Get Updates
Get notified of breaking news, exclusive insights, and must-see stories!

July 1 : ଜୁଲାଇ ୧ରୁ ବଦଳିବ କଣ ? କେତେ ବଢିବ ରେଟ୍ ?

ଆଜିଠୁ ବିଭିନ୍ନ କ୍ଷେତ୍ରରେ ଅନେକ କିଛି ନୂଆ ନିୟମ ଆସିବ । ଯାହା ଜାଣିବା ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଜରୁରୀ । ଜୁଲାଇ ମାସ ପହିଲାରୁ ଗ୍ୟାସ୍‌ ଦର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆସିବ । ସେହିଭଳି ଆପଣ ଯଦି ଟ୍ରେନରେ ଯାତାୟତ କରୁଥିବେ ତେବେ ପରିବର୍ତ୍ତିତ ନିୟମ ବାବଦରେ ଜାଣିବା ଆବଶ୍ୟକ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କ୍ରେଡିଟ କାର୍ଡ, ପାନ କାର୍ଡକୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ଆସନ୍ତାକାଲି ଠାରୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ।

July 1 From PAN credit card
ଜୁଲାଇ ୧
ବଦଳିବ କଣ?
୧ ଜୁଲାଇରୁ ଏକ୍ସପ୍ରେସ ଟ୍ରେନର ଏସି ଓ ନନ୍-ଏସି ଟିକେଟର ମୂଲ୍ୟ ବୃଦ୍ଧି
ନନ୍-ଏସି ଓ ଏସି ଟିକେଟ ମୂଲ୍ୟ କିଲୋମିଟର ପିଛା ଯଥାକ୍ରମେ ୧ ପଇସା ଓ ୨ ପଇସା ବୃଦ୍ଧି ପାଇପାରେ
୫୦୦ କି.ମି ପର୍ଯ୍ୟନ୍ତ ସେକେଣ୍ଡ କ୍ଲାସ ଟ୍ରେନ୍ ଟିକେଟର ଦାମରେ ବୃଦ୍ଧି ହେବନି
ଏହାଠାରୁ ଅଧିକ ବାଟ ଯାତ୍ରା କଲେ କିଲୋମିଟର ପିଛା ଅଧା ପଇସା ଅଧିକ ଦେବାକୁ ହେବ
ଆଇଆରସିଟିସି ଆକାଉଣ୍ଟ ସହ ଆଧାର ଲିଙ୍କ୍ ଥିଲେ ଯାତ୍ରୀଙ୍କୁ ତତ୍କାଳ ଟିକେଟ ମିଳିବ
ରେଲୱେ ଏଜେଣ୍ଟ ତତ୍କାଳ ଟିକେଟ ବୁକିଂର ପ୍ରଥମ ୩୦ ମିନିଟ୍ ପର୍ଯ୍ୟନ୍ତ ଟିକେଟ ବୁକ୍ କରିପାରିବେନି
ମୋଟ ସିଟ୍‌ର ୨୫% ଆସନ ୱେଟିଂ ଟିକେଟ ପାଇଁ ଉପଲବ୍ଧ ରହିବ
ଟ୍ରେନ୍ ଛାଡିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକେଟ ଚାର୍ଟ ପ୍ରସ୍ତୁତ ହେବ
୧ ଜୁଲାଇରୁ ନୂଆ ପାନ୍ କାର୍ଡ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ
ସମସ୍ତ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଜରିଆରେ କରାଯିବ
ଅନଲାଇନ ଗେମିଙ୍ଗ ଆପରେ ମାସିକ ୧୦ ହଜାରରୁ ଅଧିକ ଖର୍ଚ୍ଚ କରୁଥିଲେ ୧% ଅତିରିକ୍ତ ଶୁଳ୍କ ନେବ ଏଚଡିଏଫସି ବ୍ୟାଙ୍କ୍
ଆଇସିଆଇସିଆଇ ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି
ମେଟ୍ରୋ ସହରରେ ୫ଥର ଉଠାଣ ପରେ ୨୩ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ହେବ
ଅଣ-ମେଟ୍ରୋ ସହରରେ ୩ ଥରରୁ ଅଧିକ ଉଠାଣ କଲେ ୨୩ ଟଙ୍କାର ଶୁଳ୍କ ଦେବାକୁ ପଡିବ
ପେଟିଏମ ଭଳି ଥାର୍ଡ ପାର୍ଟି ୱାଲେଟରେ ୧୦ ହଜାରରୁ ଅଧିକ ଟ୍ରାନ୍ସଫର କଲେ ୧% ଶୁଳ୍କ ଦେବାକୁ ପଡିବ
ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡିକୁ ତେଲ ମିଳିବନି
ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+