦୂରେଇ ରଖନ୍ତୁ ।
  • ହୋଲି ଖେଳିବା ପରେ ଦୁଇ ଚାମଚ ଅଲିଭ୍ ଅଏଲ, ଦୁଇ ତିନି ବୁନ୍ଦା ଲେମ୍ବୁ ରସ, ମିଶାଇ ମୁଣ୍ତରେ ଲଗାଇ ଭଲ ସେ ଧୋଇ ନିଅନ୍ତୁ ।
  • ଯଦି ଶରୀରର କୌଣସି ସ୍ଥାନରୁ ରଙ୍ଗ ଛାଡୁ ନାହିଁ, ତେବେ ସେହି ସ୍ଥାନରେ ଲେମ୍ବୁ ଘଷନ୍ତୁ ସହଜରେ ରଙ୍ଗ ଛାଡି ଯିବ ।
  • ରଙ୍ଗ ଖେଳିବା ସମୟରେ ଅଧିକରୁ ଅଧିକ ମାତ୍ରାରେ ପାଣି ପିଅନ୍ତୁ । ସେହିପରି ଆପଣ କଞ୍ଚା ହଳଦୀକୁ ବ୍ୟବହାର କରି ମଧ୍ୟ ରଙ୍ଗ ଖେଳିପାରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+