ହିମୋଗ୍ଲୋବିନ୍ ବଢାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
ହିମୋଗ୍ଲୋବିନ୍ ବଢାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର:ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ । ଏହି କୋଷଗୁଡ଼ିକ ଶରୀରରେ ଅମ୍ଳଜାନ ବହନ କରିଥାଏ । ଅମ୍ଳଜାନ ପରିବହନ ବ୍ୟତୀତ, ହିମୋଗ୍ଲୋବିନ୍ କାର୍ବନ ଡାଇଅକ୍ସାଇଡ୍ କୋଷରୁ ଫୁସଫୁସକୁ ନେଇଥାଏ । ଯେଉଁ କାରଣରୁ ଆମେ ନିଶ୍ୱାସ ନେବାବେଳେ ଶରୀରରୁ କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ । ହିମୋଗ୍ଲୋବିନ୍ କମିବା ଦ୍ୱାରା ଶରୀର ପାଇଁ ଏହି କାର୍ଯ୍ୟ କରିବା କଷ୍ଟକର ହୋଇ ପଡିଥାଏ । ତେବେ ହିମୋଗ୍ଲୋବିନ୍ ବଢାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ ।
.ପ୍ରତିଦିନ ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼, ଛେନା ଆଜି ଖାଆନ୍ତୁ, ମିଲେଟ୍, କିସମିସ୍, ଖାଇବା ଦ୍ୱାରା ହିମୋଗ୍ଲୋବିନ୍ ବଢିଥାଏ । ସେହିପରି ପ୍ରତ୍ୟେକ ଦିନ ୫ରୁ ୬ଟି ତୁଳସୀ ପତ୍ର ଖାଆନ୍ତୁ । ନଚେତ୍ ଚା'ରେ ମଧ୍ୟ ତୁଳସୀ ପତ୍ର ପକାଇ ପିଇପାରିବେ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଶରୀରେ ହିମୋଗ୍ଲୋବିନ୍ ପରିମାଣ ମଧ୍ୟ ବଢାଇଥାଏ । ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ।
ଶରୀରରେ କେତେ ହିମୋଗ୍ଲୋବିନ୍ ମାତ୍ରା ରହିବା ଉଚିତ୍
ଶରୀରରେ କୌଣସି ପୋଷକର ମାତ୍ରା ଅଧିକ କିମ୍ବା କମ ରହିବା ଦ୍ୱାରା ତାହା ଶରୀରକୁ କ୍ଷତି ପହଁଚାଇଥାଏ । ଶରୀରରେ ଆଇରନ ପରିମାଣ କମ୍ ହେଲେ ହିମୋଗ୍ଲୋବିନ୍ ମଧ୍ୟ କମ ହୋଇଥାଏ । ଏହି କାରଣରୁ ଏମିନିଆ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ମହିଳାଙ୍କ ଶରୀରରେ ୧୨ରୁ ୧୬ ଗ୍ରାମ୍ ହିମୋଗ୍ଲୋବିନ୍ ରହିବା ଜରୁରୀ । ସେହିପରି ପୁରୁଷଙ୍କ ଶରୀରରେ ୧୪ରୁ ୧୮ ଗ୍ରାମ ହିମୋଗ୍ଲୋବିନ୍ ରହିବା ଉଚିତ୍ । ଜଣେ ବୟଷ୍କ ପୁରୁଷଙ୍କ ଶରୀରରେ ୧୨.୪ରୁ ୧୪.୯ ଗ୍ରାମ୍ ହିମୋଗ୍ଲୋବିନ୍ ଏବଂ ମହିଳାଙ୍କର ୧୧.୭ରୁ ୧୩.୮ ଗ୍ରାମ୍ ହିମୋଗ୍ଲୋବିନ୍ ରହିବା ଆବଶ୍ୟକ ।












Click it and Unblock the Notifications