Raksha Bandhan 2023: ୩୦ ଏବଂ ୩୧ ଦୁଇ ଦିନ ପାଳନ ହେବ ରାକ୍ଷୀପୂର୍ଣ୍ଣିମା, ଜାଣନ୍ତୁ ଶୁଭ ମୁହୁର୍ତ୍ତ

ରାକ୍ଷୀ ପୂର୍ଣ୍ଣିମା: ଭାଇର ଦୀର୍ଘାୟୁ କାମନା କରି ତା ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ହେଲେ ଏଥର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ ଲାଗି ରହିଛି । 2023 ମସିହାରେ ରାକ୍ଷୀ ପୂର୍ଣ୍ଣିମା ଦୁଇ ଦିନ ପାଳନ କରାଯିବ ଅର୍ଥାତ୍ ଅଗଷ୍ଟ ୩୦ ଓ ୩୧ ତାରିଖରେ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବ ଭଉଣୀ । ହେଲେ ଏହାର ରହିଛି ଏକ ଖାସ ସମୟ ଅର୍ଥାତ୍ ଶୁଭ ସମୟ ।

ହିନ୍ଦୁ ଧର୍ମ ଅନୁସାରେ, ରାକ୍ଷୀ ସର୍ବଦା ଶୁଭ ସମୟରେ ବନ୍ଧା ଯିବା ଉଚିତ୍ । ଭଦ୍ର କାଳରେ ରାକ୍ଷୀ ବାନ୍ଧିବା ଅଶୁଭ ବିବେଚନା କରାଯାଏ ଏହି ସମୟରେ ରାକ୍ଷୀ ବନ୍ଧିବା ଉଚିତ୍ ନୁହେଁ । ସବୁବେଳେ ରାକ୍ଷୀ ଏକ ଶୁଭ ସମୟରେ ବାନ୍ଧନ୍ତୁ । ତେବେ ଚାଲନ୍ତୁ ଜାଣିବା ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ ।

Raksha Bandhan

ରାକ୍ଷୀ ପୂର୍ଣ୍ଣିମା-2023
2023 ମସିହାରେ, ରକ୍ଷୀପୂର୍ଣ୍ଣିମା ଦୁଇ ଦିନରେ ଅର୍ଥାତ୍ ଉଭୟ 30 ଏବଂ 31 ଅଗଷ୍ଟରେ ପାଳନ କରାଯିବ । କିନ୍ତୁ ଚଳିତ ବର୍ଷ ଅଗଷ୍ଟ 30ରେ ଭଦ୍ରାକାଳ ସକାଳ 9 ଟାରୁ ରାତି 9.00 ପର୍ଯ୍ୟନ୍ତ ରହିବ, ଯଦି ଆପଣ ଅଗଷ୍ଟ 30ରେ ନିଜ ଭାଇଙ୍କୁ ରକ୍ଷୀ ବାନ୍ଧିବା ପାଇଁ ଚାହୁଁଛନ୍ତି ତେବେ ରାତି 9.00 ପରେ ଏହାକୁ ବାନ୍ଧନ୍ତୁ । ଅନ୍ୟ ପଟେ, ଯଦି ଆମେ ଅଗଷ୍ଟ 31 ବିଷୟରେ ବିଷୟରେ ଆଲୋଚନା କରିବା ତେବେ ଆପଣ ସକାଳ 5:55 ରୁ 7:05 ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ ।

ରାକ୍ଷୀ ବାନ୍ଧିବାର ଶୁଭ ସମୟ ଗଡିଗଲା ପରେ କ'ଣ କରିବେ

  1. ଯଦି ଆପଣ ଶୁଭ ସମୟରେ ରାକ୍ଷୀ ବାନ୍ଧି ନାହାଁନ୍ତି ତେବେ ଏହା ପରେ ମଧ୍ୟ ରାକ୍ଷୀ ବାନ୍ଧିପାରିବେ
  2. ରାହୁକାଳ ଚାଲିବା ସମରେ ରାକ୍ଷୀ ବାନ୍ଧିବା ଉଚିତ୍ ନୁହେଁ
  3. ଯଦି ଆପଣ ଶୁଭ ସମୟରେ ରାକ୍ଷୀ ବାନ୍ଧି ପାରି ନାହାଁନ୍ତି , ତେବେ ଆପଣ ପରବର୍ତ୍ତୀ 15 ଦିନ ପାଇଁ ଯେକୌଣସି ସମୟରେ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ ।
  4. ମଙ୍ଗଳବାର ଏବଂ ଶନିବାର ଦିନ ରାକ୍ଷୀ ବାନ୍ଧନ୍ତୁ ନାହିଁ ।
  5. ପ୍ରତୀପଦା ତିଥିରେ ରାକ୍ଷୀ ବାନ୍ଧିବା ଉଚିତ୍ ନୁହେଁ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+