Makar Sankranti 2025: ଏପରି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମକର ଚାଉଳ
Makar Sankranti 2025: ଭାରତରେ ବେଶ୍ ଉତ୍ସାହର ସହ ପାଳନ କରାଯାଏ ମକର ସଂକ୍ରାନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାଁରେ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି । ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଲେ ଶରୀରରେ ନୂଆ ଉର୍ଜାର ସଂଚାର ହେବା ନେଇ ବିଶ୍ୱାସ ରହିଆସିଛି ।
ମକର ସଂକ୍ରାନ୍ତି ଦିନ ଶ୍ରୀଜିଉଙ୍କ ମଙ୍ଗଳ ଆଳିତ ଓ ଅବକାଶ ନୀତି ବଢିବା ପରେ ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ସେହିପରି ଆଜିଠୁ ଓଡ଼ିଶା ଘରେ ଘରେ ମକର ଚାଉଳ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗାଁ ଗହଳିରେଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ମକର ସଂକ୍ରାନ୍ତି ପାଇଁ ବଜାରରେ ଲୋକଙ୍କ ଭିଡ ଦେଖିବା ପାଇଁ ମିଳୁଛି ।

ଓଡ଼ିଶାରେ ମକର ସଂକ୍ରାନ୍ତି ବେଶ ଧୂମଧାମରେ ପାଳନ କରାଯାଇଥାଏ । ଏହି ଖାସ ଦିନରେ ଓଡ଼ିଶାର ଲୋକମାନେ 'ମକର ଚାଉଳ' ପ୍ରସ୍ତୁତ କିରି ସୂର୍ଯ୍ୟ ଏବଂ ଦେବାଦେବୀଙ୍କ ପାଖରେ ଭୋଗ କରିଥାନ୍ତି । ଏହି ଭୋଗକୁ ଆନନ୍ଦରରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ମକର ଚାଉଳ ।
ଏପରି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମକର ଚାଉଳ
ଅରୁଆ ଚାଉଳ, କ୍ଷୀର, କୋରା ନିଡ଼ିଆ, ପାଚିଲା କଦଳୀ, ଚିନି କିମ୍ବା ଗୁଡ଼, ଗୋଲ ମରିଚ ଗୁଣ୍ତ, ଛେନା, ଅଦା, ଡାଳିମ୍ବ ।
ପ୍ରସ୍ତୁତ ପ୍ରଣାଳୀ ମକର ଚାଉଳ ପ୍ରସ୍ତୁତ କରିବା ପାଇଁ ହେଲେ ପୂର୍ବ ରାତିରୁ ଅରୁଆ ଚାଉଳ ପାଣିରେ ବତୁରାଇ ରଖନ୍ତୁ । ପରଦିନ ଏହାକୁ ଗୁଣ୍ତ କରି ଭଲ ଭାବରେ ଶୁଖାଇ ନିଅନ୍ତୁ ।
ଏହା ପରେ ଏକ ଶୁଖିଲା ପାତ୍ରରେ ଅରୁଆ ଚାଉଳ, କ୍ଷୀର, କୋରା ନିଡ଼ିଆ, ଚିନି କିମ୍ବା ଗୁଡ଼, ଗୋଲ ମରିଚ ଗୁଣ୍ତ, ଛେନା, ଅଦା ପକାଇ ଭଲ ସେ ମିଶାଇ ଦିଅନ୍ତୁ ।
.ଏହା ପରେ ଆପଣ ଏହି ମିଶ୍ରଣରେ ପାଚିଲା କଦଳୀ କାଟିକି ପକାଇ ପାରିବେ ନଚେତ୍ ଚକଟି ମଧ୍ୟ ପାରିବେ । .ସେହିପରି ଆପଣଙ୍କ ମନ ପସନ୍ଦର ଫଳ ଯେପରି ସେଓ, କମଳା, ଅଙ୍ଗୁର, ଆଦି ପକାଇ ପାରିବେ । . ଶେଷରେ ପ୍ରସ୍ତୁତ ମକର ଚାଉଳରେ ଡାଳିମ୍ବ ପକାନ୍ତୁ ।
.ଏପରି ଭାବେ ମକର ଚାଉଳ ପ୍ରସ୍ତୁତ କରି ଆପଣ ଭୋଗ କରିପାରିବେ ।












Click it and Unblock the Notifications