ଜାଣନ୍ତୁ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଓଜନ କମିବାର ରାଜ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକା ତାରିଖରେ ଖୁବ ଚର୍ଚ୍ଚାରେ ଅଛନ୍ତି । ୧୩'ମେରେ ଆପ୍ ନେତା ରାଘବ ଚଢା ଓ ପରିଣୀତିଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି । ରିପୋର୍ଟ ଅନୁସାରେ, ଉଭୟ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ବିବାହ ତାରିଖକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ପରିଣୀତି ଚୋପ୍ରା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ । ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପରଠୁ ନିଜ ଓଜନ ପାଇଁ ତାଙ୍କୁ ଖୁବ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା । ହେଲେ ଏହାରି ମଧ୍ୟରେ ସେ ନିଜର 28 କିଲୋ ଓଜନ କମାଇଥିବା ନେଇ ଚର୍ଚ୍ଚା ହେଉଛି ।
ପରିଣୀତି ଚୋପ୍ରାଙ୍କ ଓଜନ କମାଇବା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ଏବଂ ବର୍ତ୍ତମାନ ସମସ୍ତେ ତାଙ୍କର ୱେଟଲେସର ରାଜ ଜାଣିବା ପାଇଁ ଚାହୁଁଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଡାଏଟ୍ ଓ ଫିଟ୍ ରହିବାର ରାଜ୍ ।

ଫାଷ୍ଟଫୁଡ୍
ଫାଷ୍ଟଫୁଡ୍ କୁ ନା କହି ସେ ହେଲଦି ଫୁଡ୍ ଖାଇବା ଆରମ୍ଭ କରିଥିଲେ । ଓଜନ କମାଇବା ପାଇଁ ପରିଣୀତି ଫଲୋ କରିନ୍ତି ଅଭିନେତ୍ରୀ ସ୍ଟ୍ରିଟ୍ ଡାଏଟ୍ । ଖାଇବାରେ ଅଧିକ ଫଳ ଏବଂ ପରିବା, ପନିର ଖାଇବା ପସନ୍ଦ କରନ୍ତି ପରିଣୀତି ।
ସୁସ୍ଥ ଜଳଖିଆ
ଆମେ ପିଲାଦିନରୁ ହିଁ ସକାଳ ଜଳଖିଆ ଜଲଦି ଓ ହେଲଦି ଖାଦ୍ୟ ଖାଇବା ଉଚିତ୍ ବୋଲି ଶୁଣିଆସୁଛେ । କାରଣ ଏହା ଆମ ଶରୀରକୁ ଦିନସାରା ଶକ୍ତି ଯୋଗାଇଥାଏ । ତେବେ ଓଜନ କମାଇବା ପାଇଁ ହେଲେ ପ୍ରଥମେ ହେଲଦି ଜଳଖିଆ ଖାଇବା ଆରମ୍ଭ କରିବା ଉଚିତ୍ ଯେପରି କି ପୋହା ଅର୍ଥାତ୍ ଚୂଡା ସନ୍ତୁଳା, ଉପମା, ଓଟସ୍, ଇଡଲି ଆଦି ମର୍ଣ୍ଣିଂ ଖାଇବା ଉଚିତ ।
ସୁସ୍ଥ ମଧ୍ୟାହ୍ନ ଭୋଜନ
ସୁସ୍ଥ ଜଳଖିଆ ସହିତ ସୁସ୍ଥ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥାନ୍ତି ପରିଣୀତି ଚୋପ୍ରା । ଅଭିନେତ୍ରୀ ଲଞ୍ଚରେ ଭାତ-ଡାଲି, ରାଜମା, ରୁଟି,
ଦହି, ଅଧିକ ପରିମାଣରେ ପରିବା ଖାଇବା ପାଇଁ ପସନ୍ଦ କରନ୍ତି ଅଭିନେତ୍ରୀ । ଏହା ସେ ଖାଦ୍ୟ ଖାଇବା ପରେ ଗ୍ରିନ୍ ଟି ପିଇବା ପାଇଁ କେବେ ଭୁଲନ୍ତି ନାହିଁ ।
ୱାର୍କଆଉଟ୍
ସୁସ୍ଥ ରହିବା ପାଇଁ ଖାଦ୍ୟ ସହ ୱାର୍କଆଉଟ୍ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରତ୍ୟକ ଦିନ ବ୍ୟାୟାମ କରିଥାନ୍ତି ସେ ଯୋଗ ଏବଂ ଜିମରେ କାର୍ଡିଓ କରିବା ପସନ୍ଦ କରନ୍ତି । ସେ ତାଙ୍କର ଅନେକ ୱାର୍କଆଉଟ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।












Click it and Unblock the Notifications