ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନରେ ରଖନ୍ତୁ ଏହି ଜିନିଷ
ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନର ବାସ୍ତୁ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଗାଡ଼ିରେ କେଉଁ ସବୁ ଜିନିଷ ରଖୀଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ, ଜାଣିବା ସେ ସମ୍ପର୍କରେ...

- ବାସ୍ତୁ ଅନୁସାରେ, ଗାଡ଼ିରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗାଡ଼ିର ଡ୍ୟାସ୍ବୋର୍ଡରେ ଗଣେଶ, ଦୁର୍ଗା ଓ ଶିବଙ୍କ ପ୍ରତିମା ରଖୀବା ଜରୁରି।
- ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଗାଡ଼ିରେ କଳା କଇଁଛ ରଖୀବା ଶୁଭ।
- ସେହିପରି ପାଣି ବୋତଲ ଗାଡ଼ିରେ ରଖିବା ଦ୍ବାରା ମନ ନିର୍ମଳ ରହେ।
- ଗାଡ଼ିରେ ମୟୂର ପୁଚ୍ଛ, ଶିବଙ୍କ ଡମ୍ବରୁ ଏବଂ ଦୁର୍ଗା ମା'ଙ୍କ ଓଢ଼ଣି ରଖୀବା ଶୁଭଦାୟକ। ଏହା ଦ୍ବାରା ଜୀବନର ସମସ୍ତ ବାଧା ଦୂର ହୋଇଥାଏ
ଘରେ ନକାରାତ୍ମକ ଉର୍ଜା ରହୁଥିଲେ ଦେଖାଯାଏ ଏହିସବୁ ଲକ୍ଷଣ -:
- ଯଦି ଆପଣଙ୍କ ଘରେ ଛୋଟ ଛୋଟ କଥାକୁ ନେଇ କଳହ ସୃଷ୍ଟି ହେଉଛି ତେବେ ଜାଣି ରଖନ୍ତୁ ଆପଣଙ୍କ ଘର ପରିବାର ଉପରେ ରହିଛି ନକାରାତ୍ମକ ଶକ୍ତି ର ପ୍ରଭାବ l
- ଯଦି ଆପଣ ଙ୍କର କୌଣସି କାର୍ଯ୍ୟରେ ବାଧା ଦେଖା ଯାଉଛି କିମ୍ବା ଅଟକି ରହୁଛି ତେବେ ଜାଣି ରଖନ୍ତୁ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
- ଯଦି ଘରେ ଖାଦ୍ୟ ଲଗାତାର ନଷ୍ଟ ହେଉଛି ତେବେ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
- ଏବଂ ଆୟ ଅନୁସାରେ ବ୍ୟୟ ଯଦି ଅଧିକ ହେଉଛି ତେବେ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
- ରୋଗ ଓ ବ୍ୟାଧି ରେ ଅର୍ଥ ବ୍ୟୟ ହେଉଥିଲେ ଏହା ମଧ୍ୟ ନକାରାତ୍ମକ ଶକ୍ତି ର ପ୍ରଭାବ l
କିପରି ଜାଗ୍ରତ ହେବ ସକାରାତ୍ମକ ଶକ୍ତି ?
- ଘରର ସୁଧୀ କରଣ , ଯେପରିକି ଘର ସଫା ସୁତୁରା ରଖିବା l
- ପୂଜା ପାଠ ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
- ମନ୍ତ୍ର, ଜପ , ଭଜନ , କୀର୍ତ୍ତନ ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
- ଘରେ ସକାଳେ ଓ ସନ୍ଧ୍ୟା ସମୟ ରେ ପୂଜା ସମୟ ରେ ଘଣ୍ଟି ବାଜିଲେ ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
- ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l












Click it and Unblock the Notifications