ଜାଣନ୍ତୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଫିଟନେସ୍ ମନ୍ତ୍ର
କ୍ୟାଟ୍ରିନା କୈଫଙ୍କ ଫିଟ୍ ଏବଂ ସେକ୍ସି ଫଟୋ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

ମୁମ୍ବାଇ: କ୍ୟାଟ୍ରିନା କୈଫଙ୍କ ଫିଟ୍ ଏବଂ ସେକ୍ସି ଫଟୋ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଅଭିନେତ୍ରୀଙ୍କ ପରି ଫିଟ୍ ଦେଖାଯିବା ପ୍ରତ୍ୟେକ ଝିଅଙ୍କ ସ୍ୱପ୍ନ । ବଲିଉଡର ସୁନ୍ଦର ଅଭିନେତ୍ରୀ ବିନା ମେକଅପରେ ମଧ୍ୟ ବେଶ୍ ସୁନ୍ଦର ଦେଖାଯାଆନ୍ତି । ହେଲେ ଏତେ ଫିଟ୍ ରହିବା ପାଇଁ କ୍ୟାଟ୍ରିନାଙ୍କୁ କରିବା ପାଇଁ ପଡିଥାଏ କଠିନ୍ ପରିଶ୍ରମ । ଚାଲନ୍ତୁ ଜାଣିବା କ୍ୟାଟଙ୍କ ଫିଟନେସ୍ ମନ୍ତ୍ର ।
- କ୍ୟାଟ୍ରିନା ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପ୍ରତ୍ୟେକ କୌଶଳ ଆପଣାନ୍ତି ଯାହାକୁ ଫଲୋ କରିବା ଏତେ ସହଜ ନୁହେଁ । ସେ ବ୍ୟାୟାମ କରନ୍ତି ଏବଂ ଏକ ହେଲଦି ଖାଦ୍ୟ ମଧ୍ୟ ଖାଆନ୍ତି । ସାଇକେଲ ଚଳାଇବା ଏବଂ ଯୋଗ କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ।
- ବଲିଉଡର ସୌନ୍ଦର୍ଯ୍ୟ ରାଣୀ କ୍ୟାଟ୍ରିନା କୈଫ ପ୍ରତ୍ୟେକ ଦିନ ଜଗିଂ କରନ୍ତି । ନିଜ ଟ୍ରେନରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତ୍ୟକ ଟାସ୍କକୁ
ଫଲୋ କରନ୍ତି କ୍ୟାଟ୍ରିନା ।
ଫିଟ୍ ଏବଂ ସ୍ଲିମ୍ ଫିଗର ପାଇବାକୁ, ଅଭିନେତ୍ରୀ ସମୟ ସମୟରେ ପାୱାରପ୍ଲେଟ୍, କାର୍ଡିଓ, କେଟେଲବେଲ୍ସ ଭଳି ଅନେକ ବ୍ୟାୟାମ କରନ୍ତି । ପ୍ରତିଦିନ ହେବି ୱାର୍କଆଉଟ୍ କରିଥାନ୍ତି କ୍ୟାଟ୍ରିନା । - କ୍ୟାଟ୍ରିନା ନିଜ ଫିଗରକୁ ମେଣ୍ଟେନ୍ କରିବା ପାଇଁ ସ୍ଟ୍ରିଟ୍ ଡାଏଟ୍ ଫଲୋ କରନ୍ତି । ସେ ସକାଳେ ଉଠିବା ମାତ୍ରେ ପ୍ରଥମେ ୪ ଗ୍ଲାସ୍ ପାଣି ପିଇଥାନ୍ତି ଏବଂ ତା'ପରେ ସେ ସିଝା ପନିପରିବା ସହ ପ୍ରତି ଦୁଇ ଘଣ୍ଟାରେ ଗୋଟିଏ ଫଳ ମଧ୍ୟ ଖାଇଥାନ୍ତି ।
- କ୍ୟାଟ୍ରିନା କୈଫଙ୍କ ଜଳଖିଆରେ ଡାଳିମ୍ବ ରସ, ସିଝା ଅଣ୍ଡାର ଧଳା ଅଂଶ, ଓଟସ୍ ସାମିଲ ଥାଏ । ସେହିପରି ମଧ୍ୟାହ୍ନ ଭୋଜନ ପାଇଁ ଅଭିନେତ୍ରୀ କେବଳ ଡାଲି-ଭାତ, ଗ୍ରୀନ୍ ସାଲାଡ ଏବଂ ତାଜା ପନିପରିବା ଖାଇବା ପସନ୍ଦ କରନ୍ତି । ସେ ରାତ୍ରି ଭୋଜନରେ ସୁପ୍ ସହିତ ପନିପରିବା, ରୁଟି ଏବଂ ସବୁଜ ସାଲାଡ୍ ଖାଇବାକୁ ପସନ୍ଦ କରନ୍ତି ।












Click it and Unblock the Notifications