ଜାଣନ୍ତୁ କେମିତି ହେବ ଉତ୍ତମ ନିଦ, ସେଥି ପାଇଁ କରିବାକୁ ହେବ ଏହି ସବୁ କାମ
ଆଜିର ବ୍ୟସ୍ତବହୁଳ ଓ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ହେବା ଓ ଶାନ୍ତିର ଶୋଇବା ମଧ୍ୟ ଏକ ସମସ୍ୟା ପାଲଟିଗଲାଣି । ହେଲେ କ'ଣ କଲେ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଭଲ ନିଦ ହେବ, ସେଥିପ୍ରତି ଧ୍ୟାନ ଦେବା ଦରକାର । ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ, ବିଳମ୍ବିତ ରାତି ଯାଏଁ ଚେଇଁ ନରହିବା ଏବଂ ଅନ୍ୟ କିଛି ବିଷୟ ପ୍ରତି ଦୃଷ୍ଟି ଦେଲେ ଭଲ ନିଦ ହେବ ।

* ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡ଼ିବ
* ୧୦ରୁ ୧୧ଟା ଭିତରେ ଶୋଇଲେ ସକାଳ ୬ଟା ୭ଟା ଭିତରେ ଉଠିବେ
* ଫଳରେ ନିଦ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ
* ଆପଣ ୬ରୁ ୭ ଘଣ୍ଟା ଶୋଇପାରିବେ
* ରାତି ୧୦ଟା ପରେ ମୋବାଇଲ ବା ଇଣ୍ଟରନେଟର ଅଧିକ ବ୍ୟବହାର କରନ୍ତୁ ନାହିଁ
* କାରଣ ମୋବାଇଲ ଚଳାଇବା ଦ୍ୱାରା ବ୍ରେନ ଆକ୍ଟିଭ ରହିଥାଏ, ଯାହା ନିଦ ହେବାରେ ବ୍ୟାଘାତ ସୃଷ୍ଟି କରେ
* ବରଂ ଆପଣ ଭଲ ବହିଟିଏ ପଢ଼ନ୍ତୁ, କିମ୍ବା ମନପସନ୍ଦର ଗୀତ ଶୁଣନ୍ତୁ
* ସଂଧ୍ୟା ସମୟରେ ବେଶୀ ଚା' କି କଫି ପିଅନ୍ତୁ ନାହିଁ
* ଦିନରେ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ ଓ ଧ୍ୟାନ କରନ୍ତୁ
* ବିଳମ୍ବିତ ରାତି ଯାଏଁ ଟିଭି ଦେଖନ୍ତୁ ନାହିଁ
* ରାତିରେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ
* ଯଦି ନିଦ ହେଉ ନାହିଁ, ମନ ଇଚ୍ଛା ମେଡିସିନ କିଣି ଖାଆନ୍ତୁ ନାହିଁ
* ବରଂ ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ କୌଣସି ମେଡିସିନ ଖାଆନ୍ତୁ












Click it and Unblock the Notifications