ବାସ୍ ଏତିକି କାମ କରନ୍ତୁ , ଆଉ ହେବନି ସ୍କିନ୍ ଡ୍ରାଏ!

ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ ଉପାୟ...

ଶୋଇବା ପୂର୍ବରୁ ପ୍ରତିଦିନ ଶରୀରରେ ଅଳ୍ପ ନଡିଆ ତେଲ ମସାଜ୍‌ କରନ୍ତୁ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ସହ ଗ୍ଲୋ ମଧ୍ୟ ବଢ଼ାଇବ। ଏହା ବଦଳରେ ବାଦାମ ତେଲ କିମ୍ବା ଅନ୍ୟ ତେଲ ବି ବ୍ୟବହାର କରିପାରିବେ। ଯଦି ଗାଧୋଇବା ପରେ ତ୍ୱଚା ଡ୍ରାଏ ହେଉଛି, ତେବେ ପାଣିରେ ମଧ୍ୟ କିଛି ବୁନ୍ଦା ତେଲ ମିଶାଇ ଗାଧାନ୍ତୁ, ଏହା ଆପଣଙ୍କ ତ୍ୱଚାକୁ ଅଧିକ ସମୟ ପର୍ଯ୍ୟନ୍ତ ଡ୍ରାଏ ହେବାକୁ ଦେବନାହିଁ। ମନେରଖନ୍ତୁ, ଗାଧୋଇବା ପରେ ଟାଓ୍ବେଲ୍‌ରେ ଆଦୌ ରଗଡ଼ି ରଗଡ଼ି ପୋଛି ହୁଅନ୍ତୁ ନାହିଁ। ଗାଧୋଇବା ପରେ ମଧ୍ୟ ବଡିଲୋଶନ କିମ୍ବା ମଶ୍ଚରାଇଜର୍‌ ଲଗାଇଲେ ଉପକୃତ ହେବେ।

ଡେଡ୍‌ ସେଲ୍‌ ବାହାର କରିବା ଲାଗି ଏକ୍ସଫୋଲିଏଟ୍‌ କରନ୍ତୁ। ଏଥିପାଇଁ ଫ୍ରୁଟ୍‌ ଏନ୍‌ଜାଇମ୍‌ କ୍ଲିଞ୍ଜର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ବିଶେଷକରି ପାଇନାପଲ୍‌, ପମ୍‌କିନ୍‌, ପପୟା କ୍ଲିଞ୍ଜର ଡେଡ୍‌ ସ୍କିନ୍‌ ଦୂର କରି ଡ୍ରାଏନେସ୍‌ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ। ଉଷୁମ ପାଣିରେ ଗାଧୋଇବାକୁ ଏଦିନେ ଅନେକେ ପସନ୍ଦ କରନ୍ତି, ହେଲେ ଆପଣ ଜାଣନ୍ତିକି ଏଥିରେ ଗାଧୋଇବା ଦ୍ୱାରା ଚର୍ମର ପ୍ରାକୃତିକ ତୈଳାଂଶ ହ୍ରାସ ପାଇ ଶୁଷ୍କ ହୋଇଯାଏ। ତେଣୁ ଯଦି ଉଷୁମ ପାଣିରେ ଗାଧୋଉଛନ୍ତି, ତେବେ ତୁରନ୍ତ ତେଲ କିମ୍ବା ମଶ୍ଚରାଜର ଲଗାଇବାକୁ ଭୁଲନ୍ତୁ ନାହିଁ।

dry skin

ଅନେକ ସମୟରେ ତ୍ୱଚା ଡ୍ରାଏ ହୋଇ କୁଣ୍ଡେଇ ହୋଇଥାଏ, ଯାହାକୁ ଦୂର କରିବା ଲାଗି କ୍ଷୀର ବ୍ୟବହାର କରିପାରିବେ। ଉକ୍ତ ସ୍ଥାନରେ କ୍ଷୀର ଲଗାଇ କିଛି ସମୟ ଛାଡି ଦିଅନ୍ତୁ ଏବଂ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ଧୋଇ ଦିଅନ୍ତୁ। ଏଥିରେ ମହୁ ମଧ୍ୟ ମିଶାଇଲେ ତାହା ପ୍ରାକୃତିକ ମଶ୍ଚରାଇଜରର କାମ କରିବ। ତା'ଛଡା ଏହା ତ୍ୱଚାର ଗ୍ଲୋ ବଢ଼ାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+