କେମିତି ପ୍ରସ୍ତୁତ କରିବେ ମକର ଚାଉଳ?
କେମିତି ପ୍ରସ୍ତୁତ କରିବେ ମକର ଚାଉଳ?
Makar sankranti 2023:ହିନ୍ଦୁ ଧର୍ମର ପ୍ରମୁଖ ପର୍ବପର୍ବାଣୀ ମଧ୍ୟରୁ ମକର ସଂକ୍ରାନ୍ତି ଗୋଟିଏ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି । ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଲେ ଶରୀରରେ ନୂଆ ଉର୍ଜାର ସଂଚାର ହେବା ନେଇ ବିଶ୍ୱାସ ରହିଆସିଛି । ଏହି ପର୍ବକୁ ଦେଶର କୋଣଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି । ଓଡ଼ିଶାରେ ମକର ସଂକ୍ରାନ୍ତି ବେଶ ଧୂମଧାମରେ ପାଳନ କରାଯାଇଥାଏ । ଏହି ଖାସ ଦିନରେ ଓଡ଼ିଶାର ଲୋକମାନେ 'ମକର ଚାଉଳ' ପ୍ରସ୍ତୁତ କିରି ସୂର୍ଯ୍ୟ ଏବଂ ଦେବାଦେବୀଙ୍କ ପାଖରେ ଭୋଗ କରିଥାନ୍ତି । ଏହି ଭୋଗକୁ ଆନନ୍ଦରରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ତେବେ ଚାଲନ୍ତୁ ଜାଣିବା 'ମକର ଚାଉଳ' ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ, କ୍ଷୀର, କୋରା ନିଡ଼ିଆ, ପାଚିଲା କଦଳୀ, ଚିନି କିମ୍ବା ଗୁଡ଼, ଗୋଲ ମରିଚ ଗୁଣ୍ତ, ଛେନା, ଅଦା, ଡାଲିମ୍ବ ।
ପ୍ରସ୍ତୁତ ପ୍ରଣାଳୀ
ମକର ଚାଉଳ ପ୍ରସ୍ତୁତ କରିବା ପାଇଁ ହେଲେ ପୂର୍ବ ରାତିରୁ ଅରୁଆ ଚାଉଳ ପାଣିରେ ବତୁରାଇ ରଖନ୍ତୁ । ପରଦିନ ଏହାକୁ ଗୁଣ୍ତ କରି ଭଲ ଭାବରେ ଶୁଖାଇ ନିଅନ୍ତୁ ।
. ଏହା ପରେ ଏକ ଶୁଖିଲା ପାତ୍ରରେ ଅରୁଆ ଚାଉଳ, କ୍ଷୀର, କୋରା ନିଡ଼ିଆ, ଚିନି କିମ୍ବା ଗୁଡ଼, ଗୋଲ ମରିଚ ଗୁଣ୍ତ, ଛେନା, ଅଦା ପକାଇ ଭଲ ସେ ମିଶାଇ ଦିଅନ୍ତୁ ।
.ଏହା ପରେ ଆପଣ ଏହି ମିଶ୍ରଣରେ ପାଚିଲା କଦଳୀ କାଟିକି ପକାଇ ପାରିବେ ନଚେତ୍ ଚକଟି ମଧ୍ୟ ପାରିବେ ।
.ସେହିପରି ଆପଣଙ୍କ ମନ ପସନ୍ଦର ଫଳ ଯେପରି ସେଓ, କମଳା, ଅଙ୍ଗୁର, ଆଦି ପକାଇ ପାରିବେ ।
. ଶେଷରେ ପ୍ରସ୍ତୁତ ମକର ଚାଉଳରେ ଡାଳିମ୍ବ ପକାନ୍ତୁ ।
.ଏପରି ଭାବେ ମକର ଚାଉଳ ପ୍ରସ୍ତୁତ କରି ଆପଣ ଭୋଗ କରିପାରିବେ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications