କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ ତରଭୁଜ
କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ ତରଭୁଜ ।

ଭୁବନେଶ୍ୱର: ଖରା ଦିନରେ ସାଧାରଣତଃ ଲୋକ ଫଳ ଖାଇବା ପସନ୍ଦ କରନ୍ତି । ଗ୍ରାଷ୍ମ ଋତୁରେ ତରଭୁଜ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । କାରଣ ଏହି ଫଳ ଦ୍ୱାରା ଶରୀରକୁ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ତରଭୁଜରେ ବହୁ ପରିମାଣର ଜଳ ଥାଏ ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ଡାକ୍ତରଙ୍କ ଅନୁସାରେ ଯଦି ଆପଣ ତରଭୁଜକୁ ଚୋବାଇ ଖାଉଛନ୍ତି ତେବେ ଏଥିରୁ ଅଧିକ ଲାଭ ମିଳିଥାଏ ।
କେତେ ବେଳେ ତରଭୁଜ ଖାଇବା ଉଚିତ୍
- ଅଧିକ ପରିମାଣରେ ତରଭୁଜ ଖାଇବା ଉଚିତ୍ ନୁହେଁ । ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ଏହି ଫଳକୁ ଖାଆନ୍ତୁ ନାହିଁ । ସଂଧ୍ୟାରେ ଏହାକୁ ଉପଭୋଗ କରିପାରିବେ । ରାତିରେ ମଧ୍ୟ ଫଳ ଖାଆନ୍ତୁ ନାହିଁ । କେବଳ ତରଭୁଜ ନୁହେଁ କୌଣସି ମଧ୍ୟ ଫଳ ରାତିରେ ଖାଆନ୍ତୁ ନାହିଁ ।
- ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।
- କିଛି ଲୋକଙ୍କ ମତରେ ତରଭୁଜ ମିଠା ଲାଗିଥାଏ, ସେଥିପାଇଁ ଏଥିରେ ଚିନିର ପରିମାଣ ଅଧିକ ଥାଏ । ହେଲେ ଏହା ଭୁଲ୍ ତଥ୍ୟ, ଅନୁସନ୍ଧାନ ଅନୁସାରେ ୧୦୦ ଗ୍ରାମ ତରଭୁଜରେ ମାତ୍ର ୬.୨ ଗ୍ରାମ ଚିନି ଥାଏ । କମ୍ କ୍ୟାଲୋରୀ ହେତୁ ଏହା ଓଜନ ବୃଦ୍ଧି କରେ ନାହିଁ ।
- ତରଭୁଜ ଅନେକ ପୋଷକ ତତ୍ତ୍ୱ ଥିବା ଫଳ । ଏହା ହାର୍ଟକୁ ସୁସ୍ଥ ରଖେ । ତରଭୁଜରେ ଲାଇକୋପିନ୍ ମିଳିଥାଏ, ଯାହା କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଆମିନୋ ଏସିଡ୍ ସାଇଟ୍ରଲାଇନ୍, ନାଇଟ୍ରିକ୍ ଅକ୍ସାଇଡ୍ ତରଭୁଜରେ ମିଳିଥାଏ, ଯାହା ବ୍ଲଡ ସୁଗାର ହାର କମାଇଥାଏ ।
- ଲାଇକୋପିନ୍ ସାହାଯ୍ୟରେ ଆଖି ଭଲ ରୁହେ । ଲାଇକୋପିନର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଦୃଷ୍ଟି ଶକ୍ତି ବଢାଇଥାଏ । ଏପରିକି ତରଭୁଜ ଖାଇବା ଦ୍ୱାରା ଦାନ୍ତ, ନଖ ମଧ୍ୟ ଠିକ୍ ରହିଥାଏ । ଓଠ ମଧ୍ୟ ହାଇଡ୍ରେଟ୍ ରହିଥାଏ । ତ୍ୱଚା ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ ତରଭୁଜ ।












Click it and Unblock the Notifications